Below header

ଭିଟାମିନ୍‌ ଡିର ଅଭାବ ଯୋଗୁ ବଢ଼ିପାରେ କରୋନା ସଂକ୍ରମଣର ଆଶଙ୍କା, ରିସର୍ଚ୍ଚରେ ହେଲା ଖୁଲାସା

କରୋନା ଭାଇରସ୍‌ ସାରା ବିଶ୍ୱରେ ବିଜୁଳି ବେଗରେ ବ୍ୟାପିବାରେ ଲାଗିଛି। ଅନ୍ୟପଟେ ବୈଜ୍ଞାନିକ ଓ ମେଡିକାଲ ରିସର୍ଚ୍ଚରମାନେ ଏହି ଇନ୍‌ଫେକସନ୍‌କୁ ବୁଝିବାକୁ ଚେଷ୍ଟା ଚଳାଇଛନ୍ତି। ଇତି ମଧ୍ୟରେ ଆଉ ଏକ କଥା ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଇମ୍ୟୁନିଟି ସିଷ୍ଟମ୍‌ ଦୁର୍ବଳ ଥିବା ତଥା ଅନ୍ୟରୋଗରେ ପୀଡ଼ିତ ଥିବା ଲୋକେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁବରଣ କରୁଛନ୍ତି। ବୃଦ୍ଧାବସ୍ଥା, କ୍ୟାନସର, କିଡ୍‌ନୀ ରୋଗ, ଉଚ୍ଚ ରକ୍ତଚାପ, ମୋଟାପଣ, ଡାଇବେଟିସ୍‌ ରୋଗୀମାନଙ୍କୁ କରୋନା ହେବା ଆଶଙ୍କା ବୃଦ୍ଧି ପାଉଛି।

vitamin-d_3

 

ତେବେ ନିକଟରେ ହୋଇଥିବା ରିସର୍ଚ୍ଚ ମୁତାବକ ଯେଉଁମାନଙ୍କ ଶରୀରରେ ଭିଟାମିନ୍‌ ଡିର ପରିମାଣ କମ୍‌ ରହିଛି ସେମାନଙ୍କୁ କରୋନା ହେବା ଆଶଙ୍କା ଅଧିକ। ଖାସ୍‌ କରି ଯେଉଁମାନଙ୍କ ରକ୍ତ ପ୍ଲାଜମାରେ ଭିଟାମିନ୍‌ ଡିର ସ୍ତର କମ୍‌ ରହିଛି ସେମାନେ ସହଜରେ କରୋନା ସଂକ୍ରମିତ ହେଉଛନ୍ତି। ଏଣୁ ବର୍ତ୍ତମାନ ସ୍ଥିତିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଡି ଯୁକ୍ତ ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ଭିଟାମିନ୍‌ ଡିର ସ୍ରୋତ:

Vitamin D deficiency may increase Covid-19 risk: Study – The ...

ଥକାପଣ, ହାଡ଼ ବିନ୍ଧିବା, ମାଂସପେଶୀରେ ପୀଡ଼ା ଆଦି ଭିଟାମିନ୍‌ ଡି ଅଭାବର ଲକ୍ଷଣ। ଏହି ଅଭାବ ପୂରଣ କରିବା ପାଇଁ ସକାଳର କଅଁଳର ଖରାରେ କିଛି ସମୟ ଚଲବୁଲା କରନ୍ତୁ। ଏଥିସହ ମାଛ, କ୍ଷୀର,ଦହି, ଛେନା, ଅଣ୍ଡା, ଛତୁ ଆଦି ଭୋଜନ କରନ୍ତୁ। ଏସବୁ ଖାଦ୍ୟରେ ଭିଟାମିନ୍‌ ଡି ପ୍ରଚୁର ପରିମାଣରେ ରହିଥାଏ। ଏସବୁ ଖାଦ୍ୟ ଖାଇବା ଦ୍ୱାରା କରୋନା ସଂକ୍ରମଣ ହୁଏ ନାହିଁ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.