ମା’ ମୋର ଭୁଲ କଣ ? କାହିଁକି ଜନ୍ମ ପରେ ହେଲି ଅଲୋଡ଼ା ?

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଚିନ୍ତାମଣି ନଗର ରାସ୍ତାକଡ ବୁଦା ମୂଳରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ଶିଶୁ ଟିର କାନ୍ଦ ଶୁଣି ସେହି ସ୍ଥାନରେ ଆଖପାଖର ଲୋକଙ୍କର ଭିଡ ଜମିଥିଲା । ଅନେକ ପଚରାଉଚୁରା ପରେ ମଧ୍ୟ କୌଣସି ସୁରାକ ମିଳି ପାରିନଥିଲା । ଫଳରେ ବାଧ୍ୟ ହୋଇ ସ୍ଥାନୀୟ ବାସିନ୍ଦା ଜଟଣୀ ପୋଲିସ ଓ ଚାଇଲଡ ଲାଇନକୁ ଖବର ଦିଆଯାଇଥିଲା । ଉଭୟ ପୋଲିସ ଓ ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହ ଶିଶୁ ଟିକୁ ନିଜ ସହ ନେଇଯାଇଛନ୍ତି । ଚାଇଲ୍ଡ ଲାଇନ କତ୍ତୃପକ୍ଷ ଶିଶୁ ଟିକୁ ନିଜ ତତ୍ତ୍ୱାବଧାନରେ ରଖିଛନ୍ତି ।

ଏଭଳି ଘଟଣା ରାଜ୍ୟରେ ପ୍ରଥମ ଥର ପାଇଁ ଘଟିନାହିଁ । ଏହା ପୂର୍ବରୁ ବି ଅନେକ ଶିଶୁ ଏମିତି ଜନ୍ମ ନେଇଛନ୍ତି । ଅଲୋଡ଼ା ବି ହୋଇଛନ୍ତି ।କୁଆଁ କୁଆଁ ଡାକରେ ଖୋଜି ବସିଛନ୍ତି ନିଜ ପରିଚୟ । ଯେମିତି ଜନ୍ମ ପରେ ପରିତ୍ୟକ୍ତ ସ୍ଥାନ ପାଲଟି ଯାଇଛି ସେମାନଙ୍କ ପ୍ରଥମ ଠିକଣା ।

ଏହି କିଛି ଦିନ ତଳେ ହିଁ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଏକତାଳ ପୋଖରୀ ନିକଟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରା ଯାଇଥିଲା । ଗାଁର କିଛି ଲୋକ ବିଲକୁ କାମ କରିବା ପାଇଁ ଯାଉଥିବା ବେଳେ ଶିଶୁକନ୍ୟାଟିକୁ ଦେଖିଥିଲେ । ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ଖାଲି ଏହି ଗୋଟିଏ ଘଟଣା ନୁହେଁ । ବ୍ୟାଗ ଭିତରୁ, ମଶାଣି ପରି ଭୟାନକ ସ୍ଥାନ, ବୁଦାମୂଳ, ଜଙ୍ଗଲ, ଡଷ୍ଟବିନ, ନଦୀ ପରି ସ୍ଥାନରୁ ଶିଶୁଙ୍କୁ ଉଦ୍ଧାର କରାଯିବାର ଅନେକ ନଜିର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.