ଭାରତରେ କରୋନାକୁ ପୂରିଲା ୬ ମାସ, ଜାଣନ୍ତୁ କ’ଣ ପାଇଛେ କ’ଣ ହରାଇଛେ?

୩୦ ଜୁଲାଇ, ୨୦୨୦ ବା ଆଜି ଭାରତରେ କରୋନାକୁ ଛଅ ମାସ ପୂରିଛି। ସାରା ବିଶ୍ୱରେ କରୋନା ସଂକ୍ରମଣ ଉପରେ ନଜର ରଖୁଥିବା ୱେବ୍‌ସାଇଟ୍‌ ଓ୍ଵାଲଡୋମିଟର ମୁତାବକ ଠିକ୍‌ ୬ ମାସ ପରେ ଭାରତରେ କରୋନା ସଂକ୍ରମଣର ମୋଟ ମାମଲା ୧,୫୮୩,୭୯୩ ଛୁଇଁଛି। ସେହି ଭଳି ମୃତ୍ୟୁ ସଂଖ୍ୟା ୩୫,୦୦୦ ପାଖାପାଖି ପହଞ୍ଚିଛି। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧,୦୨୦,୫୮୨ ଓ ଏବେ ଦେଶରେ ୫୨୮,୨୪୨ଟି ଆକ୍ଟିଭ୍‌ କେସ୍‌ ରହିଛି। ଯଦି ଭାରତକୁ ଅନ୍ୟ ଦେଶ ସହ ତୁଳନା କରାଯାଏ ତେବେ ସଂକ୍ରମଣ ମାମଲାରେ ଆମେ ତୃତୀୟ ସ୍ଥାନରେ ରହିଛେ।

Coronavirus India lockdown Day 95 updates | June 27, 2020 - The Hindu

କରୋନା ସଂକ୍ରମଣ ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଆମେରିକାରେ କରୋନାର ପ୍ରଥମ କେସ୍‌ ଭାରତଠାରୁ ୧୦ ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। ସେଠାରେ ଜାନୁଆରୀ ୨୦ରେ ଓ୍ଵାଶିଂଟନ୍‌ର ଜଣେ ବ୍ୟକ୍ତିଙ୍କୁ କରୋନା ହୋଇଥିବା ଚିହ୍ନଟ ହୋଇଥିଲା। ସେବେ ଠାରୁ ଏବେ ଯାଏଁ ଆମେରିକାରେ ମୋଟ ୪,୫୨୬,୪୮୧ଟି ମାମଲା ସାମ୍ନାକୁ ଆସିଛି। ସେହିପରି ୧,୫୨,୯୨୯ ଲୋକଙ୍କ ମୃତ୍ୟୁ ହୋଇଛି। ୨୨,୧୨,୨୨୭ ଜଣ ସୁସ୍ଥ ହୋଇଛନ୍ତି ଓ ୨,୧୬୧,୩୨୫ ଜଣଙ୍କ ଚିକିତ୍ସା ଚାଲିଛି।

Coronavirus Pune: Kothrud-Bavdhan sees a 265 per cent spike in ...

ଅନ୍ୟପଟେ ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ସେଠାରେ ଫେବ୍ରୁଆରୀ ୨୫ରେ ପ୍ରଥମ କେସ୍‌ ସାମ୍ନାକୁ ଆସିଥିଲା। ଅର୍ଥାତ୍‌ ସେଠାରେ ଭାରତ ତୁଳନାରେ ୨୫ ଦିନ ପରେ କରୋନା ପାଦ ଦେଇଥିଲା। ଏବେ ସେଠାରେ ମୋଟ ୨୪,୯୮,୬୬୮ଟି ମାମଲା ସାମ୍ନାକୁ ଆସିଛି। ସେହିପରି ୮୮,୭୯୨ ଜଣଙ୍କ ମୃତ୍ୟୁ ଘଟିଛି। ୧,୭୨୧,୫୬୯ ଲୋକ ସୁସ୍ଥ ହୋଇଥିବା ବେଳେ ୬,୮୮,୩୧୬ଟି ଆକ୍ଟିଭ୍‌ କେସ୍‌ ସାମ୍ନାକୁ ଆସିଛି।

IMAGES: What New Coronavirus Looks Like Under The Microscope : NPR

ଏସବୁ ଦେଶର ଜନ ସଂଖ୍ୟାକୁ ଯଦି ଭାରତ ସହ ତୁଳନା କରାଯାଏ ତେବେ ଦେଶରେ ସ୍ଥିତି ଭଲ ରହିଛି। ଭାରତରେ ଟେଷ୍ଟିଂ ମଧ୍ୟ ଅନ୍ୟଦେଶ ତୁଳନାରେ ଅଧିକ ହେଉଛି। ଦେଶରେ ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରତିଦିନ ୧୩ ହଜାର ଜଣଙ୍କ ଟେଷ୍ଟିଂ ହେଉଛି। ଅନ୍ୟ ଦେଶ ତୁଳନାରେ ଏହା ଢେର ଅଧିକ। ଅନ୍ୟ ଦେଶରେ ଲକ୍ଷେରେ ୧୦ ହଜାର ଲୋକଙ୍କ ଟେଷ୍ଟିଂ ହେଉଥିବା ଜଣାଯାଇଛି।

ଏହି ୬ ମାସ ମଧ୍ୟରେ ଭାରତ ଅନେକ ଉପଲବ୍ଧି ମଧ୍ୟ ହାସଲ କରିଛି। ଭାରତର ସବୁଠୁ ବଡ଼ ଉପଲବ୍ଧି ହେଉଛି ଦେଶରେ ମୃତ୍ୟୁହାର ୨.୨୩ ପ୍ରତିଶତ ରହିଥିବା ବେଳେ ଦୁନିଆରେ ଏହି ହାର ୪ ପ୍ରତିଶତ ଅଛି। ଏହି ଆକଳନରୁ ଭାରତରେ ଭଲ ସ୍ଥିତି ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.