ଟ୍ଵିଟରରେ ଏମିତି ବଦଳାନ୍ତୁ ନିଜ User Name, ଫଲୋ କରନ୍ତୁ ଏହି ଷ୍ଟେପ୍‌

ଏବେ ସୋସିଆଲ ମିଡିଆର ଯୁଗ। ଏଣୁ ଯାହା ହାତରେ ଦେଖ ଆଉ କିଛି ଥାଉ କି ନଥାଉ ମୋବାଇଲ କିନ୍ତୁ ନିଶ୍ଚିତ ଥିବ। ଏହି ମୋବାଇଲ ଯୋଗୁ ହିଁ ଏବେ ହାତ ମୁଠାରେ ଦୁନିଆ। ପୃଥିବୀର ସବୁ କୋଣ ଅନୁକୋଣର ଖବର ମାତ୍ର କେଇ ସେକେଣ୍ଡରେ ଲୋକଙ୍କ ପାଖରେ ପହଞ୍ଚିଯାଉଛି। ଆଉ ଗୋଟିଏ କ୍ଲିକ୍‌ରେ ଲୋକେ ଖବର ପାଇପାରୁଛନ୍ତି। ଏହି ଖବର ପହଞ୍ଚାଇବାରେ ଫେସ୍‌ବୁକ୍‌, ହ୍ଵାଟ୍‌ଆପ୍‌, ଟ୍ଵିଟରର ବି କିଛି କମ୍‌ ଭୂମିକା ନାହିଁ। ଯାହା କିଛି ଘଟଣା ଘଟିଲା ତାହା ଏହି ସୋସିଆଲ ମିଡିଆ ଯୋଗେ ଲୋକଙ୍କ ପାଖରେ ଖୁବ୍‌ ସହଜରେ ପହଞ୍ଚିପାରୁଛି।

ତେବେ ଅନ୍ୟ ସବୁ ସୋସିଆଲ ମିଡିଆ ତୁଳନାରେ ଟ୍ଵିଟର ଏବେ ସବୁଠୁ ଆଗରେ ରହିଛି। ଏଣୁ ଟ୍ଵିଟର ୟୁଜରଙ୍କ ସଂଖ୍ୟା ବି ଢେର ଅଧିକ। ଟ୍ଵିଟରରେ ଏମିତି ଅନେକ ଫିଚର ରହିଛି ଯାହା ବିଷୟରେ ଏବେ ବି କିଛି ଲୋକ ଜାଣନ୍ତି ନାହିଁ। ସେଭଳି ଏକ ଫିଚର ହେଉଛି ୟୁଜର ନେମ୍‌ ପରିବର୍ତ୍ତନ। ଏବେ ବି କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଟ୍ଵିଟରରେ ନିଜ ଆଇଡି ବଦଳାଇବା ଜାଣିନାହାନ୍ତି। ଆଜି ଆସନ୍ତୁ ଜାଣିବା ଟ୍ଵିଟରରେ ନିଜ ୟୁଜର ନେମ୍‌କୁ କେମିତି ବଦଳାଇବେ ସେ ବିଷୟରେ…

  • ଏଥିପାଇଁ ପ୍ରଥମେ ନିଜ ଟ୍ଵିଟର ଆକାଉଣ୍ଟ ଲଗ୍‌ଇନ୍‌ କରନ୍ତୁ।
  • ଏବେ ପ୍ରୋଫାଇଲ ଉପରେ କ୍ଲିକ୍‌ କରନ୍ତୁ।
  • ବର୍ତ୍ତମାନ ସେଟିଂ ଓ ପ୍ରାଇଭେସି ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ଆକାଉଣ୍ଟ ଉପରେ କ୍ଲିକ୍‌ କରନ୍ତୁ।
  • ଏଠାରେ ଆପଣଙ୍କୁ ୟୁଜର ନେମ୍‌ ନଜର ଆସିବ।
  • ଏଠାରେ ଆପଣ ୧୫ଟି ଅକ୍ଷର କିମ୍ବା ତା’ଠାରୁ କମ୍‌ ଅକ୍ଷର ବ୍ୟବହାର କରି ନିଜ ୟୁଜର ନେମ୍‌ ବଦଳାନ୍ତୁ।
  • ୟୁଜର ନେମ୍‌ ବଦଳାଇବା ପରେ ଓକେ କ୍ଲିକ୍‌ କରନ୍ତୁ।
  • ଏବେ ଆପଣଙ୍କ ନାଁ ବଦଳିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.