ଟୋକିଓରୁ ଭାରତକୁ ଫେରିଲେ ମେଡାଲ ବିଜେତା,ଦିଲ୍ଲୀ ବିମାନ ବନ୍ଦରରେ ଖେଳାଳୀଙ୍କୁ ଜୋରଦାର ସ୍ୱାଗତ

କେନ୍ୟୁଜ୍(ବ୍ୟୁରୋ):   ଫେରିଲେ ଅଲିମ୍ପିଆନ୍‌ । ଦିଲ୍ଲୀ ବିମାନ ବନ୍ଦରରେ ଖେଳାଳୀଙ୍କୁ ଜୋରଦାର ସ୍ୱାଗତ । ସ୍ୱର୍ଣ୍ଣ ବିଜେତା ନୀରଜ ଚୌପ୍ରାଙ୍କୁ ସ୍ୱାଗତ କଲେ ସାଂସଦ ତେଜସ୍ୱୀ ସୂର‍୍ୟା । ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଭାରତ । ସ୍ୱର୍ଣ୍ଣ ସମେତ ୭ଟି ପଦକ ଜିତିଛି । ପ୍ରଥମ ଦିନରେ ରୌପ୍ୟ ପଦକ ଭେଟି ଦେଇଥିଲେ ମହିଳା ଭାରୋତ୍ତୋଳନକାରୀ ମୀରାବାଇ ଚାନୁ । ବ୍ୟାଡମିଣ୍ଟନରେ ଭାରତକୁ ଦ୍ୱିତୀୟ ମେଡାଲେ ଦେଇଥିଲେ ପି. ଭି. ସିନ୍ଧୁ । ବ୍ରୋଞ୍ଚ ପଦକ ଜିତିଥିଲେ ।

ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ତୃତୀୟ ପଦକ ଆଣିଥିଲେ ମହିଳା ବକ୍ସର ଲଭଲିନା ବୋରଗୋହେନ୍‌ । ୬୯ କିଲୋଗ୍ରାମରେ ବ୍ରୋଞ୍ଜ ମେଡାଲ୍‌ ଜିତିଥିଲେ । ରୌପ୍ୟ ଭେଟି ଦେଇଥିଲେ ହରିୟାଣାର ରବି କୁମାର ଦହିୟା । ୫୭ କିଲୋଗ୍ରାମ୍‌ କୁସ୍ତିଯୋଦ୍ଧାରେ ସିଲଭଲ୍‌ ମେଡାଲ୍‌ ଜିତିଥିଲେ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ୍‌ । ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ହରାଇ ଐତିହାସିକ ସଫଳତା ହାତେଇଥିଲା ଟିମ୍‌ ଇଣ୍ଡିଆ । ଭାରତ ଖାତାରେ ଷଷ୍ଠ ପଦକ ଆସିଥିଲା କୁସ୍ତିଯୋଦ୍ଧାରୁ । ୬୫ କିଲୋଗ୍ରାମରେ ବ୍ରୋଞ୍ଜ ମେଡାଲ୍‌ ଜିତିଥିଲେ ବଜରଙ୍ଗ ପୁନିଆ । ଶେଷରେ ଟୋକିଓ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣିମ ଇତିହାସ ଲେଖିଥିଲେ ନୀରଜ ଚୋପ୍ରା । ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.