୩୦ ଓ୍ଵାଟ ସାଉଣ୍ଡ ସହ ୧୦ ଘଣ୍ଟା ଚାଲିପାରେ ବ୍ଲୁଟୁଥ ସ୍ପିକର, ଏବେ ଘରେ କରନ୍ତୁ ନନ୍‌ଷ୍ଟପ୍‌ ପାର୍ଟି ।

ନୂଆଦିଲ୍ଲୀ :  ଯଦି ଆପଣ ଭଲ ମ୍ୟୁଜିକ୍‌ ଶୁଣିବାକୁ ଚାହୁଁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ହାତ ପାଆନ୍ତାରେ ପାଇବେ ନନ୍‌ ଷ୍ଟପ ୧୦ ଘଣ୍ଟା ଧରି ଚାଲୁଥିବା ବ୍ଲୁଟୁଥ ସ୍ପିକର । ଏହାର ସାଉଣ୍ଡ ବହୁତ ସପ୍ଟ ଓ ମ୍ୟୁଜିକ୍‌ କ୍ୱାଲିଟି ବହୁତ ବଢ଼ିଆ । ଏହାକୁ ସହଜରେ ସବୁ ଯାଗାକୁ ନେଇ ମଧ୍ୟ ପାରିବେ ।

ଏହାର ଡିଜାଇନ ଓ ସ୍ପିକର :

ଫ୍ରାନ୍ସିସ୍‌ ଲାଇଫ ଷ୍ଟାଇଲ ବ୍ରାଣ୍ଡ ZOOOK ଏବେ ମ୍ୟୁଜିକ ପ୍ରେମୀଙ୍କ ପାଇଁ ବ୍ଲୁଟୁଥ ସ୍ପିକର Rocker Color Blast ଭାରତରେ ଲଞ୍ଚ କରିଛି AUX ଜରିଆରେ ଡିଭାଇସ୍‌କୁ କନେକ୍ଟ କରିବା ପାଇଁ ପ୍ଲଗ ଇନ୍‌ ମେକାନିଜିମ ରହିଛି । ଏହାର ସାଉଣ୍ଡ ବହୁତ ଉଚ୍ଚ କୋଟୀର । ଏଥିରେ ବାସ୍‌ ଓ ବିଟ୍ସ ବହୁତ କ୍ଲିଅର ଶୁଣାଯାଇଥାଏ । ସବୁ ପ୍ରକାର ମ୍ୟୁଜିକ୍‌ ଶୁଣିବାକୁ ଏଥିରେ ବହୁତ ମଜା ଲାଗିବ । ଏଥିରେ ୪୦୦୦ mAh ରିଚାର୍ଜେବଲ ଲିଥିୟମ୍‌ ବ୍ୟାଟେରୀ ଦିଆଯାଇଥିବାରୁ ଫୁଲ ଚାର୍ଜରେ ଏହା ୧୦ ଘଣ୍ଟା ଯାଏ ଚାଲିପାରିବ ।

ଏହାର ଡିଜାଇନ ସବୁଠୁ ସୁନ୍ଦର । ଏଥିରେ RGB ଲାଇଟ୍ସ ରହିଛି । ଯାହାକି ମ୍ୟୁଜିକ୍‌ ସହିତ ଅନ୍‌ ହୋଇଥାଏ । ଦେଖିବାକୁ ଏହା ବହୁତ ସୁନ୍ଦର ହୋଇଥାଏ । ଏହି ସ୍ପିକର ୩୦ ଓ୍ଵାଟି ଆଉଟପୁଟ ଦେଇଥାଏ । ଏହି ସ୍ପିକର IPX5 ରେଟେଡ ଓ ଏହାର ମୂଲ୍ୟ ରହିଛି ୩,୪୯୯ ଟଙ୍କା । ଏହା ସବୁ ଅଫ୍‌ଲାଇନ ଓ ଅନ୍‌ଲାଇନ ଷ୍ଟୋରରେ ଉପଲବ୍ଧ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.