Below header

କେନ୍ଦୁଝର: ସୋସିଆଲ୍‌ ମିଡିଆ ସାଜିଲା ସୁରକ୍ଷା ମାଧ୍ୟମ, ଟ୍ଵିଟ୍‌ ପରେ ଯୁବତୀଙ୍କ ସୁରକ୍ଷା ପାଇଁ ପୋଲିସ ନେଲା କୁଇକ୍‌ ଆକ୍ସନ

କେନ୍ଦୁଝର(କେନ୍ୟୁଜ୍): ଟ୍ଵିଟ୍‌ ପରେ କୁଇକ୍‌ ଆକ୍ସନ । ସୋସିଆଲ୍‌ ମିଡିଆରେ ପୋଲିସକୁ ସୁରକ୍ଷା ନେଇ ସହାୟତା ମାଗିଲେ ଯୁବତୀ । ରାତି ୨ଟାରେ ଘରେ ପହଞ୍ଚିଲା ପୋଲିସ । ଅଭିଯୋଗ ପଚାରି ବୁଝିବା ସହ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ଯୁବତୀ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୋସିଆଲ୍‌ ମିଡିଆରେ ପୋଲିସକୁ ସହାୟତା ମାଗିଥିଲେ । ଏସମ୍ପର୍କିତ ଅଭିଯୋଗପତ୍ର ବି ଟ୍ଵିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଅଭିଯୋଗ କରିଥିଲେ, ସେନାରେ ଚାକିରି କରିଥିବା ଜଣେ ଯବାନ ତାଙ୍କୁ ମାସେ ହେବ ହଇରାଣ ହରକତ କରୁଛନ୍ତି । ସଂପୃକ୍ତ ଯୁବକ ଏବେ ଛୁଟିରେ ଆସିଛନ୍ତି ।

keonjhar

ବନ୍ଧୁକ ଓ ଭୁଜାଲୀ ଧରି ତାଙ୍କ ଘର ପାଖକୁ ଆସି ବାହା ହେବାକୁ ବାଧ୍ୟ କରୁଛନ୍ତି । ନହେଲେ ଜୀବନରେ ମାରି ଦେବା ସହ ଏସିଡ୍‌ ପକାଇ ଦେବାକୁ ଧମକ ଦେଉଛନ୍ତି ଯୁବକ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ରାତି ସାରା ଘର ଚାରିପଟେ ବୁଲୁଛନ୍ତି । ୧୫ ଦିନ ହେବ ଭୟରେ ସେ ଘର ଭିତରେ ବନ୍ଦୀ ଭଳି ରହୁଛନ୍ତି ବୋଲି କହିଛନ୍ତି ଯୁବତୀ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଟ୍ଵିଟ୍‌ କରିଥିଲେ । ଏଥିରେ ପୋଲିସ ଡିଜି, କେନ୍ଦୁଝର ଏସପି ଓ ଗୃହ ବିଭାଗକୁ ଟ୍ୟାଗ୍‌ କରିଥିଲେ ଯୁବତୀ । ତାଙ୍କୁ ଓ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ଟ୍ଵିଟ୍‌ ପରେ ପୋଲିସ ରାତି ୨ଟାରେ ତାଙ୍କ ଘରେ ପହଞ୍ଚିଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.