Below header

ଇନଷ୍ଟାରୁ କରିପାରିବେ ମେସେଞ୍ଜର ରୁମ କ୍ରିଏଟ ଜଏନ, ଫଲୋ କରନ୍ତୁ ଏହି ଟିପ୍ସ

ଫେସବୁକ ନିକଟରେ ନିଜର ମେସେଞ୍ଜର ରୁମ୍ସ ଫିଚରକୁ ବିସ୍ତାର କରିବା ପାଇଁ ହ୍ଵାଟସଆପ୍‌ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଏହାକୁ ଲାଗୁ କରିଥିଲା। ଅର୍ଥାତ୍‌ କମ୍ପାନୀ ୟୁଜର୍ସଙ୍କୁ ହ୍ଵାଟସଆପ୍‌ ଏବଂ ଇନଷ୍ଟାଗ୍ରାମରୁ ହିଁ ସିଧା ସଳଖ ଭିଡିଓ କନଫରେନ୍ସରେ ଜଡିତ ହେବାକୁ ସୁଯୋଗ ଦେଇଥିଲା।

556

ଏହି ମେସେଞ୍ଜର ରୁମ୍ସ ଜରିଆରେ ୟୁଜର୍ସ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସହିତ ଭିଡିଓ ଚାଟ ଜଏନ କରିପାରିବେ। ଯଦି ଆପଣ ମେସେଞ୍ଜର ଆପ୍‌କୁ ବ୍ୟବହାର କରନ୍ତି ନାହିଁ କିନ୍ତୁ ରୁମ୍ସ ଚାଟ୍‌ରେ ଜଏନ ହେବାକୁ ଚାହୁଁଛନ୍ତି, ତେବେ ଇନଷ୍ଟାଗ୍ରାମ ଜରିଆରେ ଏଥିରେ ଜଏନ କରିପାରିବେ। ଏଥିପାଇଁ ଆପଣଙ୍କୁ ଇନଷ୍ଟାଗ୍ରାମର ଲାଟେଷ୍ଟ ଭର୍ସନ ହେବା ଦରକାର ଏବଂ ଉନ୍ନତମାନର ଇଣ୍ଟରନେଟ କ୍ୱାଲିଟ ଥିବା ଦରକାର। କେମିତି ହେବ ଇନଷ୍ଟାରୁ ରୁମ୍ସରେ ଜଏନ..

ଫଲୋ କରନ୍ତୁ ଏହି ଟିପ୍ସ :

– ପ୍ରଥମେ ଇନଷ୍ଟାଗ୍ରାମ ଓପନ କରି ଟପରେ ଡାହାଣ କର୍ଣ୍ଣରେ ଥିବା ଡାଇରେକ୍ଟ ମେସେଜେସ ସେକ୍ସନକୁ ଯାଆନ୍ତୁ।

– ଏଠାରେ ଥିବା ଭିଡିଓ କଲରେ ଟାପ୍‌ କରନ୍ତୁ ଏହା ପରେ କ୍ରିଏଟ ଏ ରୁମ ଅପସନ ଉପରେ ଟାପ୍‌ କରନ୍ତୁ।

– ଅନ୍ୟ ସାଙ୍ଗମାନଙ୍କୁ ଇନଷ୍ଟାଗ୍ରାମରେ ଇନଭାଇଟ କରନ୍ତୁ, ସେମାନଙ୍କୁ ଜଏନ କରିବାକୁ ଅପେକ୍ଷା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.