ଫେକ୍‌ ଆକାଉଣ୍ଟସ : ଟ୍ଵିଟରରେ ଆକଉଣ୍ଟକୁ ଏମିତି କରନ୍ତୁ ଯାଞ୍ଚ୍‌, ତୁରନ୍ତ ଜଣାପଡିବ ଆକାଉଣ୍ଟ ନକଲି କି ଅସଲି

ନୂଆଦିଲ୍ଲୀ : ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନକଲି ଆକାଉଣ୍ଟ ଦେଖିବାକୁ ମିଳିଥାଏ । ଏପରି ଫେକ୍‌ ଆକାଉଣ୍ଟ ତିଆରି କରିବାରେ କାହାର ବି ଠିକ ମନୋଭାବ ନଥାଏ । ହୋଇପାରେ ଏହି ଫେକ୍‌ ଆକାଉଣ୍ଟ ସାଇବର ଆଟାକ ବା ଏପରି କିଛି ମନ୍ଦ ଉଦ୍ଦେଶ୍ୟରେ ତିଆରି ହୋଇପାରେ । ହେଲେ ଏହି ଆକାଉଣ୍ଟକୁ ଆମେ ଚିହ୍ନିବା କିପରି । ଏହିସବୁ ଆକାଉଣ୍ଟକୁ ଚିହ୍ନି ଏହାଠାରୁ ଦୂରେଇ ରହିବା ଭଲ ହୋଇଥାଏ । ଆମେ ଏଠାରେ ଏକ ଫେକ୍‌ ଆକାଉଣ୍ଟକୁ ଚିହ୍ନିବା ପାଇଁ କିଛି ଟିପ୍ସ ଦେଉଛୁ,ଯାହା ଆପଣଙ୍କ କାମରେ ଲାଗିବ ।

ସବୁ କଥା ଭଲଭାବେ ଚେକ୍‌ କରନ୍ତୁ

କୌଣସି ବି ଆକାଉଣ୍ଟସରେ ଯୋଡି ହେବା ପୂର୍ବରୁ ଆକାଉଣ୍ଟ ହୋଲ୍ଡର ନାମ, ଆକାଉଣ୍ଟ କେବେ ହେଲା, ତାଙ୍କର କେତେଜଣ ଫଲୋରସ ଅଛନ୍ତି । ତାଙ୍କୁ କେଉଁ ଲୋକ ଫଲୋ କରୁଛନ୍ତି, ଏପରି କଥା ପ୍ରତି ଧ୍ୟାନ ରଖନ୍ତୁ ।

ପେଡ ବ୍ଲୁ ଟିକ କିମ୍ବା ଭେରିଫାଏଡ ବ୍ଲୁ ଟିକ୍‌

ଏହା ଜାଣିବା ପାଇଁ ଆକାଉଣ୍ଟର ଡିଟେଲ ଚେକ୍‌ କରନ୍ତୁ । ଆକାଉଣ୍ଟର ପପ୍‌ ଅପ୍‌ ରେ ଯଦି ଆପଣଙ୍କୁ ଏହି ଆକାଉଣ୍ଟ ଆଭିଡିଭିଟ ହୋଇଥାଏ ତବେ ଏଥିରେ ଟ୍ଵିଟର ବ୍ଳୁ ର ସଦସ୍ୟତା ନେଇଥାଏ । ଏହା ଭେରିଫାଏଡ ଅଟେ ।

ପୂର୍ବ ପୋଷ୍ଟ ଦେଖନ୍ତୁ

ଏହି ଆକାଉଣ୍ଟରେ ପ୍ରଥମ ପୋଷ୍ଟ ଚେକ କରନ୍ତୁ । ସେଥିରେ କେଉଁ ପ୍ରକାର ଭାଷା ଓ କେଉଁ ପ୍ରକାର ପୋଷ୍ଟ କରାଯାଇଛି, ଏହାକୁ ଦେଖି ଜାଣିପାରିବେ ଏହି ଆକାଉଣ୍ଟ ଚଳାଉଥିବା ବ୍ୟକ୍ତି କେଉଁ ମାଇଣ୍ଡର ।

ବାୟୋ ଡିଟେଲସ ଦେଖନ୍ତୁ

ଆକାଉଣ୍ଟର ହୋଲ୍ଡରଙ୍କ ବର୍ତ୍ତମାନ ସୂଚନା ସହ ପଛ ଦିନର ସୂଚନା ଚେକ କରନ୍ତୁ । ଏହା ବ୍ଲୁ ଟିକ୍‌ ବାଲା ନା ନର୍ମାଲ, ଯଦି ସୂଚନା ମେଳ ନଖାଏ ତେବେ ଏହି ଆକାଉଣ୍ଟ ଫେକ୍‌ ଅଟେ । ଯଦି ଆପଣ ଏହିସବୁ କଥାକୁ ଧ୍ୟାନ ରଖି ଆକାଉଣ୍ଟ ସହ ଯୋଡିହେବେ ତେବେ କିଛି ଅସୁବିଧା ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.