Below header

ହତ୍ୟା ପରେ ମୁହଁ ଜାଳିଥିଲା ଆଫତାବ, ମୃତଦେହକୁ ନଷ୍ଟ କରିବା ନେଇ ଇଣ୍ଟରନେଟରେ ସର୍ଚ୍ଚ କରିଥିଲା

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ବଡ଼ ଖୁଲାସା। ଆଫତାବ ନିଜେ ମାନିଛି, ଶ୍ରଦ୍ଧାଙ୍କୁ ଖଣ୍ଡଖଣ୍ଡ କାଟିବା ପରେ ପରିଚୟ ନଷ୍ଟ ପାଇଁ ମୁହଁକୁ ଜାଳି ଦେଇଥିଲା। ହତ୍ୟା ପରେ ମୃତଦେହକୁ କିପରି ନଷ୍ଟ କରାଯିବ ସେନେଇ ଇଣ୍ଟରନେଟରେ ସର୍ଚ୍ଚ କରିଥିଲା। ଲିଭ୍‌ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଲା ଜହ୍ଲାଦ ବୟଫ୍ରେଣ୍ଡ ଆଫତାବ।

କିଲର ବୟଫ୍ରେଣ୍ଡର ସ୍ୱୀକାରୋକ୍ତି ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଶ୍ରଦ୍ଧାଙ୍କୁ ମୃତଦେହ କାଟିବାକୁ ୧୦ଘଣ୍ଟା ସମୟ ନେଇଥିଲା ଆଫତାବ। ମୃତଦେହ ୩୫ ଖଣ୍ଡ କରିବା ପରେ ସେ ବିଅର ପିଇଥିଲା ଓ ସିଗାରେଟ ଟାଣିଥିଲା। ଏହି ସମୟ ମଧ୍ୟରେ ସେ ଅନ୍‌ଲାଇନରେ ଖାଦ୍ୟ ଅର୍ଡର କରିଥିଲା ଓ ଫିଲ୍ମ ଦେଖିଥିଲା।

ସେପଟେ ହତ୍ୟା ମାମଲାରେ ସାମନାକୁ ଆସିବାର ତିନିଦିନ ପରେ ସାମନାକୁ ଆସୁଛି ନୂଆ ନୂଆ ଟ୍ଵିଷ୍ଟ। ଶ୍ରଦ୍ଧା ଓ ଆଫତାବଙ୍କ ବାକି ଥିଲା ୩୦୦ ଟଙ୍କା ପାଣି ବିଲ୍‌ । ଦିଲ୍ଲୀରେ ୨୦ହଜାର ଲିଟର ପାଣି ମାଗଣାରେ ମିଳୁଥିବା ବେଳେ ଆଫତାବର ପାଣି ବିଲ୍‌ ୩୦୦ ଟଙ୍କା ବକେୟା ଥିଲା। ଆର୍ପାଟମେଣ୍ଟରେ ସମସ୍ତଙ୍କ ପାଣି ବିଲ୍‌ ଜିରୋ ଆସୁଥିବା ବେଳେ ଆଫତାବର କିପରି ୩୦୦ ଟଙ୍କା ପାଣି ବିଲ୍‌ ଆସିଥିଲା ତାହା ପ୍ରଶ୍ନ ଉଠୁଛି। ହତ୍ୟା ପରେ ରକ୍ତ ଛିଟା ସଫା କରିବାକୁ ଆଫତାବ ପ୍ରଚୁର ପାଣି ବ୍ୟବହାର କରିଥିବା ସନ୍ଦେହ କରୁଛି ପୋଲିସ।

ଏହାକୁ ପ୍ରମାଣ ହିସାବରେ ନେଇପାରେ ଦିଲ୍ଲୀ ପୋଲିସ। ଏହା ସହ ଆଫତାବ ବାରମ୍ବାର ପାଣି ଟାଙ୍କି ଚେକ୍‌ କରୁଥିବା ପଡୋଶୀ କହିଛନ୍ତି। ଆଜି କୋର୍ଟରେ ହାଜର ହେବ ଆଫତାବ। ହତ୍ୟାକାରୀକୁ ଆଉଥରେ ରିମାଣ୍ଡରେ ନେବାକୁ କୋର୍ଟରେ ପୋଲିସ ଆବେଦନ କରିବ। ଏହା ସହ ଛତରପୁର ଜଙ୍ଗଲକୁ ଯାଇ ଅଧିକ ପ୍ରମାଣ ଖୋଜୁଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.