Below header

ଏଣିକି ପାଖରେ ବସିଥିବା ବ୍ୟକ୍ତି ମଧ୍ୟ ପଢିପାରିବେନି ହ୍ବାଟସଆପ୍‌, ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ ଚାଟ୍‌, ଜାଣନ୍ତୁ ଏହାର ଉପାୟ

ଅଧିକାଂଶ ୟୁଜର୍ସ ମାନେ ହ୍ବାଟସଆପ୍‌ କୁ ପ୍ରାଇମେରୀ ଚାଟିଂ ଆପ୍ ଭାବରେ ବ୍ୟବହାର କରନ୍ତି। ଆମେ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟକ୍ତିଗତ କାର୍ଯ୍ୟ ମଧ୍ୟ କରିଥାଉ। ଆମେ ସବୁ ଏଭଳି କୌଣସି ସ୍ଥିତି ଦେଇ ନିଶ୍ଚିତ ଯାଉଛୁ, ଯେତେବେଳେ ଆମେ ପବ୍ଲିକ ପ୍ଲେସ୍‌ରେ ଚାଟ୍‌ କରୁ ଓ ପାଖରେ ବସିଥିବା ବ୍ୟକ୍ତି ଆମର ଫୋନ୍ ସ୍କ୍ରିନ୍ ଦେଖିନେଇଥାନ୍ତି। ଏଭଳି ସ୍ଥିତିରେ ସେମାନେ କିଛି ଜରୁରୀ ଚାଟ୍‌ ମଧ୍ୟ ପଢି ନେଇଥାନ୍ତି, କିନ୍ତୁ ଆପଣ ନିଜର ଚାଟ୍‌କୁ ସୁରକ୍ଷିତ ରଖିପାରିବେ। ତେବେ ଆପଣ ଚାଟିଂ ଜାରି ରଖିପାରିବେ ଏବଂ ଆପଣଙ୍କ ପାଖରେ ବସିଥିବା ବ୍ୟକ୍ତି ଚାହିଁଲେ ମଧ୍ୟ ଆପଣଙ୍କ ଚାଟ୍ ପଢିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଏକ ତୃତୀୟ ପକ୍ଷ ଆପର ସାହାଯ୍ୟ ନେବାକୁ ପଡିବ।

ଏଥିପାଇଁ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ MaskChat-Hides Chat ଆପ୍ ଡାଉନଲୋଡ୍‌ କରିବାକୁ ହେବ।ଏହି ଆପ୍ ଡାଉନଲୋଡ୍ କରିବା ପରେ, ଆପଣ ଆପଣଙ୍କର ଚାଟ୍ ଲୁଚାଇବା ପାଇଁ ଏହାକୁ ବ୍ୟବହାର କରିପାରିବେ। ଏହି ଆପ୍ ମଧ୍ୟ ନାମ ଅନୁଯାୟୀ କାମ କରେ। ତେ​‌ବେ ଫ୍ରି ଭର୍ସନ ହେବା କାରଣରୁ ଏହି ଆପ୍ ସହିତ ଆପଣଙ୍କୁ ଆଡ୍ ମଧ୍ୟ ଦେଖିବାକୁ ମିଳିବ। ଏହି ଆପ୍‌ ଆପଣଙ୍କ ଫୋନ୍ ସ୍କ୍ରିନ୍‌ରେ ଏକ ଡିଜିଟାଲ ପରଦା ପକାଇ ଦେଇଥାଏ। ଏଥିରେ ଆପଣଙ୍କ ପାଖରେ ବସିଥିବା ବ୍ୟକ୍ତି ଆପଣଙ୍କ ଫୋନ୍‌ ସ୍କ୍ରିନ୍‌ରେ ଦେଖି ପାରିବେ ନାହିଁ। ଏହି କାରଣରୁ ଆପଣ ବିନା କୌଣସି କଥା ବିଷୟରେ ଚିନ୍ତା ନକରି ସହଜରେ ଚାଟ୍‌ କରିପାରିବେ। ଏହି ଆପ୍ ହ୍ବାଟସଆପ୍ ବ୍ୟତୀତ ଅନ୍ୟ ଆପ୍‌ ଯେପରି ଇନଷ୍ଟାଗ୍ରାମ୍‌, ଫେସବୁକ୍‌ରେ ମଧ୍ୟ କାମ କରିଥାଏ।

ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ଏହି ଆପ୍ ଇନଷ୍ଟଲ କରିପାରିବେ। ଇନଷ୍ଟଲ ହେବା ପରେ, ଏହି ଆପ୍ ଖୋଲନ୍ତୁ । ଆପ୍‌ ଓପନ ହେବାମାତ୍ରେ ଆପଣଙ୍କ ସ୍କ୍ରିନ୍‌ରେ ଫ୍ଲୋଟିଂ ମାସ୍କ ଆଇକନ୍ ଆସଯିବ। ଯେତେବେଳେ ଆପଣ ସ୍କ୍ରିନ୍କୁ ଅନ୍ୟମାନଙ୍କଠାରୁ ଲୁଚାଇବାକୁ ଚାହାଁନ୍ତି, ଏହାକୁ ଟର୍ନ୍ କରିବାକୁ ଏହି ଫ୍ଲୋଟିଂ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ଏହା ପରେ ଆପଣଙ୍କ ଫୋନରେ ଏକ ୱାଲପେପର (ଡିଜିଟାଲ୍ ପରଦା) ଆସିବ। ଏହାର ସାଇଜ୍‌କୁ ଆପଣ ନିଜ ହିସାବରେ ଆଡଜଷ୍ଟ କରିପାରିବେ। ଏହି ଓ୍ବାଲପେପରକୁ ଆପଣ ମଧ୍ୟ ବଦଳାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.