ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଭୁଜାଲି ଓ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ
କଣ୍ଟାମାଳ(କେନ୍ୟୁଜ): ଭୁଜାଲିରେ ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସିମିଳିପଦର ପଞ୍ଚାୟତ ଆମ୍ବପାଲି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଜଣ ମିଶି ଭୁଜାଲିରେ ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଆମ୍ବପାଲି ଗ୍ରାମରେ ମନରେଗା ଯୋଜନାରେ ଗ୍ରାମ୍ୟ ପୋଖରୀ ଖନନ ହେଉଥିବା ବେଳେ ସେହି ଗ୍ରାମର ପ୍ରଦୀପ ରଣା ଓ ପ୍ରକାଶ ରଣା ଏହାର ତଦାରଖ କରୁଥିଲେ। ଏହି ସମୟରେ ଗ୍ରାମର ୪ ଜଣ ଯୁବକ ଆସି ହଠାତ୍ ୨ ଭାଇ ପ୍ରଦୀପ ଓ ପ୍ରକାଶଙ୍କୁ ଭୁଜାଲି ଓ ଟାଙ୍ଗିଆରେ ଆତର୍କୀତ ଆକ୍ରମଣ କରି ଉଭୟଙ୍କ ମୁଣ୍ଡକୁ ହାଣିଥିଲେ।
ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରଚୁର ରକ୍ତଶ୍ରାବ ହୋଇ ଉଭୟ ଗୁରୁତର ଆହତ ହୋଇଥିଲେ। ଏହାଦେଖି ପ୍ରଥମେ ମନମୁଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ଯ ବର୍ତ୍ତମାନ ସୁଦ୍ଧା ମାମଲା ଦାୟର ହୋଇନଥିବା ଜଣାପଡିଛି ।