୫ହଜାର ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା: ଭିଜିଲାନ୍ସ ହାତରେ ଧରାପଡିଲେ ଆସିକା ବିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ
![VIGILANCE RAID](https://knewsodisha.com/wp-content/uploads/2022/06/VIGILANCE-RAID.jpg)
ଭଞ୍ଜନଗର(କେନ୍ୟୁଜ): ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ବିଇଓ (BEO) କାର୍ଯ୍ୟାଳୟର କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନ । ନବଘନ ଗୈାଡ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ, ବେନିଫିଟ୍ ସାର୍ଟିଫିକେଟ କରାଇ ଦେବାପାଇଁ, ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ସଂପୃକ୍ତ କିରାଣୀ ।
ଅଭିଯୋଗ ପାଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଏକ ଟିମ୍ , ଘଟଣା ସମୟରେ ଆସିକା ଠାରେ ଚଢ଼ାଉ କରିଥିଲେ । ଆସିକା କାର୍ଯ୍ୟାଳୟ ସମେତ, ଆସିକା ବାଣୀବିହାର ସ୍ଥିତ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା । ଏନେଇ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ ବିଭାଗ ।