ସ୍ମାର୍ଟଫୋନ୍‌ରେ ଅଧିକ ଡାଟା ଖର୍ଚ୍ଚ ହେଉଛି କି, ଏହି ଉପାୟରେ କରନ୍ତୁ ଡାଟା ସଞ୍ଚୟ

ସୋସିଆଲ ମିଡିଆର ବ୍ୟବହାର ପୂର୍ବ ତୁଳନାରେ ଏବେ ବହୁତ ବଢ଼ିଯାଇଛି। ଏବେ ସମସ୍ତଙ୍କ ହାତରେ ମୋବାଇଲ। ସ୍ମାର୍ଟଫୋନ୍‌ରେ ଫେସ୍‌ବୁକ୍‌, ହ୍ଵାଟ୍ସଆପ୍‌ ଆଦିର ବ୍ୟବହାର ମଧ୍ୟ ସମପରିମାଣରେ ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ କେବଳ ଫଟୋ ଓ ଟେକ୍ସଟ୍‌ ପୋଷ୍ଟରେ ସୀମିତ ନାହିଁ। ଏବେ ୟୁଜର ହାଇକ୍ୱାଲିଟିର ଭିଡିଓ ଓ ଫଟୋ ମଧ୍ୟ ଲୋଡ୍‌ କରୁଛନ୍ତି। ଫଳରେ ଅଧିକ ଡାଟା ଖର୍ଚ୍ଚ ହେଉଛି। ଯଦି ଆପଣଙ୍କ ଫୋନ୍‌ରେ ମଧ୍ୟ ଅଧିକ ଡାଟା ଖର୍ଚ୍ଚ ହେଉଛି, ତେବେ ଆସନ୍ତୁ ଜାଣିବା କେମିତି କରିବେ ଡାଟା ସଞ୍ଚୟ…

ଫେସ୍‌ବୁକ୍‌ରେ ଅଟୋ-ପ୍ଲେ ଯୋଗୁ ମଧ୍ୟ ଭିଡିଓ ଆପେ ଆପେ ଚାଲେ ଓ ଅଧିକ ଡାଟା ଖର୍ଚ୍ଚ ହୁଏ। ଏଣୁ ଡାଟା ଖର୍ଚ୍ଚ କମାଇବାକୁ ଆପଣ ଫେସ୍‌ବୁକ୍‌ର ଅଟୋ-ପ୍ଲେକୁ ଅଫ୍‌ କରିପାରିବେ। ସେଟିଂକୁ ଯାଇ ଏହି ଫିଚର ବନ୍ଦ କରିପାରିବେ। ସେହିପରି ଟ୍ଵିଟର ଓ ଅନ୍ୟ ଆପ୍‌ର ନୋଟିଫିକେସନ୍‌କୁ ବନ୍ଦ କରି ମଧ୍ୟ ଆପଣ ଡାଟା ଖର୍ଚ୍ଚ କମାଇପାରିବେ। ଏହି ଫିଚର ଅଫ୍‌ କଲେ ଆପଣଙ୍କୁ କୌଣସି ନୋଟିଫିକେସନ୍‌ ଆସିବ ନାହିଁ କି ଅଧିକ ଡାଟା ଖର୍ଚ୍ଚ ହେବ ନାହିଁ।

ସେହିପରି ହ୍ଵାଟ୍ସଆପ୍‌ରେ ଅଟୋ ଡାଉନ୍‌ଲୋଡ୍‌ ଫିଚର ବନ୍ଦ କରି ଆପଣ ଡାଟା ଖର୍ଚ୍ଚ ରୋକିପାରିବେ। ଏହି ଫିଚର ଅନ୍‌ କରିବା ପରେ ଆପଣ ଯେଉଁ ଫଟୋ, ଭିଡିଓ କିମ୍ବା ଅଡିଓ ଶୁଣିବାକୁ କିମ୍ବା ଦେଖିବାକୁ ଚାହୁଁଛନ୍ତି କେବଳ ତାହାକୁ ଲୋଡ୍‌ କରି ଦେଖିପାରିବେ। ଅଯଥା ଅନ୍ୟ ଅନାବଶ୍ୟକ ଫଟୋ କିମ୍ବା ଭିଡିଓ ଲୋଡ୍‌ ହେବନାହିଁ କି ଅଧିକ ଡାଟା ସରିବ ନାହିଁ।

ଆପଣ ଆଣ୍ଡ୍ରଏଡ୍‌ ଆପ୍‌ର ବ୍ୟାକ୍‌ଗ୍ରାଉଣ୍ଡ ପ୍ରୋସେସିଂକୁ ମଧ୍ୟ ବନ୍ଦ କରିପାରିବେ। ଏହା ଦ୍ୱାରା କମ୍‌ ଡାଟା ଖର୍ଚ୍ଚ ହେବ। ଟ୍ଵିଟରରେ ମଧ୍ୟ ଆପଣ ଅଟୋ ପ୍ଲେ ବନ୍ଦ କରି ଡାଟା ଖର୍ଚ୍ଚ ରୋକିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.