Below header

ରୋଜଗାର ଛଡ଼ାଇ ନେଲା କରୋନା, ଏବେ ଖାଦ୍ୟ ଡେଲିଭରି କରୁଛନ୍ତି ଏହି ଲୋକପ୍ରିୟ କ୍ରିକେଟର

କରୋନା ଭାଇରସ୍‌ ଏବେ ସାରା ବିଶ୍ୱକୁ ନିଜ କବ୍‌ଜାକୁ ନେଇ ସାରିଲାଣି। ଆଉ କିଛି ଦିନ ପରେ ଏହି ଭାଇରସ୍‌ର ସଂକ୍ରମଣକୁ ବର୍ଷ ପୂରିବ। ଭ୍ୟାକ୍‌ସିନ୍‌ ବାହାରି ପାରିନଥିବାରୁ ସମସ୍ତେ ଏହି ଭାଇରସ୍‌ ଯୋଗୁ ଚିନ୍ତାରେ ଅଛନ୍ତି। କରୋନା ଯୋଗୁ କିଛି ଲୋକ ରୋଜଗାର ହରାଇଥିବା ବେଳେ ଆଉ କିଛି ପେସା ଛାଡ଼ିଛନ୍ତି। କେବଳ ସାଧାରଣ ଲୋକ ନୁହେଁ, କ୍ରିକେଟରଙ୍କ ଉପରେ ମଧ୍ୟ କରୋନା ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

ବଡ଼ ବଡ଼ ଦେଶର ଖେଳାଳିଙ୍କୁ ଏହି ମହାମାରୀ ଯୋଗୁ ଏତେଟା ସମସ୍ୟା ହୋଇନଥିବା ବେଳେ ଛୋଟ ଦେଶର ଖେଳାଳିଙ୍କୁ ବଡ଼ ଅସୁବିଧା ଭୋଗିବାକୁ ପଡ଼ିଛି। ଯେଉଁ କ୍ରିକେଟରଙ୍କ ଘର କେବଳ କ୍ରିକେଟ୍‌ ଯୋଗୁ ଚଳୁଥିଲା ସେମାନେ ଏବେ କ୍ରିକେଟ୍‌ ଛାଡ଼ି ରୋଜଗାରର ଅନ୍ୟ ପନ୍ଥା ଆପଣାଇଛନ୍ତି। ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିବା ସେଭଳି ଜଣେ ଖେଳାଳି ହେଉଛନ୍ତି ନେଦରଲାଣ୍ଡର ପଲ୍‌ ଭନ୍‌ ମିକେରେନ୍‌।

ପଲ ଏବେ ଡେଲିଭରି ବୟ ଭାବେ କାମ କରୁଛନ୍ତି। ସେ ଉବର ଇଟ୍‌ ନାମକ ଏକ କମ୍ପାନୀରେ ଡେଲିଭରି ବୟ ଅଛନ୍ତି। ନିଜ ଅବସ୍ଥା ସମ୍ପର୍କରେ ପଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ପଲ ଟ୍ଵିଟ୍‌ କରି ଲେଖିଛନ୍ତି ‘ଆଜି କ୍ରିକେଟ୍‌ ଖେଳିବାର ଥିଲା, କିନ୍ତୁ ଏହି ଥଣ୍ଡାରେ ଉବର ଇଟ୍‌ର ଡେଲିଭରି କରୁଛି। ଅବସ୍ଥା ଏମିତି ବଦଳିଲେ ହାସ୍ୟସ୍ପଦ ଲାଗେ। ହା ହା ହା ହସୁଥାଅ ସାଥୀମାନେ’।

cricket

ସୂଚନାଯୋଗ୍ୟ ଯେ ୧୪ ନଭେମ୍ବରରେ ଏମ୍‌ସିଜିରେ ଆଇସିସି ଟି୨୦ ଓ୍ଵାର୍ଲ୍ଡ କପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବାର ଥିଲା। ମାତ୍ର କରୋନା ଭାଇରସ୍‌ ଯୋଗୁ ଏହାକୁ ସ୍ଥଗିତ କରାଯାଇଛି। ଓ୍ଵାର୍ଲ୍ଡକପ୍‌ ସ୍ଥଗିତ ହୋଇନଥିଲେ ନେଦରଲ୍ୟାଣ୍ଡର ଟିମ୍‌ ଏଥିରେ ଭାଗ ନେଇ ଥାଆନ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.