Below header

ଫୋନର ସ୍କ୍ରୀନ ହୋଇଯିବ ଅଧା, ଯେତେବେଳେ ଏକାସାଥିରେ କରିପାରିବେ ଦୁଇଟା ଆପ୍ସର ବ୍ୟବହାର

କଣ ଆପଣ କେବେ ନିଜ ଆଣ୍ଡ୍ରଏଡ ମୋବାଇଲ ଡିଭାଇସରେ ଏକା ସାଥିରେ ଗୋଟିଏ ସମୟରେ ଦୁଇଟି ଆପ୍ସର ବ୍ୟବହାର କରିଛନ୍ତି? ଯଦି ନା, ତାହେଲେ ଆଜି ଆମେ ଆପଣଙ୍କୁ ଏ ଭିଡିଓରେ ଜଣାଇବୁ ଯେ କେମିତି ଆପଣ ଆପଣଙ୍କ ମୋବାଇଲ ସ୍କ୍ରୀନରେ ଗୋଟିଏ ସମୟରେ ଦୁଇ ଦୁଇଟା ଆପ୍ସକୁ ବ୍ୟବହାର କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲାଟେଷ୍ଟ ସ୍ମାର୍ଟଫୋନରେ ଏହି ଫିଚର ଆସିଥାଏ। ନୂଆ ଆଣ୍ଡ୍ରଏଡ ଫୋନ୍‌ ଏବେ ଆପଣଙ୍କୁ ସ୍ପିଲଟ ସ୍କ୍ରୀନ ମୋଡରେ ଆପ୍‌ ଚଲାଇବାର ଅନୁମତି ଦେଇଛି। ଏବେ ଆପଣ ଏକା ସାଥିରେ ଦୁଇଟା ଆପର ବ୍ୟବହାର କରିପାରିବା ଏବଂ ଦେଖିବାର ସୁବିଧା ପାଇପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି ଆପଣ ଏହି ସ୍ପିଲଟ ସ୍କ୍ରୀନକୁ ବ୍ୟବହାର କରିପାରିବେ।

ପ୍ରଥମେ ଆପଣ ନିଜ ହୋମ ସ୍କ୍ରୀନର ତଳ ଆଡକୁ ବାମ ପାର୍ଶ୍ୱରେ ରିସେଣ୍ଟ ଆପ୍ସ ବଟନ ଉପରେ ଟ୍ୟାପ କରନ୍ତୁ।

ରିସେଣ୍ଟ ଆପ୍ସରେ, ସେହି ଆପକୁ ଖୋଜନ୍ତୁ ଯାହାକୁ ଆପଣ ସ୍ପିଲଟ ସ୍କ୍ରୀନରେ ବ୍ୟବହାର କରିବାକୁ ଚାହୁଁଛନ୍ତି। ମେନ୍ୟୁ ଖୋଲିବା ପାଇଁ ସେହି ଆପରେ ଟ୍ୟାପ କରି ରଖନ୍ତୁ। ଧ୍ୟାନ ରଖନ୍ତୁ କିଛି ଆପ୍ସକୁ ସ୍ପିଲଟ ସ୍କ୍ରୀନ କରାଯାଇପାରିବନାହିଁ।

ମେନ୍ୟୁ ଖୋଲିବା ପରେ,”Open Split Screen View” ଉପରେ ଟ୍ୟାପ୍‌ କରନ୍ତୁ।

ଏହି ଆପ ଆପଣଙ୍କୁ ନିଜ ସ୍କ୍ରୀନ ଉପରେ ଦେଖାଯିବ। ଏହାପରେ ଅନ୍ୟ ଆପକୁ ଟ୍ୟାପ କରନ୍ତୁ ଯାହାକୁ ଆପଣ ସ୍ପିଲଟ ସ୍କ୍ରୀନରେ ବ୍ୟବହାର କରିବାକୁ ଚାହୁଁଛନ୍ତି।

ଏବେ ଆପଣଙ୍କ ଆପ୍ସ ସ୍ପିଲଟ ସ୍କ୍ରୀନରେ ଦେଖାଯିବ ଏବଂ ଆପଣ ଗୋଟିଏ ସମୟରେ ଦୁଇଟି ଆପ୍ସକୁ ବିନା କୌଣସି ସମସ୍ୟାରେ ଏବଂ ବିନା ସ୍ୱିଚ କରି ବ୍ୟବହାର କରିପାରିବେ।

ଯେତେବେଳେ ଆପଣ କୌଣସି ଏକ ଆପକୁ ବନ୍ଦ କରିବାକୁ ଚାହୁଁଛନ୍ତି କିମ୍ବା ସ୍ପିଲଟ ସ୍କ୍ରୀନକୁ ବନ୍ଦ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଆପ୍‌ ଉପରେ ଥିବା ପଟି ଉପରେ ଟ୍ୟାପ କରିବାକୁ ହେବ।

ଏହାପରେ ଆପକୁ କ୍ଲୋଜ କରିବା ପାଇଁ କ୍ରସ୍‌ ବଟନ ଦବାଇ ଦିଅନ୍ତୁ। ନଚେତ ଆପଣ ଡ୍ରାଗ କରି ବି ତଳକୁ ରିମୁଭ ଆଡକୁ ନେଇଆସିବେ। ଏପରି କଲେ ସ୍ପିଲଟ ଆପ ବନ୍ଦ ହୋଇଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସମସ୍ତ ଆପ୍ସ ସ୍ପିଲଟ ସ୍କ୍ରୀନ ମୋଡରେ ଚାଲିପାରିବନାହିଁ। ଯେମିତିକି ଗେମ ଆପ୍‌, ଯାହାକୁ ବ୍ୟବହାର କରିବା ପାଇଁ ଫୁଲ ସ୍କ୍ରୀନର ଆବଶ୍ୟକତା ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.