Below header

“ଫୁଲ ଔର କାଣ୍ଟେ”ର ରିମେକ କରିବାକୁ ଅଣ୍ଟା ଭିଡିଛନ୍ତି ଅଜୟ ଦେବଗନ, ଜାଣନ୍ତୁ କଣ କହୁଛନ୍ତି

ସମସ୍ତେ ଜାଣନ୍ତିଯେ ଅଜୟ ଦେବଗନ ୧୯୯୧ ମସିହାରେ ଫିଲ୍ମ “ଫୁଲ ଓ କାଣ୍ଟେ ” ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ସମୟରେ “ଫୁଲ ଓ କାଣ୍ଟେ” ଖୁବ ହିଟ ମଧ୍ୟ ହୋଇଥିଲା । ଖାଲି ଅଜୟ ନୁହନ୍ତି ଏହି ଫିଲ୍ମ ଅକ୍ଷୟ କୁମାରଙ୍କୁ ବି ଏକ ନୂଆ ପରିଚୟ ଦେଇଥିଲା । ସୁପର ହିଟ ହେବା ସହ ଅଜୟଙ୍କୁ ଏହି ଫିଲ୍ମ ପାଇଁ ବେଷ୍ଟ ମେଲ ଆକ୍ଟର ଡେବ୍ୟୁ ପାଇଁ “ଫିଲ୍ମ ଫେୟାର ଆୱାର୍ଡ’ ବି ମିଳିଥିଲା । ଆଉ ଏବେକା ସମୟରେ ନିଜ ଅପକମିଙ୍ଗ ଫିଲ୍ମ “ରନ ୱେ 34″ର ପ୍ରମୋସନ କରିବା ସମୟରେ ଅଜୟ ଏକ ସମ୍ବାଦପତ୍ର ସଂସ୍ଥା ନିକଟରେ ଏକ ବଡ ଖୁଲାସା କରିଛନ୍ତି । ଅଜୟ ଏହା ମଧ୍ୟ କହିଛନ୍ତିଯେ ଖୁବ ଶୀଘ୍ର ସେ “ଫୁଲ ଓ କାଣ୍ଟେ”ର ରିମେକ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଅଜୟ ଦେବଗନଙ୍କ ବଲିଉଡରେ ପ୍ରବେଶକୁ ୟା ଭିତରେ ୩୧ ବର୍ଷ ବିତିଗଲାଣି । ବଲିଉଡରେ ନିଜ ଯାତ୍ରାକୁ ନେଇ ଅଜୟ କହିଛନ୍ତିକି, ଏହି ଯାତ୍ରା ସମୟରେ ମୁଁ କେବେ ମଧ୍ୟ ପଛକୁ ଅନାଇ ନାହିଁ । ହୁଏତ ମୋ ପାଖରେ ସେତିକି ସମୟ ନାହିଁ ଯେ ମୁଁ ପଛକୁ ଅନାଇ ନିଜ ସମୟ ନଷ୍ଟ କରିବି । ଏମିତିକି ମୁଁ କେବେ ମଧ୍ୟ ଚାହିଁନାହିଁକି ପଛକୁ ଅନାଇବାକୁ । ସେହି ଦିନର ଚ୍ୟାଲେଞ୍ଜ ଗୁଡିକ ଏବେ ମୋ ପାଇଁ ପୁରୁଣା ହୋଇଯାଇଛି । ମୁଁ ମୋ ନିଜ କାମକୁ ହିଁ ଅଧିକ ଭଲ ପାଏ ।

ସକାଳୁ ଶୀଘ୍ର ଉଠି କାମ କୁ ଯିବା ହିଁ ମୋର ପ୍ରଥମ ପସନ୍ଦ । ଏମିତି ଭାବରେ କାମ କରି କରି ୩୦ ବର୍ଷ ବିତିବା ପରେ ଗୋଟିଏ ଦିନ ବି ସମୟ ମିଳିଲେ କିଛି ଗୋଟେ ନୂଆ କରିବାକୁ ଇଛା ହୁଏ । କିନ୍ତୁ ଦ୍ଵିତୀୟ ଦିନ କଣ କରିବୁ ସେନେଇ ଚିନ୍ତା ବଢିଯାଏ । ଅଜୟଙ୍କ ଅନୁଯାୟୀ ତାଙ୍କୁ ଏମିତି ବି ଶୁଣିବାକୁ ମିଳେଯେ, ସେ ୩୦ ବର୍ଷ ହେବ କାମ ପଛରେ ଗୋଡ଼ାଇ ଗୋଡ଼ାଇ ନିଜ ହବିକୁ ଭୁଲି ଯାଇଛନ୍ତି । ତେବେ ତମେ ଏବେ କୁଆଡେ ହଜି ଯାଇଛ । ଏବେ ତାହା ଯଦି ରହିବନି ତେବେ ଆଉ କଣ ରହିବ । ଅଜୟଙ୍କ ଅନୁଯାୟୀ ସେ କେବଳ ଗୋଟିଏ କଥାକୁ ହିଁ ବିଶ୍ୱାସ କରନ୍ତି । ଯଦି କେବେ ଜଣେ ନିଜ କାମ ବନ୍ଦ କରିଦେବ ତେବେ ସେ ୧୦ ଗୁଣା ବେଗରେ ବୁଢା ହେବାକୁ ଲାଗିବ । ଆଉ ତାଙ୍କ ପାଇଁ କାମ ହିଁ ସବୁ କିଛି । କାମ ହିଁ ତାଙ୍କୁ ବିଭିନ୍ନ ପ୍ରକାର ଚିନ୍ତାରୁ ଦୁରେଇ ରଖିଥାଏ । କାମରେ ଥିବା ବେଳେ ସେ ସବୁକିଛି ଭୁଲିଯାନ୍ତି ବୋଲି କହିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.