ନିଶାରେ ଚୁର ହୋଇ ମାତିଲା ଯୁବକ, ବିଡିଓ ଓ ପୋଲିସକୁ କଲା ନାକେଦମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ନୀଳଗିରି ବଜାର ଉପରେ ପୋଲିସକୁ ନିଶାଶକ୍ତ ଅବସ୍ଥାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ନିଶାଗ୍ରସ୍ତ ଯୁବକ । ପୋଲିସକୁ ପିଟିବା ପରେ ବିଡ଼ିଓ ଙ୍କ ଗାଡି ଓ ପୋଲିସ ଗାଡିକୁ ବି ଭଙ୍ଗାରୁଜା କରିଛି ଜଣେ ମଦ୍ୟପ ଯୁବକ । ଆଜି ଅପରାହ୍ନରେ କାହାଳିଆ ଅଞ୍ଚଳର ବିରା ପଣ୍ଡା ନାମକ ଯୁବକ ନୀଳଗିରି ସହର ଦୁର୍ଗାମଣ୍ଡପ ଠାରେ ମଦ ପିଇ ଲୋକଙ୍କୁ ଗାଳିଗୁଲଜ କରୁଥିଲା ।

ଏହି ସମୟରେ ବିଡ଼ିଓଙ୍କ ଗାଡି ରାସ୍ତାରେ ଯାଉଥିବା ବେଳେ ମଦ୍ୟପ ଯୁବକ ଗାଡିକୁ ଅଟକାଇ ଗାଡ଼ିକୁ ଭଙ୍ଗାରୁଜା କରିଥିଲା । ପରେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ରୋକିବାକୁ ଯାଇ ଯୁବକ ଜଣଙ୍କ ପୋଲିସକୁ ପିଟିବାକୁ ଗୋଡ଼ାଇଥିଲା । ପରେ ପୋଲିସ ଗାଡି ବି ଭଙ୍ଗାରୁଜା କରିବାକୁ ପଛାଇନାହି ମଦ୍ୟପ ଯୁବକ । ଯୁବକ ଜଣଙ୍କୁ ସ୍ଥାନୀୟ ଲୋକେ କାବୁ କରି ବେଶ ଉତ୍ତମ ମଧ୍ଯମ ଦେଇଥିବା ଜଣାପଡିଛି । ମଦ୍ୟପ ଯୁବକଙ୍କ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଯୁବକଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ କାବୁ କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.