Below header

ଖୁବ ଭାଇରାଲ ହେଉଛି ଟାଇଗର ସାର୍କର ଏହି ଭିଡିଓ, କାହିଁକି ଜାଣିବା ପାଇଁ ଥରେ ଦେଖନ୍ତୁ ତ

ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଡ୍ରାମାଟିକ ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟି ପ୍ରକୃତରେ ଏକ ଟାଇଗର ସାର୍କ ମାଛକୁ ନେଇ । ଏହି ଟାଇଗର ସାର୍କ ମାଛର ଉତ୍ସାହ ଦେଖିଲେ ଆପଣ ବି ହୁଏତ ନିଜ ପାଟିକୁ କିଛି ସମୟ ପାଇଁ ବନ୍ଦ କରିଦେବେ । ଭିଡିଓ ଟିକୁ ପ୍ରକୃତରେ ଜିମି ଦା କିଡ଼ ନାମକ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓଟିକୁ ଭଲରେ ଦେଖିଲେ ଆପଣ ଜାଣି ପାରିବେଯେ ସାର୍କ ମାଛଟି କେମିତି ଫଟୋଗ୍ରାଫରଙ୍କ କ୍ୟାମେରାକୁ ଭାଙ୍ଗି ଦେବାକୁ ଚେଷ୍ଟା କରୁଛି । ଏହି ଭିଡିଓ କ୍ଲିପଟିକୁ ହଜାର ହଜାର ସଂଖ୍ୟାରେ ଦେଖାଯାଇ ସାରିଥିବା ବେଳେ ଲକ୍ଷ ଲକ୍ଷ କମେଣ୍ଟ ମଧ୍ୟ ମିଳିସାରିଲାଣି ।

 

View this post on Instagram

 

A post shared by Zimy Da Kid (@zimydakid)

ଭିଡିଓରେ ଆପଣ ଦେଖିପାରିବେ ଏକ ବିରାଟ ଟାଇଗର ସାର୍କ ପ୍ରଜାତିର ମାଛ ଇନ୍ସଟା 360 କ୍ୟାମେରା ନିକଟରେ ଘୁରି ବୁଲୁଛି । ଆଉ ତାହାକୁ କାମୁଡି ବାକୁ ଚେଷ୍ଟା କରୁଛି । ମାତ୍ର କିଛି ସେକେଣ୍ଡ ଭିତରେ ଗାଜେଟ ଟିକୁ ସମ୍ପୂର୍ଣ୍ଣ ରୂପେ ମାଡି ମକଚି ନଷ୍ଟ କରିଦେଉଛି । କିନ୍ତୁ ଅନ୍ୟପକ୍ଷରେ କ୍ୟାମେରା ସବୁକିଛିକୁ ରେକର୍ଡ କରିବାକୁ ଚେଷ୍ଟା କରୁଛି | ଏମିତିକି ସାର୍କର ପାଟି ଭିତରକୁ ବି ରେକର୍ଡ କରିନେଉଛି । ଏହି ଭିଡିଓ କ୍ଲିପଟିକୁ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିବା ସହିତ ଜିମି ଏହାର କ୍ୟାପ୍ସନରେ ଲେଖିଛନ୍ତିକି, “ଏହି ଦୁଷ୍ଟ ତଥା ଚତୁର ଟାଇଗର ସାର୍କ ମୋ ଇନ୍ସଟା 360 କ୍ୟାମେରା ଟିକୁ ବୋଧ ହୁଏ ଚାଖିବାକୁ ଚେଷ୍ଟା କରୁଛି ।”

ଇନ୍ଷ୍ଟଗ୍ରାମରେ ଭିଡିଓଟି ଖୁବ ଭାଇରାଲ ହେବା ସହ ଏହାକୁ ଏଯାବତ ପାଖାପଖି ୭୮ ହଜାର ଥର ଦେଖାଯାଇ ସରିଲାଣି । ଲୋକମାନେ ବି ସାର୍କ ଶରୀରର ଭିତର ଅଂଶକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଉ କମେଣ୍ଟରେ ବି ଲେଖୁଛନ୍ତିକି ସାର୍କ ଶରୀରକୁ ଦେଖିଲେ ଏମିତି ଲାଗୁଛି ଯେମିତି କୌଣସି ଏକ ଆପାର୍ଟମେଣ୍ଟର ବିଲଡିଂକୁ ଦେଖୁଛି । ଆଉ କେହି କେହିତ ମଜାଳିଆ ଅନ୍ଦାଜରେ କ୍ୟାମେରାର ସ୍ଥିତି ପଚାରି ବୁଝିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.