ସୁମିତ-ତପସ୍ୱିନୀ ମାମଲା : ତପସ୍ୱିନୀ କହିଲେ ପ୍ରଫେସନାଲ ଓ ପର୍ସନାଲ ଲାଇଫ୍‌କୁ ଅଲଗା ରଖ

କଟକ (କେନ୍ୟୁଜ୍‌) : ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଏକାଠି ହୋଇଥିଲେ ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ । ଡାକ୍ତର ସୁମିତ ସାହୁଙ୍କୁ ପତ୍ନୀ ତପସ୍ୱିନୀ ପରାମର୍ଶ ଦେଇଛନ୍ତି କି ସେ ଡ୍ୟୁଟିରେ ଯୋଗ ଦିଅନ୍ତୁ ଏବଂ ରୋଗୀ ସେବା ଆରମ୍ଭ କରନ୍ତୁ। ପ୍ରଫେସନାଲ ଲାଇଫ ଓ ପରସନାଲ ଲାଇଫକୁ ଅଲଗା କରନ୍ତୁ। ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଯୋଗ ଦେବା ଅବସରରେ ତପସ୍ୱିନୀ ଏହା କହିଛନ୍ତି ।

ଅନ୍ୟପକ୍ଷରେ ଡାକ୍ତର ସୁମିତ କହିଛନ୍ତି କି ଏହି ମାମଲାରେ ଛନ୍ଦି ହୋଇ ମୁଁ ମୋ ଡ୍ୟୁଟି କରି ପାରୁନି। ରୋଗୀସେବା କରି ପାରୁନି। ତେବେ ସୁମିତଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି ତପସ୍ୱିନୀ ଶଙ୍ଖା ସିନ୍ଦୁର ସିନା ଚାହୁଁଛନ୍ତି କିନ୍ତୁ ଶାଶୁ ଶ୍ୱଶୁରଙ୍କୁ ହଇରାଣ କରୁଛନ୍ତି ।

ଏହି ମାମଲାରେ ଉଭୟ ପତି ପତ୍ନୀ ଆସନ୍ତା ମେ ୪ ତାରିଖରେ ପୁଣି ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ପୂର୍ବରୁ ମଧ୍ୟ ଏମାନେ ଏହି କେନ୍ଦ୍ରରେ ହାଜର ହୋଇଥିଲେ ମଧ୍ୟ ଆପୋଷ ସମାଧାନ ହୋଇ ପାରିନି । ବ୍ରହ୍ମପୁରର ଏହି ପାରିବାରିକ ମାମଲା ଲମ୍ବି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.