ବାରମ୍ବାର ଗାଡ଼ି ଚାବି ନେବାକୁ ଭୁଲିଯାଉଛନ୍ତି କି? ଫୋନ ର ଏହି ଫିଚର ଆପଣଙ୍କୁ ମନେପକାଇବ, ଏଭଳି କରନ୍ତୁ ସେଟିଂ

ଯଦି ଆପଣ ବାଇକ କିମ୍ବା କାର କୁ ଘରର ଟିକେ ଦୂରରେ ପାର୍କ କରିଥାନ୍ତି କିଛି କାମ ପାଇଁ ପୁଣି ଥରେ ନିଜ ଗାଡ଼ି ପାଖକୁ ଆସିଲେ ଏହି ସମୟରେ ଅନେକ ଜଣ ନିଜ ଗାଡ଼ିର ଚାବି ସାଙ୍ଗରେ ନେବା ପାଇଁ ଭୁଲି ଯାନ୍ତି ଏମିତିରେ ପୁଣି ଥରେ ଯାଇ ଚାବି ଆଣିବାକୁ ଟାଇମ ଲାଗି ଥାଏ। ଏମିତିରେ ଆମେ ଆପଣଙ୍କୁ ଏକ ଟ୍ରିକ ସମ୍ପର୍କରେ କହିବୁ । ଯାହାକୁ ମାନିଲେ ଆପଣ ନିଜ ଗାଡ଼ି ଚାବିକୁ କେବେ ବି ଆଉ ସାଙ୍ଗରେ ନେବା ପାଇଁ ଭୁଲିବେ ନାହିଁ।

ଯଦି ଆପଣ ଆଇଫୋନ ୟୁଜର ତେବେ ଆପଣ ନିଜ ଫୋନର ବ୍ୟବହାର ଏହି ସ୍ଥିତିରେ କରେିପାରିବେ। ଏହାଦ୍ୱାରା ଆପଣ ନିଜ ବାଇକ ଚାବିକୁ ସବୁବେଳେ ମନେ ପକାଇ ନିଜ ସାଙ୍ଗରେ ଆଣିବେ।

ଆଇଫୋନରେ ଏକ ରିମାଇଣ୍ଡର ଆପ୍‌ ରହିଛି। ଯାହା ସାହାଯ୍ୟରେ ଆପଣ ନିଜ ଘରୁ ବାହାରିବା ସମୟରେ ଏହା ଆପଣଙ୍କୁ ସୂଚନା ଦେବ ଯେ ନିଜ ସହିତ ଚାବି ନେଇକି ଯିବାପାଇଁ.. ଆପଣ ଏମିତିରେ ମନେ ପକାଇ ନିଜ ଗାଡ଼ି ର ଚାବିକୁ ସବୁବେଳେ ଆଣିବେ ଆଦୈା ଭୁଲିବେ ନାହିଁ। ପ୍ରକୃତରେ ଏହି ଆପ୍‌ ଲୋକେସନ ବେସ୍ଡ ଫିଚର ସହ ବଜାରକୁ ଆସିଛି। ମାନେ ଆପଣ ଏଥିରେ ଲୋକେସନ ବେସ୍ଡ ରିମାଇଣ୍ଡରକୁ ଲଗାଇପାରିବେ।

ଯେମିତିକି ଆପଣ କୌଣସି ଖାସ ସ୍ଥାନକୁ ଯାଉଛନ୍ତି କିମ୍ବା ଆସୁଛନ୍ତି ତେବେ ଏହା ଆପଣଙ୍କୁ ଆଲର୍ଟ କରାଇବ। ଏବେ ଜାଣି ନିଅନ୍ତୁ ନିଜ ଫୋନରେ ଏହାକୁ କିପରି ସେଟ୍‌ କରାଇବେ।
-ପ୍ରଥମେ ରିମାଇଣ୍ଡରର୍ସ ଆପ୍‌ କୁ ଯାଆନ୍ତୁ।
– ନ୍ୟୁ ରିମାଇଣ୍ଡର ରେ କ୍ଳିକ କରନ୍ତୁ।
-ଏଠାରେ ଏବେ ତାହା ଲେଖନ୍ତୁ ଯାହା ସମ୍ପର୍କରେ ଆପଣ ରିମାଇଣ୍ଡର ଲଗାଇବାକୁ ଚାହୁଁଛନ୍ତି।
-ମାନେ କାର ଚାବି କିମ୍ବା ବାଇକ ଚାବି ଭଳି କିଛି..
-ପରେ ଆଇ ବଟନରେ କ୍ଲିକ କରନ୍ତୁ।
– ଏହାପରେ କିଛି ଅପସନ ଦେଖଯାିବ , ସେଥିରେ ଲୋକେସନ ର ଅପସନ ମିଳିବ।
-ଲୋକେସନ ଟ୍ୟାପ କରି ଏହାକୁ ଅନ କରନ୍ତୁ।
-ଏବେ ସେହି ଲୋକେସନ ଦିଅନ୍ତୁ ଯେଉଁଠାରୁ ଯିବା ସମୟରେ ଚାବି ଭୁଲିଯିବେ।
-ଏହାପରେ ରିମାଇଣ୍ଡର ଚାହୁଁଥିବାର ଅପସନକୁ କ୍ଲିକ କରନ୍ତୁ।
-ପରେ ଡନ୍‌ କରିଦିଅନ୍ତୁ।
-ଏବେ ଆପଣ ଯେବେ ବି ସେହି ସ୍ଥାନରୁ ବାହାରକୁ ଯିବେ ସେତେବେଳେ ଆପଣଙ୍କ ଆଇଫୋନ ଚାବି କୁ ନେବା ପାଇଁ ଆଲର୍ଟ କରାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.