ହ୍ୟୁଣ୍ଡାଇ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ ମିନି ବସ୍‌, ଏବେ ସହଜରେ କରିପାରିବେ ଯାତ୍ରା

କାର ନିର୍ମାଣ କରୁଥିବା କମ୍ପାନୀ ହ୍ୟୁଣ୍ଡାଇ ପ୍ରଥମ ଇଲେକ୍ଟ୍ରିକ ମିନି ବସ୍ ଲଞ୍ଚ କରିଛି। କମ୍ପାନୀ ଏହି ବସର ନାମ ‘କଣ୍ଟ୍ରି ଇଲେକ୍ଟ୍ରିକ୍’ ରଖାଯାଇଛି। ଡିଜେଲ ବସ୍ ଅପେକ୍ଷା ହ୍ୟୁଣ୍ଡାଇର ଏହି ମିନିବସ୍ ଅଧିକ ଅର୍ଥନୈତିକ ଏବଂ ଇକୋ-ଫ୍ରେଣ୍ଡଲି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ମିନି ବସରେ ୧୨୮ କିଲୋ ଓ୍ଵାଟର ବ୍ୟାଟେରୀ କ୍ଷମତା ରହିଛି।

ଏହାକୁ ଥରେ ପୂର୍ଣ୍ଣ ଚାର୍ଜ କଲେ ଏହି ବ୍ୟାଟେରୀ ୨୫୦ କିଲୋମିଟରର ବେଗ ପ୍ରଦାନ କରିଥାଏ ବୋଲି କମ୍ପାନୀ ଦାବି କରିଛି।| ସୂଚନା ଅନୁଯାୟୀ, ଏହି ମିନି ବସ୍ ବ୍ୟାଟେରୀକୁ ଷ୍ଟାଣ୍ଡାର୍ଡ କମ୍ବୋ ଟେକନିକ ମାଧ୍ୟମରେ ମାତ୍ର ୭୨ ମିନିଟରେ ସମ୍ପୂର୍ଣ୍ଣ ଚାର୍ଜ କରାଯାଇପାରିବ। ଏହି ବସ୍‌କୁ ନିର୍ମାଣ କରିବା ପାଇଁ ଲାଟେଷ୍ଟ ନିରାପତ୍ତା ଟେକନୋଲଜି ବ୍ୟବହାର କରାଯାଇଛି। ଯାହା ଦୁର୍ଘଟଣାରୁ ବଞ୍ଚାଇବ। ଏଥିରେ ବିଭିନ୍ନ ପ୍ରକାର ସ୍ଥାନରେ ସେନସର ଲଗାଯାଇଛି। ଏହାଛଡା ଅଲଟ୍ରାସୋନିକ ସେନସ୍‌ର ମଧ୍ୟ ବସ୍‌ରେ ଏକ୍ସିଲେଟର ପାଡେଲରେ ଲଗାଯାଇଛି। ଏଥିରେ ଯାତ୍ରା ସଂପୂର୍ଣ୍ଣ ନରାପଦ ବୋଲି କମ୍ପାନୀ ଦାବି କରିଛି।

bus

ବ୍ୟାଟେରୀ କ୍ଷମତା :

ତେବେ ଘରେ ଯଦି ଚାର୍ଜ କରିବେ ତେବେ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ | ବିକଳ୍ପ ଭାବରେ ଏହି ବସ୍ ସହିତ ହୁଣ୍ଡାଇ ୨୨୦ ଭୋଲ୍ଟ ହୋମ ଚାର୍ଜର ପ୍ରଦାନ କରୁଛି। ସୂଚନାଯୋଗ୍ୟ ଯେ କମ୍ପାନୀ ବର୍ତ୍ତମାନ ଏହି ବସକୁ କେବଳ ଦକ୍ଷିଣ କୋରିଆ ରେ ହିଁ ଲଞ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.