କେହି ଆପଣଙ୍କୁ ବ୍ଲକ୍‌ କରିନାହାନ୍ତି ତ! ଏହି ଉପାୟରେ ଏମିତି ଲଗାନ୍ତୁ ପତ୍ତା

ଆଜିକାଲି ଛୋଟ ଛୋଟ କଥାରେ ଲୋକଙ୍କୁ ବ୍ଲକ୍‌ କରିଦେବା ଏକ ସାଧାରଣ କଥା ପାଲଟିଛି। ଯେତେବେଳେ କେହି ଆପଣଙ୍କ ନମ୍ବର ବ୍ଲକ୍‌ କରି ଦିଏ, ତେବେ ଭାରି ସମସ୍ୟା ହୁଏ। ଏଭଳି ସ୍ଥିତିରେ ଆପଣ ଏବେ ଜାଣି ପାରିବେ ଯେ କିଏ ଆପଣଙ୍କ ନମ୍ବର ବ୍ଲକ୍‌ କରିଛି। ଏଥିପାଇଁ ଅନେକ ଉପାୟ ରହିଛି। ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ କିଏ ଆପଣଙ୍କୁ ବ୍ଲକ୍‌ କରିଛି…

ମେସେଜ୍‌ କରି କରନ୍ତୁ କନଫର୍ମ:

ନମ୍ବର ବ୍ଲକ୍‌ ହୋଇଛି କି ନାହିଁ ତାହାକୁ ଆପଣ ମେସେଜ୍‌ ମାଧ୍ୟମରେ କନଫର୍ମ କରିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ସାମ୍ନା ଲୋକକୁ କଲ୍‌ କରିବାକୁ ପଡ଼ିବ। ଏହା ପରେ ହିଁ ଜଣାପଡ଼ିବ ଯେ ଆପଣ ବ୍ଲକ୍‌ ଅଛନ୍ତି କି ନାହିଁ।

ଫୋନ୍‌ କଲ୍‌ କରି ଜାଣିପାରିବେ:

ଆପଣ ଯେଉଁ ନମ୍ବରରେ ବ୍ଳକ୍‌ ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି, ତାହାକୁ କଲ କରନ୍ତୁ। ଯଦି ତାଙ୍କ ଫୋନ୍‌ ବାରମ୍ବାର ବିଜି ବା ବ୍ୟସ୍ତ ଆସୁଥାଏ। ତେବେ ସମ୍ଭାବନା ରହିଛି ଯେ ଆପଣଙ୍କ ନମ୍ବରକୁ ବ୍ଲକ୍‌ କରାଯାଇଛି।

ଯଦି ଆପଣଙ୍କ କଲ ଡିସ୍‌କନେକ୍ଟ ହୋଇଯାଉଛି ବା କଟି ଯାଉଛି ତେବେ କୌଣସି ଅନ୍ୟ ନମ୍ବରରୁ କଲ୍‌ କରି ଦେଖନ୍ତୁ। ଯଦି ଅନ୍ୟ ନମ୍ବରରୁ ଲମ୍ବା ରିଂ ଯାଉଛି ଓ ଉକ୍ତ ବ୍ୟକ୍ତି କଲ୍‌ ଉଠାଉଛନ୍ତି, ତେବେ ଜାଣି ଯାଆନ୍ତୁ ଯେ ଆପଣଙ୍କ ନମ୍ବର ବ୍ଲକ୍‌ କରାଯାଇଛି। ତେବେ ଅନ୍ୟ ନମ୍ବରରୁ କଲ୍‌ କରି ଆପଣ ନିଜ ନମ୍ବରକୁ ଅନ୍‌ ବ୍ଲକ୍‌ କରିବାକୁ କହିପାରନ୍ତି। ବେଳେବେଳେ ଭୁଲରେ ବା ଅଜାଣତରେ ବି ନମ୍ବର ବ୍ଲକ୍‌ ହୋଇଯାଏ। ଏହି ଉପାୟରେ ସହଜରେ ଜାଣନ୍ତୁ ନମ୍ବର ବ୍ଲକ୍‌ ହୋଇଛି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.