ଭାରତର ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ Koo ଏବେ ନାଇଜେରିଆରେ, ଟ୍ୱିଟରର ସ୍ଥାନ ନେବାକୁ ହେଉଛି ପ୍ରସ୍ତୁତ

ଭାରତର ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ Koo ଏବେ ନାଇଜେରିଆରେ ବି ଉପଲବ୍ଧ ଅଛି। କମ୍ପାନୀର କୋ-ଫାଉଣ୍ଡର ଓ ସିଇଓ ଅପ୍ରମେୟ ରାଧାକୃଷ୍ଣ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଟ୍ୱିଟର ନିୟମ ଉଲ୍ଲଂଘନ ଅଭିଯୋଗ କରି ନାଇଜେରିଆର ରାଷ୍ଟ୍ରପତି ମୁହମ୍ମଦୁ ବୁହାରୀଙ୍କର ଏକ ଟ୍ୱିଟ ଡିଲିଟ୍ କରିଥିଲା। ଏହା ପରେ ନାଇଜେରିଆରେ ଟ୍ୱିଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସପେଣ୍ଡ କରାଯାଇଛି।

ଏହା ପରେ ଅପ୍ରମେୟ ରାଧାକୃଷ୍ଣ ଟ୍ୱିଟ କରି କହିଛନ୍ତି, “ଏବେ ନାଇଜେରିଆରେ ବି Koo ଉପଲବ୍ଧ ଅଛି। ଏବେ ଏଠାରେ ସ୍ଥାନୀୟ ଭାଷାକୁ ବି ବିକଳ୍ପ ରଖିବାକୁ ଆମେ ଚିନ୍ତା କରୁଛୁ।”

ସୂଚନାଯୋଗ୍ୟ ଯେ ଭାରତରେ Koo ଆପକୁ ଦେଶୀ ବୋଲି କୁହାଯାଉଛି। ଏବେ ଏହି ଆପ୍ ମିଆଁମାର, ନେପାଳ, ନିକାରାଗୁଆ, ନାଇଜର, ନାଇଜେରିଆ, ଓମାନ ପ୍ରଭୃତି ଦେଶରେ ଉପଲବ୍ଧ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.