ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର , ଟ୍ରୋଲର ମାନଙ୍କ ଉପରେ ଏପରି ଲଗାଯିବ ରୋକ

ଫେସବୁକର ଇନଷ୍ଟାଗ୍ରାମ ଏବେ ନିଜର ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଫିଚର ଜାରି କରିଛି । ଏହି ଫିଚରର ନାମ ହେଉଛି Restrict । ଏହି ଫିଚରଟି ୟୁଜର୍ସ ମାନଙ୍କୁ ଫାଲତୁରେ କମେନ୍ଟ କରୁଥିବା ଲୋକ ଏବଂ ଟ୍ରୋଲର ମାନଙ୍କ ଠାରୁ ବଞ୍ଚାଇବ । ଏହି ଫିଚରର ଅପଡେଟ ଆସିବା ପରେ କମେଣ୍ଟ ସେକ୍ସନରେ ଲେଫ୍ଟ ସ୍ବାଇପ କରି ଆପଣ ରେଷ୍ଟ୍ରିକ୍ଟ କରିପାରିବେ । ଏହା ବ୍ୟତୀତ ଆପଣ ଯେକୌଣସି ପ୍ରୋଫାଇଲକୁ ଯାଇ ମଧ୍ୟ ସେଠାରେ ରେଷ୍ଟ୍ରିକ୍ଟ କରିପାରିବେ । ଇନଷ୍ଟାଗ୍ରାମ ଏହି ଫିଚରକୁ ଧୀରେ ଧୀରେ ସବୁ ୟୁଜର୍ସ ମାନଙ୍କ ପାଇଁ ଜାରି କରିବାକୁ ଯାଉଛି।

Instagram Restrict

Restrict ଫିଚର ଆସିବା ପରେ ୟୁଜର ଆପଣଙ୍କ ପୋଷ୍ଟରେ କମେଣ୍ଟ କରିପାରିବେ କିନ୍ତୁ ଏହାର ନୋଟିଫିକେସନ ଆପଣଙ୍କୁ ଆସିବ ନାହିଁ । ଏବଂ ଯାହାକୁ ଆପଣ Restrict କରିବେ ତାର ସୂଚନା କେବଳ ଆପଣଙ୍କୁ ଓ Restrict କରାଯାଇଥିବା ଲୋକକୁ ମିଳିବ । Restrict ଫିଚର ଅନ ହେବା ପରେ ଯଦି ଆପଣଙ୍କ ପୋଷ୍ଟରେ Restrict ହୋଇଥିବା ଲୋକ କମେଣ୍ଟ କରେ ତାହେଲେ ଆପଣଙ୍କୁ ଏହାର ନୋଟିଫିକେସନ ମିଳିବ ନାହିଁ । ସର୍ବୋପରେ କହିବାକୁ ଗଲେ ଇନଷ୍ଟାଗ୍ରାମ କେବଳ ବୁଲିଙ୍ଗ ଓ ଟ୍ରୋଲିଙ୍ଗ ଉପରେ ରୋକ ଲଗାଇବା ପାଇଁ ଏହି ଫିଚର ଜାରି କରିଛି ।

ଏହାସହ ପଢନ୍ତୁ ଖୁବ୍‌ଶୀଘ୍ର ହ୍ଵାଟ୍ସଆପ୍‌ରେ ଆସିବାକୁ ଯାଉଛି ଏହି ନୂତନ ଫିଚର, ଜାଣନ୍ତୁ କ’ଣ ହୋଇଛି ଅପ୍‌ଡେଟ୍‌

ଏହାସହିତ ଏହି ଫିଚର ଅନ ହେବା ପରେ ଡାଇରେକ୍ଟ ମେସେଜ ମଧ୍ୟ ମେସେଜ ରିକ୍ୟୁଏଷ୍ଟରେ ଯିବ । ଏହାଦ୍ୱାରା ଆପଣଙ୍କୁ ସିଧାସଳଖ ଭାବେ କୌଣସି ମେସେଜ କିମ୍ବା ନୋଟିଫିକେସନ ମିଳିବ ନାହିଁ । କୁହାଯାଉଛି ଯେ ଇନଷ୍ଟାଗ୍ରାମ ବୁଲିଙ୍ଗ, କ୍ଷତିକାରକ କମେଣ୍ଟ, ଫଟୋ ଓ ଭିଡିଓକୁ ରୋକିବା ପାଇଁ Artificial Intelligence (AI)ର ବ୍ୟବହାର କରୁଛି । ସୂଚନା ଅନୁଯାୟୀ ଗତ ମାସରେ ଇନଷ୍ଟାଗ୍ରାମ 18 ବର୍ଷରୁ କମ ବୟସର ୟୁଜର୍ସ ମାନଙ୍କୁ ସେଲିବ୍ରିଟିଙ୍କ ପୋଷ୍ଟ ଦେଖିବା ଉପରେ କଟକଣା ଲଗାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.