Below header

ସିଂହ ସହ ମୁହାଁମୁହିଁ ହେଲେ ମହିଳା, ପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ସିଂହ ସହ ମୁହାଁମୁହିଁ ହେଲେ ମହିଳା। କୌଣସି ରାସ୍ତାଘାଟରେ ନୁହେଁ, ବରଂ ଏକ ଚିଡ଼ିଆଖାନାରେ। ଚିଡ଼ିଆଖାନାରେ ସିଂହ ଏନ୍‌କ୍ଲୋଜରରେ ଜଣେ ମହିଳା ପଶିଯାଇଥିବା ଦେଖିବାକୁ ମିଳିଛି। ଏତିକି ବେଳେ ଏକ ସିଂହ ସହ ସେ ସାମ୍ନାସାମ୍ନି ହୋଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:

୧୩ ସେକେଣ୍ଡର ଏହି ଭିଡିଓ ନ୍ୟୁୟର୍କର Bronx Zoo ରେ ସୁଟିଂ କରାଯାଇଛି। ଏଥିରେ ଜଣେ ମହିଳା ଏକ ସିଂହ ସାମ୍ନାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତେବେ ପରେ ଏହି ହିଂସ୍ରଜନ୍ତୁଟି ମହିଳାଙ୍କ ସହ କ’ଣ କରିଛି ତାହା ଭିଡିଓରେ ନାହିଁ। ତଥାପି ମହିଳା ଏନ୍‌କ୍ଲୋଜରରୁ ଚାଲିଆସିଥିବା ଅନୁମାନ କରାଯାଉଛି।

ଏହାସହ ପଢ଼ନ୍ତୁ: ଗ୍ରାଜୁଏଟ୍‌ଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ଦରମା ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ

ତେବେ ମହିଳାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି। ଲକ୍ଷେରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିବା ସହ ସେୟାର କରିଛନ୍ତି। କିଛି ଲୋକ ଏହି ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.