Below header

iPhone 5 ୟୁଜର୍ସ ୩ ନଭେମ୍ବର ପୂର୍ବରୁ iOS 10.3.4କୁ କରନ୍ତୁ ଅପଡେଟ୍‌, ନଚେତ ବନ୍ଦ ହୋଇଯିବ ଆପଣଙ୍କ ଫୋନର ଇଣ୍ଟରନେଟ

କଣ ଆପଣ  iPhone 5ର ୟୁଜର। ଯଦି ହଁ, ତେବେ ଏହି ଖବର ଆପଣଙ୍କ ପାଇଁ । ଆଉ ଏହି ଖବରକୁ ଆପଣ ଯଦି ଗୁରୁତ୍ୱର ସହିତ ନ ନିଅନ୍ତି ତେବେ ଆଗାମୀ ଦିନରେ ବହୁତ ଅସୁବିଧାର ସାମ୍ନା କରିପାରନ୍ତି। ମୋବାଇଲରେ ଥିବା କିଛି ବଗକୁ ଫିକ୍ସ କରିବା ପାଇଁ ଏବଂ ଉପଭୋକ୍ତାଙ୍କୁ ତୁଳନାତ୍ମକ ଭାବେ ଅଧିକ ଭଲ ସେବା ଯୋଗାଇଦେବା ପାଇଁ Apple iPhone 5 ଉପଭୋକ୍ତାଙ୍କୁ ନିଜର ଫୋନକୁ iOS 10.3.4 ଭର୍ସନକୁ ଅପଡେଟ କରାଇବା ପାଇଁ ପରାମର୍ଶ ଦେଇଛି ।

ଅଫିିସିଆଲ ଷ୍ଟେମମେଣ୍ଟରେ ଆପଲ ଘୋଷଣା କରିଛି ଯେ iPhone 5 ୟୁଜରଙ୍କୁ ୩ ନଭେମ୍ବର ସୁଦ୍ଧା ନିଜ ଡିଭାଇସକୁ iOS 10.3.4 କୁ ଅପଗ୍ରେଡ଼ କରିବାକୁ ହେବ। ଯେଉଁ ଉପଭୋକ୍ତା ଏପରି କରିବେ ନାହିଁ ସେମାନେ ମୋବାଇଲର ସାଧାରଣ ବ୍ୟବହାର ଯଥା ଇଣ୍ଟରନେଟ ବ୍ରାଉଜିଂ କରିପାରିବେ ନାହିଁ।  ଆପଲ ଏହା ମଧ୍ୟ ଜଣାଇଛି ଯେଉଁ ୟୁଜର୍ସ iOS 10.3.4 ଭର୍ସନକୁ ଅପଡେଟ କରିବାରେ ବିଫଳ ହେବେ ସେମାନଙ୍କୁ ଆପ୍ ଷ୍ଟୋର ଏବଂ iCloud ଭଳି ପ୍ରମୁଖ ଆପ୍ଲିକେସନର ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବ ନାହିଁ।

iPhone-5୩ ନଭେମ୍ବର ୨୦୧୯ ଦ୍ୱିପହର ପୂର୍ବରୁ iPhone 5ର ଜିପିଏସକୁ ସଠିକ ଭାବେ ଚାଲୁ ରଖିବା ପାଇଁ ଏବଂ ଆପ୍ ଷ୍ଟୋର, ଆଇକ୍ଲାଉଡ୍‌, ଇମେଲ, ୱେବ ବ୍ରାଉଜିଂ କୁ ଆକ୍ସେସ କରିବା ପାଇଁ ପ୍ରତ୍ୟେକ iPhone 5 ୟୁଜରଙ୍କୁ ଏହି ଅପଡେଟର ଆବଶ୍ୟକତା ରହିଛି। Apple ଏହା ମଧ୍ୟ କହିଛି ଯେ ଆଇଫୋନର ଅପରେଟିଙ୍ଗ୍ ସିଷ୍ଟମକୁ ସବୁବେଳେ ଅପଡେଟ ରଖିବା ନିତାନ୍ତ ଆବଶ୍ୟକ । ଯଦି ଆପଣଙ୍କ ପାଖରେ iPhone 5 ରହିଛି ତେବେ ସଠିକ ଲୋକେସନକୁ ଟ୍ରାକ କରିବା ପାଇଁ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମୋବାଇଲ ଆପକୁ ଆକ୍ସେସ କରିବା ପାଇଁ ୩ ନଭେମ୍ବର ପୂର୍ବରୁ ନିଜ ଡିଭାଇସର ସଫ୍ଟେଓ୍ଵୟାରକୁ ୱାଇଫାଇ କିମ୍ବା ନିଜ କମ୍ପୁଟରକୁ ବ୍ୟବହାର କରି ଅପଗ୍ରେଡ଼ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ।

ଏହାସହ ପଢନ୍ତୁ : Xiaomi ଆଣୁଛି ଇଲେକଟ୍ରିକ ବ୍ଲାଙ୍କେଟ୍‌, ଆପ୍ ସାହାଯ୍ୟରେ କରିପାରିବେ ଅନ୍-ଅଫ୍‌

ଯଦି କୌଣସି iPhone 5 ୟୁଜର ୩ ନଭେମ୍ବର ପୂର୍ବରୁ ଅପଡେଟ କରିନାହାନ୍ତି ତେବେ ବ୍ୟାକ୍ ଅପ୍ ଏବଂ ରିଷ୍ଟୋର କରିବା ପାଇଁ ଆପଣ ମ୍ୟାକ୍ କିମ୍ବା ପିସିର ବ୍ୟବହାର କରିପାରିବେ।

କେମିତି କରିବେ ଚେକ କରିବେ ଲାଟେଷ୍ଟ ଅପଡେଟ୍‌ ଭର୍ସନ

-ନିଜ ଆଇଫୋନରେ Settings ଯାନ୍ତୁ ।

-ଏହାପରେ General Option ଉପରେ କ୍ଲିକ କରନ୍ତୁ।

– About ଉପରେ କ୍ଲିକ କରନ୍ତୁ।

– iOS ଭର୍ସନରରେ ଲେଖାଥିବା ନମ୍ବରକୁ ଚେକ୍ କରନ୍ତୁ।

-ନିଶ୍ଚିତ ହୁଅନ୍ତୁ ଯେ ଅପଡେଟ ହୋଇଥିବା ସଫ୍ଟେଓ୍ଵୟାର ଭର୍ସନର ନମ୍ବର iOS 10.3.4 ହୋଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.