Below header

ଯଦି ଆପଣଙ୍କ କାରର ବ୍ରେକ ହୋଇଯାଏ ଫେଲ, କେମିତି କରିବେ ନିୟନ୍ତ୍ରଣ ଜାଣନ୍ତୁ

ମଣିଷର ସୁବିଧା ପାଇଁ ତିଆରି ହୋଇଥିବା ଜିନିଷ ବେଳେବେଳେ ଖରାପ ସମୟରେ ଚିନ୍ତାର କାରଣ ପାଲଟିଯାଏ। ବେଳେ ବେଳେ ଏମିତି ହୋଇଥାଏ ଯେ ଲୋକମାନେ କାରରେ ଯାଉଥିବାବେଳେ ରାସ୍ତାରେ ବ୍ରେକ ଫେଲ ହୋଇଯାଏ ଆଉ ଏମିତି ସ୍ଥିତିରେ ସେମାନଙ୍କୁ ଜଣାନଥାଏ ଯେ ପ୍ରଥମେ କଣ କରିବାକୁ ହେବ। କାରଣ ଏଭଳି ସ୍ଥିତିରେ କାରର ବହୁତ କ୍ଷତି ଘଟିବା ସହିତ କାର ଭିତରେ ଥିବା ଲୋକଙ୍କର ମଧ୍ୟ ଜୀବନ ଚାଲି ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯଦି ଆପଣ କାରରେ ବସି କୁଆଡେ ଯାତ୍ରା କରୁଛନ୍ତି ଆଉ ଆପଣଙ୍କ ସହିତ ଏମିତି କିଛି ହୋଇଯାଉଛି ତେବେ ସର୍ବ ପ୍ରଥମେ ଆପଣଙ୍କୁ କଣ କରିବାକୁ ହେବ। ପ୍ରଥମତଃ ଏହି ସମୟରେ ଆପଣଙ୍କୁ ବିଲକୁଲ ବି ଡରିବା କିମ୍ବା ଭୟ କରିବା ଉଚିତ ନୁହେଁ କାରଣ ଡରିଯିବା କାରଣରୁ ମଣିଷର ମସ୍ତିଷ୍କ ଭଲରେ କାମ କରିନଥାଏ। ଏହି କାରଣରୁ ଆପଣଙ୍କୁ ଶାନ୍ତ ରହି ନିଜ ବୁଦ୍ଧିକୁ ବ୍ୟବହାର କରିବା ଉଚିତ।

brake-pedal-ଯଦି ଆପଣଙ୍କର କାରର ବ୍ରେକ ଫେଲ ହୋଇଯାଏ ତେବେ ଆପଣ ବ୍ରେକ୍ ପ୍ୟାଡେଲକୁ ବାରମ୍ବାର ଦବାଇ ରଖନ୍ତୁ ଏବଂ ଛାଡନ୍ତୁ। ଏମିତି କଲେ ଆପଣଙ୍କ କାରର ବେଗ କିଛି ମାତ୍ରାରେ କମ୍ ହୋଇଯିବ ଏବଂ କାର ଅଟକି ଯିବାର ମଧ୍ୟ ସମ୍ଭାବନା ରହିଥାଏ। ଯଦି କାରର ବେଗ କମ୍ ରହିଥାଏ ତେବେ ଏହାକୁ ନିୟନ୍ତ୍ରଣରେ ରଖିବା ମଧ୍ୟ ସହଜ ହୋଇଥାଏ।

ଏହାସହ ପଢନ୍ତୁ : ଏହି ଉପାୟକୁ ଧ୍ୟାନରେ ରଖିଲେ ଆପଣଙ୍କ ବାଇକ ଦେଖାଯିବ ସବୁବେଳେ ନୂଆ

ତେବେ ଆଉ ଏକ ଉପାୟ ହେଉଛି କାରକୁ ପ୍ରଥମ ଗିୟରରେ ଆଣନ୍ତୁ ଏବଂ କ୍ଲଚକୁ ଛାଡନ୍ତୁ। ବ୍ରେକ ଫେଲ ହେବା ସମୟରେ ହ୍ୟାଣ୍ଡ ବ୍ରେକକୁ ଧୀରେ ଧିରେ ଉପରକୁ କରି ଗାଡିକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ଧ୍ୟାନରେ ରଖନ୍ତୁ ଯେପରି ହ୍ୟାଣ୍ଡବ୍ରେକକୁ ଜୋରରେ ଉପରକୁ କରିବ ନାହିଁ କାରଣ ଏମିତି କଲେ ଗାଡି ଓଲଟି ପଡିବାର ସମ୍ଭାବନା ରହିଛି। ବ୍ରେକ ଫେଲ ହୋଇଗଲେ କାରକୁ ପ୍ରଥମ ଗିୟରରେ ଆଣି ଇଗ୍ନିସନର ସ୍ୱିଚକୁ ଅଫ୍ କରିଦିଅନ୍ତୁ। ଏହାପରେ କ୍ଲଚକୁ ବିଲକୁଲ ବି ଦବାନ୍ତୁ ନାହିଁ ଆଉ ଯଦି ଇଞ୍ଜିନ ବନ୍ଦ ହୋଇଯାଇଥାଏ ତେବେ ଗାଡି ଆପେ ଆପେ ଅଟକିଯିବ।

breakସେହିପରି ଯଦି ଟ୍ରାଫିକ୍ ସମୟରେ କାରର ବ୍ରେକ ଫେଲ ହୋଇଯାଏ ତେବେ ହେଡ ଲାଇଟସ୍‌, ହ୍ୟାଜର୍ଡ ଲାଇଟ୍ସ ଏବଂ ଚେତାବନୀ ଲାଇଟକୁ ଅନ କରି ହର୍ଣ୍ଣ ଦିଅନ୍ତୁ। ଆଉ ଏମିତିରେ ଯଦି ରାସ୍ତା ପାର୍ଶ୍ୱରେ ମାଟି କିମ୍ବା ଖାଲୁଆ ସ୍ଥାନ ଦେଖନ୍ତି ତେବେ ଗାଡିକୁ ସେଠାକୁ ନେଇ ଯାଆନ୍ତୁ।
ଯଦି ଗାଡିଟି ଦ୍ରୁତ ଗତିରେ ଥିବାବେଳେ ବ୍ରେକ ଫେଲ ହୋଇଯାଏ ତେବେ ଏହା ଅଧିକ ସମସ୍ୟାରେ ପକାଇଥାଏ ଆଉ ଏଭଳି ସ୍ଥିତିରେ ଆପଣ ଧିରେ ଧୀରେ ହ୍ୟାଣ୍ଡ ବ୍ରେକକୁ ଧରିବା ଉଚିତ କାରଣ ରିୟର ହ୍ଵିଲ ଲକ୍ ହେବା ଦ୍ୱାରା ଗାଡି କଣ୍ଟ୍ରୋଲରୁ ବାହାରକୁ ଚାଲିଯାଇଥାଏ। ଆପଣ ଷ୍ଟିୟରିଙ୍ଗ ଉପରେ କଣ୍ଟ୍ରୋଲ ରଖି ଗାଡିକୁ କୌଣସି କାଦୁଅ ରାସ୍ତାକୁ ନେଇଯାଆନ୍ତୁ ଯାହାଦ୍ୱାରା ଗାଡିର ବେଗ କମ୍ ହୋଇଯିବ ଏବଂ ଗାଡିଟି ଅଟକିଯିବ। ତେବେ ଏହି ସବୁ ଟିପ୍ସକୁ ଯଦି ଆପଣ ବ୍ରେକ୍ ଫେଲ ହେବା ସମୟରେ ଉପଯୋଗ କରନ୍ତି ତେବେ ଆପଣ ବହୁତ ବଡ ସମସ୍ୟାରୁ ରକ୍ଷା ପାଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.