କୁମ୍ଭୀରକୁ ମାଂସ ଖୁଆଇବାକୁ ଯାଇଥିଲେ ମହିଳା, ନିଜେ ହିଁ ବନିଗଲେ ଶିକାର, ପଢ଼ନ୍ତୁ ଏହି ଭୟାନକ ଘଟଣା

ଇଣ୍ଡୋନେସିଆର ନର୍ଥ ସୁଲାବେସିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ୧୭ ଫୁଟ୍ ଲମ୍ବାର ଏକ କୁମ୍ଭୀରକୁ ମାଂସ ଖୁଆଇବାକୁ ଯାଇଥିଲେ। କିନ୍ତୁ ଏମିତି ଘଟଣା ଘଟିଥିଲା, ଶେଷରେ ସେ ହିଁ ନିଜେ କୁମ୍ଭୀରର ଶିକାର ବନିଯାଇଥିଲେ। ପରଦିନ ସକାଳେ ତାଙ୍କ ଶରୀରର ଏକ ଅଙ୍ଗ କୁମ୍ଭୀର ମୁହଁରୁ ମିଳିଥିଲା। ଏହାପରେ ଘଟଣା ସବୁଆଡ଼େ ବ୍ୟାପିଯାଇଥିଲା।

ମହିଳା ଜଣକ ପେସାରେ ଜଣେ ବୈଜ୍ଞାନିକ ଥିଲେ। ସେ ଇଣ୍ଡୋନେସିଆନ୍ ରିସର୍ଚ୍ଚ ଫାସିଲିଟିରେ କାମ କରୁଥିଲେ। ୪୪ ବର୍ଷୀୟା ଏହି ମହିଳାଙ୍କ ନାଁ ଥିଲା ଡେଜି। ଟୁଭା ଲ୍ୟାବ୍‌ରେ ଡେଜି ଏକ କୁମ୍ଭୀରକୁ ଖାଦ୍ୟ ଖୁଆଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। କିନ୍ତୁ ସେହିଦିନ ଡେଜିଙ୍କର କୌଣସି ପତ୍ତା ମିଳି ନ ଥିଲା।

ଏହାସହ ପଢ଼ନ୍ତୁ: ମ୍ୟାଚ୍‌ ଚାଲିଥିବା ବେଳେ ଗ୍ୟାଲେରୀରେ ବସି କପଲ୍‌ କଲେ ଏଭଳି କାମ, ମ୍ୟାଚ୍‌ ଛାଡ଼ି ଦେଖିବାକୁ ଲାଗିଲେ ଦର୍ଶକ

ପରଦିନ ସକାଳୁ ଫାସିଲିଟିର କର୍ମଚାରୀମାନେ ଯେତେବେଳେ କୁମ୍ଭୀରକୁ ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ, ମହିଳା ବୈଜ୍ଞାନିକଙ୍କ ଶରୀରର କିଛି ଅଙ୍ଗ କୁମ୍ଭୀର ପାଟିରେ ଏବଂ ବାକି ଅଙ୍ଗ ପାଣିରେ ଭାସୁଥିଲା। ଖବର ପାଇ ଓ୍ଵାଇଲ୍ଡ ଲାଇଫ୍ ରେସକ୍ୟୁ ଟିମ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାରକାରୀ ଟିମ୍ ବହୁ କଷ୍ଟେମଷ୍ଟେ କୁମ୍ଭୀରକୁ ପୁଲ୍‌ରୁ ବାହାର କରିଥିଲେ। ଏହାପରେ ତା’ ପେଟର ମେଡିକାଲ ଟେଷ୍ଟ କରାଯାଇଥିଲା। ଏଥିରେ ପ୍ରକୃତ ଘଟଣା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.