୧୧୫ ସହରରେ ଲଞ୍ଚ ହେଲା Jio AirFiber ସର୍ଭିସ, ଜାଣନ୍ତୁ ଏହାର ପ୍ଲାନ୍‌ ଏବଂ ଦାମ୍‌

ରିଲାଏନ୍ସ Jioର AirFiber ସର୍ଭିସ ଭାରତର ୧୧୫ ସହରରେ ଆରମ୍ଭ ହୋଇଯାଇଛି । ପଥମେ ଏହି ସର୍ଭିସ କିଛି ମେଟ୍ରୋ ସହରରେ ହିଁ ସୀମିତ ଥିଲା ।Jio AirFiber ଡିଭାଇସ୍‌ ଜରିଆରେ କମ୍ପାନୀ ବିନା ତାରରେ ଆପଣଙ୍କ ଘରେ ଏବଂ ଅଫିସରେ 1.5Gbps ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁବିଧା ଯୋଗାଇଥାଏ ।

ରିଲାଏନ୍ସ Jioର AirFiber ସର୍ଭିସ ଭାରତର ୧୧୫ ସହରରେ ଆରମ୍ଭ ହୋଇଯାଇଛି । ପଥମେ ଏହି ସର୍ଭିସ କିଛି ମେଟ୍ରୋ ସହରରେ ହିଁ ସୀମିତ ଥିଲା ।Jio AirFiber ଡିଭାଇସ୍‌ ଜରିଆରେ କମ୍ପାନୀ ବିନା ତାରରେ ଆପଣଙ୍କ ଘରେ ଏବଂ ଅଫିସରେ 1.5Gbps ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିବାର ସୁବିଧା ଯୋଗାଇଥାଏ । ଗତ ସେପ୍ଟେମ୍ବରରେ କମ୍ପାନୀ ୮ ସହରରେ Jio AirFiber ସର୍ଭିସ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହି ସର୍ଭିସ ୧୧୫ ସହରରେ ଆରମ୍ଭ କରାଯାଇଛି । ଏହି ସର୍ଭିସ ଆପଣଙ୍କ ସହରରେ ଲଞ୍ଚ ହୋଇଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ ଜିଓର ଅଫିସିଆଲ େଓ୍ଵବସାଇଟକୁ ଯିବାକୁ ପଡ଼ିବ । ଏହା ପରେ ନିଜ ସହର ନାମକୁ ଟାଇପ କରି ସର୍ଚ୍ଚ ଅପ୍ସନ ଉପରେ କ୍ଲିକ୍‌ କରିବାକୁ ପଡ଼ିବ ।

କମ୍ପାନି ୨ଟି ପ୍ଲାନକୁ ଅଫର କରିଥାଏ :
କମ୍ପାନୀ ଜିଓ ଏୟାର ଫାଇବର ପାଇଁ ଦୁଇଟି ପ୍ଲାନ ଦେଉଛି, ଯେଉଁଥିରେ ଗୋଟିଏ ହେଉଛି AirFiber ଏବଂ ଅନ୍ୟଟି ହେଉଛି AirFiber MAX । ଉଭୟ ପ୍ଲାନରେ ୬ ଏବଂ ୧୨ ମାସର ଭାଲିଡିଟି ରହିଛି । ଯଦି ଆପଣ ୬ ମାସ ପାଇଁ ପ୍ଲାନ ବାଛନ୍ତି, ତେବେ ଆପଣଙ୍କୁ ଅଲଗା ଭାବେ ୧୦୦୦ ଟଙ୍କାର ଇନଷ୍ଟଲେସନ ଫି ଦେବାକୁ ପଡ଼ିବ । ୧୨ ମାସ ପ୍ଲାନରେ ଇନଷ୍ଟଲେସନ୍‌ ଚାର୍ଜ ଫ୍ରି ରହିଛି ।

AirFiber ପ୍ଲାନ୍‌ :
.୩ଟି ପ୍ଲାନ୍ସର ମୂଲ୍ୟ ହେଉଛି ୫୯୯ ଟଙ୍କା, ୮୯୯ ଟଙ୍କା ଏବଂ ମାସକୁ ୧୧୯୯ ଟଙ୍କା ।
. ଇଣ୍ଟରନେଟ୍ ସ୍ପିଡ୍‌ ୧୦୦ Mbps ପର୍ଯ୍ୟନ୍ତ ରହିଥାଏ ।
. ଆପଣ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ୧୪ଟି OTT ଆପ୍ସ ପାଇପାରିବେ ।
. ୧୧୯୯ ଟଙ୍କାର ପ୍ଲାନରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଜିଓ ସିନେମା ପ୍ରିମିୟମକୁ ସବସ୍କ୍ରିପସନ୍ ମିଳିବ ।

AirFiber Max ପ୍ଲାନ୍‌ :
୩ ଟି ପ୍ଲାନର ମୂଲ୍ୟ ହେଉଛି ୧,୪୯୯, ୨,୪୯୯ ଟଙ୍କା ଏବଂ ମାସକୁ ୩,୯୯୯ ଟଙ୍କା ।
. ଇଣ୍ଟରନେଟ୍ ସ୍ପିଡ୍ ୧ Gbps ପର୍ଯ୍ୟନ୍ତ ରହିଛି ।
. ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଜିଓ ସିନେମା ପ୍ରିମିୟମ ସହିତ ୫୫୦ ରୁ ଅଧିକ ଡିଜିଟାଲ ଚ୍ୟାନେଲ ଏବଂ ୧୪ ଟି OTT ଆପ୍ ପାଇପାରିବେ ।
. ହାଇ ସ୍ପିଡ୍ ଇଣ୍ଟରନେଟ୍ ବ୍ୟତୀତ ଜିଓ AirFiberର ପ୍ୟାରେଣ୍ଟଲ କଣ୍ଟ୍ରୋଲ, ୱାଇ-ଫାଇ ୬ ସପୋର୍ଟ ସହିତ ଅନ୍ୟାନ୍ୟ ଫିଚର ମଧ୍ୟ ଦେଇଥାଏ ।
କିପରି ବୁକ୍ କରିବେ?
ଜିଓ ଏୟାର ଫାଇବର ବୁକ୍ କରିବା ପାଇଁ ଆପଣ ଜିଓର ଅଫିସିଆଲ୍ ୱେବସାଇଟ୍, ଜିଓ ଆପ୍ କିମ୍ବା କମ୍ପାନୀର କଷ୍ଟମର କେୟାର ନମ୍ବରକୁ କଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.