ଜିଓର ଏହି ପ୍ଳାନରେ ଏବେ ଦେବାକୁ ହେବ ଅଧିକ ୧୫୦ ଟଙ୍କା, ଜାଣନ୍ତୁ ପ୍ଲାନ ସମ୍ପର୍କରେ..

ଟେଲିକମ୍ କମ୍ପାନୀ ଜିଓ ଏହାର ୟୁଜର୍ସଙ୍କୁ ସବୁବେଳେ ଶସ୍ତା ଏବଂ ଆକର୍ଷଣୀୟ ପ୍ଲାନ ଦେଇଥାଏ ।କିନ୍ତୁ ଏବେ କମ୍ପାନୀ ତାର ୟୁଜର୍ସଙ୍କ ପାଇଁ ଆଣିଛି ଦୁଃଖ ଖବର। ଜିଓ ଏବେ ନିଜର ପ୍ଲାନରେ ୧୫୦ ଟଙ୍କା ବୃଦ୍ଧି କରିଛି ।ତେବେ ଏହା ସବୁ ପ୍ଳାନରେ ଲାଗୁ ହୋଇନଥିଲେ ମଧ୍ୟ ଏହାର ପ୍ରମୁଖ ପ୍ଳାନରେ ଏହି ଶୁୁଳ୍କ ଲାଗୁ ହୋଇଛି।
ଜିଓ ନିଜ ଗ୍ରାହକଙ୍କୁ ଦେଇଛି ପୁଣି ଥରେ ଝଟକା। ରିଚାର୍ଜ ପ୍ଲାନର ଦାମ କୁ ପୁଣି ଥରେ ବଢ଼ାଇଛି ଟେଲିକମ୍ କମ୍ପାନୀ ଜିଓ। ସବୁବେଳେ ନିଜ ଗ୍ରାହକଙ୍କୁ ଖ ୁସି କରିବା ଭଳି ପ୍ଲ୍ାନ ଆଣୁଥିବା ବେଳେ ଏବେ କିନ୍ତୁ ଦାମ ବୃଦ୍ଧି କରିଛି। ଆମେ କହୁଛୁ ଜିଓର ୭୪୯ ଟଙ୍କା ପ୍ଲାନ କଥା..
ଆଜ୍ଞା ହଁ, ରିଲାଏନ୍ସ ଜିଓ ଏବେ ପୁଣି ଥରେ ନିଜ ଗ୍ରାହକଙ୍କୁ ବଡ଼ ଝଟକ ଦେଇଛି। ଏମିତିରେ ସେ ଦୁଇଟି ପ୍ରିପେଡ ପ୍ଲାନର ଦରକୁ ବଢ଼ାଇଦେଇଛି। କିଛି ଦିନ ପୂର୍ବରୁ ହିଁ ଜିଓ ନିଜ ଗ୍ରାହକଙ୍କୁ ମହଙ୍ଗା ଡୋଜ ଦେଇ ୭୪୯ ଟଙ୍କା ପ୍ଲାନକୁ ୮୯୯ ଟଙ୍କା କରିଦେଇଛି। ଏହାସହ ଅନ୍ୟ ପ୍ଲାନର ମଧ୍ୟ ଦାମ ବଢ଼ାଯାଇଛି। ରିଲାଏନ୍ସ ଜିଓ ନିଜ ଜିଓ ଫୋନର ୩ଟି ପ୍ଳାନ ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏବେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..
ପ୍ରଥମରେ ଜାଣି ନିଅନ୍ତୁ ଯେ ଜିଓ ର ୩ଟି ପ୍ଳାନ ମହଙ୍ଗା ହୋଇଛି। ଏଥିରେ ପ୍ରଥମ ପ୍ଳାନ ହେଉଛି ୧୫୫ ଟଙ୍କା ପ୍ଳାନ ଏବେ ବଢ଼ିଯାଇ ୧୮୬ ଟଙ୍କା ହୋଇଯାଇଛି। ମାନେ ଏବେ ଆପଣଙ୍କୁ ଆହୁରି ୩୧ ଟଙ୍କା ଅଧିକ ଦେବାକୁ ହେବ। ୧ ୮୬ ଟଙ୍କା ପ୍ଲାନରେ ଆପଣଙ୍କୁ ୨୮ ଦିନ ପର୍ଯ୍ୟନ୍ତ ବୈଧତା ମିଳିବା ସହିତ ପ୍ରତିଦିନ ୧ ଜିବି ଡାଟା ମିଳିବ। ଏହାସହ ଅନଲିମିଟେଡ କଲ ସୁବିଧା ମଧ୍ୟ ରହିବ।
୧୮୫ ଟଙ୍କା ପ୍ଳାନ ଏବେ ୨୨୨ ଟଙ୍କା ହୋଇଛି:
୧୮୫ ଟଙ୍କା ପ୍ଳାନର ଦାମ ଏବେ ୨୨୨ ଟଙ୍କା ହୋଇଛି। ମାନେ ଏହି ପ୍ଳାନରେ ଆପଣଙ୍କୁ ଏବେ ଅଧିକ ୩୭ ଟଙ୍କା ଦେବାକୁ ହେବ। ଏହି ପ୍ଳାନରେ ମଧ୍ୟ ୨୮ ଦିନର ବୈଧତା ରହିଛି ଏହାସହିତ ପ୍ରତିଦିନ ୨ ଜିବି ଡାଟା ପ୍ୟାକ ସହ ଅନଲିମିଟେଡ କଲ ଅଫର ମଧ୍ୟ ଦିଆଯାଇଛି।
୭୪୯ ଟଙ୍କା ପ୍ଳାନ ଏବେ ୮୯୯ ଟଙ୍କା ହୋଇଛି:
ରିଲାଏନ୍ସ ଜିଓ ର ୭୪୯ ଟଙ୍କା ପ୍ଲାନ ବଢ଼ିଯାଇ ୮୯୯ ଟଙ୍କା ହୋଇଛି। ତେବେ ଏହି ପ୍ଲାନ କେବଳ ଜିଓ ୟୁୁଜର୍ସଙ୍କ ପାଇଁ ଲାଗୁ ହୋଇଛି। ଯଦି ଆପଣ ଅନ୍ୟ ଫୋନ ବ୍ୟବହାର କରୁଛନ୍ତି ତେବେ ଏହାର ପ୍ରଭାବ ଆପଣଙ୍କ ଉପରେପଡ଼ିବ ନାହିଁ। ଜିଓର ଏହି ପ୍ଲାନରେ ଦୈନିକ ୨ଜିବି ଡାଟା ମିଳିବ ଏହାସହ ସବୁ ନେଟଓ୍ଵାର୍କ ପାଇଁ ଅନଲିମିଟେଡ କଲ ସୁବିଧା ରହିଛି। ଏହି ପ୍ଲାନରେ ୩୩୬ ଦିନର ବୈଧତା ମିଳିବ ।