ଭାରତରେ ଲଞ୍ଚ କଲା Jio Tag, ହଜିଲା ଜିନିଷ ଖୋଜି ଆଣିବ

ବେଳେବେଳେ ଆମେ ବିଭିନ୍ନ ଜିନିଷ କୌଣସି ଏକ ଜାଗାରେ ଥୋଇଦେଇ ଖୋଜିଥାଉ । ଜିନିଷଟିକୁ ପାଇବାରେ ଅନେକ ପରିଶ୍ରମ ତଥା ଖୋଜିବାକୁ ପଡ଼ିଥାଏ । ଏହି ପରିଶ୍ରମକୁ ହାଲୁକା କରିବ Jio Tag । ଆପଣ ପାଉନଥିବା ଜିନିଷକୁ ଖୋଜିବାରେ ସାହାଯ୍ୟ କରିବ ଏହି ଡିଭାଇସ ।

କେନ୍ୟୁଜ୍(ବ୍ୟୁରୋ): ଆଜିକା ଦିନରେ ସମସ୍ତେ ପ୍ରାୟ ବ୍ୟସ୍ତ ରହୁଛନ୍ତି । ବ୍ୟବସ୍ତାଭରା ଜୀବନକୁ ଅତିବାହିତ କରୁଛନ୍ତି । ଏହାରି ଭିତରେ ଆମେ ବିଭିନ୍ନ ଜିନିଷ ସାଥିରେ ଧରି ଯାଇଥାଉ । ଯେପରି କୌଣସି ଜରୁରି ଡକ୍ୟୁମେଣ୍ଟଠୁ ଆରମ୍ଭ କରି କଲମ, ପେନ ଡ୍ରାଇଭ ଓ ଗାଡ଼ିଚାବି ଭଳି ଜିନିଷ ଆମେ ସାଥିରେ ଧରିଥାଉ । ବେଳେବେଳେ ବ୍ୟସ୍ତତା ଭିତରେ ଏହିସବୁ ଜିନିଷକୁ ଆମେ କୋଉଠି ଥୋଇଦେଉ ଯାହା ଆମର ମନେ ପଡ଼ିନଥାଏ । ସଠିକ ସମୟରେ ଖୋଜିଲା ବେଳକୁ ଆମେ ତାକୁ ପାଇ ନଥାଉ । ଆମେ ଏଣେତେଣେ ଏହିସବୁ ଜିନିଷକୁ ଖୋଜିବୁଲୁ । କିନ୍ତୁ ପାଇବା ପାଇଁ ଆମକୁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ । ଏହି ପରିଶ୍ରମକୁ ହାଲୁକା କରିବ Jio Tag । ଆପଣ ପାଉନଥିବା ଜିନିଷକୁ ଖୋଜିବାରେ ସାହାଯ୍ୟ କରିବ ଏହି ଡିଭାଇସ ।

 

ଭାରତରେ Jio ପକ୍ଷରୁ Jio Tagର ଲଞ୍ଚ କରାଯାଇଛି । ଏକ ଲୋଭନୀୟ ଦାମରେ Jio ଏହାକୁ ଲଞ୍ଚ କରିଛି । ଅନ୍ୟବ୍ରାଣ୍ଡର Tag ଡିଭାଇସଠୁ ଏହାର ଦାମ କମ ରହିଛି । ଏହା ଏକ ବ୍ଲୁ ତୁଥ୍ ଡିଭାଇସ । ଯାହାକୁ ବିଭିନ୍ନ ଜିନିଷ ସହ ଖଞ୍ଜାଯାଇ ପାରିବ । ଯେପରିକି ଚାବି ରିଂ ଓ ପେନ ଡ୍ରାଇବ । ଫଳରେ ୟୁଜର ସେହି ଜିନିଷକୁ ଅତି ସହଜରେ ଲୋକେଟ କରିପାରିବେ । ଏହା ଆପଲ ଏୟାର ଟାଗର ବିକଳ୍ପ ହୋଇପାରିବ ।

 

ଆପଲ ଏୟାର ଟାଗ୍‌ର ଦାମ ୩ ହଜାର ୪୯୦ ରହିଛି । ଏହାସହ ୪ଟି ଏୟାର ଟାଗ୍‌ ଥିବା ସେଟର ଦାମ ରହିଛି ୧୧ ହଜାର ୯୦୦ । ଅନ୍ୟପଟେ ଦେଖିଲେ ଜିଓ ଏୟାର ଟାଗ୍‌ର ଦାମ ରହିଛି ୨ ହଜାର ୧୯୯ ଟଙ୍କା । ଯାହା ଆପଲର ଦାମଠୁ ଖୁବ କମ ଅଟେ । ଏହାସହ ଜିଓ ପକ୍ଷରୁ ଏଥିରେ ଡିସକାଉଣ୍ଟ ଅଫର ଜାରି କରାଯାଇଛି । ଏହାକୁ ଆପଣ ମାତ୍ର ୭୪୯ ଟଙ୍କାରେ କିଣି ପାରିବେ । ଆପଣ ଏହାର ଅଫିସିଆଲ ୱେବସାଇଟ https://www.jio.com/ ରୁ କିଣି ପାରିବେ । ହୁଏତ ଏତେ ଶସ୍ତାରେ ଅନ୍ୟ କୌଣସି ବ୍ରାଣ୍ଡ ଆପଣଙ୍କୁ ଏୟାର ଟାଗ୍‌ ବିକ୍ରି କରିବେ ନାହିଁ ।

 

Jio Tag ଏକ ଇଫେକ୍ଟିଭ ବ୍ଲୁ ତୁଥ୍ ଗେଜେଟ ହୋଇ ପାରିଛି । ଯେଉଁଥିରେ ବିଭିନ୍ନ ଜରୁରି ଜିନିଷକୁ ଟ୍ରାକ କରାଯାଇ ପାରିବ । ୟୁଜର ଏହି ଟାଗକୁ ପର୍ସ, ୱାଲେଟ, କି –ଚେନରେ ବ୍ୟାବହାର କରିପାରିବେ । ଏହାସହ ଏହାର ଲୋକେସନକୁ ଟ୍ରାକିଂ କରିପାରିବେ । ଏହା ଅତ୍ୟନ୍ତ ହାଲୁକା ହୋଇଥିବା ବେଳେ ଧଳା ରଙ୍ଗର ରହିଛି । ଏହା ଏକ ଚତୁର୍ଭୁଜ ଆକାର ହୋଇଛି । ଏହାକୁ ଅତି ସହଜରେ ଯେ କୌଣସି ଜିନିଷରେ ଲଗାଯାଇ ପାରିବ । ଏହାର ଇନଡୋର କଭରେଜ ୨୦ ମିଟର ରହିଥିବା ବେଳେ ଆଉଟଡୋର କଭରେଜ ୫୦ ମିଟର ରହିଛି । ଏହାର ବ୍ୟାଟେରି ଲାଇଫ ୧ ବର୍ଷ ରହିଛି ।

 

ଆପଣଙ୍କ ସ୍ମାର୍ଟଫୋନରେ Jio Things ଆପ୍ଲିକେସନ ଜିରଆରେ ଏହାର ସେଟିଂ ତଥା ବ୍ୟବହାର କରି ପାରିବେ । Tag କୁ ଆପଣଙ୍କ ପାଖରେ ଥିବା ଆପ୍ଲିକେସନ ସହ ଲିଙ୍କ କରିବାକୁ ପଡ଼ିବ । ଏହାପରେ ଏହାକୁ ଟ୍ରାକ କରାଯାଇ ପାରିବ । ଯଦି ଆପଣଙ୍କ ଫୋନ ସାଇଲେଣ୍ଟ ଅଛି ଡବଲ ଟାପ କରିବା ପରେ ଏହା ରିଂ ହେବ ।

 

ଏହାସହ ଏଥିରେ  Community Find ଫିଚର ରହିଛି । ଏହି ଫିଚର ଡିସକନେକ୍ଟଟେଡ ଅବଜେକ୍ଟର ଶେଷ ଲୋକେସନ ବାବଦରେ ସୂଚନା ଦେବ । ଯଦି ଆପଣଙ୍କର ଜିଓ ଟାଗ ହଜିଯାଏ ଏହି ଫିଚର ଜରିଆରେ ଆପଣ ଏହାକୁ ଖୋଜି ପାଇପାରିବେ । ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓଏସ ଡିଭାଇସରେ କାମ କରିବ । ତେବେ ଡେରି ନକରି ଏହି ଫିଚର ଫାଇଦା ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.