Below header

ATMରୁ ଟଙ୍କା ଉଠାଇବା ସମୟରେ ଏହା ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ ଆକାଉଣ୍ଟ ହୋଇଯିବ ଖାଲି

ଏଟିଏମ ଏକ ଏମିତି ସେବା ଯାହା ୨୪ ଘଣ୍ଟା ଆପଣଙ୍କୁ ସର୍ଭିସ ଦେବା ପାଇଁ ମହଜୁଦ ଅଛି। ଏହା ଜରିଆରେ ଆପଣ କୌଣସି ବି ସମୟରେ ଟଙ୍କା ଉଠାଇପାରିବେ। କିନ୍ତୁ ଏଟିଏମ ବ୍ୟବହାର କରିବା ବେଳେ ବହୁତ ସାବଧାନ ରଖିବା ନିହାତି ଜରୁରୀ। ନଚେତ ହ୍ୟାକର୍ସ ଆପଣଙ୍କ ଆକାଉଣ୍ଟରୁ ମିନିଟରେ ଟଙ୍କା ଟ୍ରାନ୍ସଫର କରିନେବେ। ଅନେକ ଥର ଏମିତି ହୋଇଥାଏ ଯେ ଏଟିଏମରେ ଆମେ କିଛି ଏମିତି ଭୁଲ କରିଦିଅନ୍ତି ଯେ ଯାହାର ପରିରାମ ପର ମୂହୁର୍ତ୍ତରେ ବହୁତ ଖରାପ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏଟିଏମ ବ୍ୟବହାର କରିବା ସମୟରେ ଆମକୁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।

ଯେତେବେଳେ ବି ଆପଣ ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଛନ୍ତି ତାହା ପୂର୍ବରୁ ଏଟିଏମର କାର୍ଡ ସ୍ଲଟକୁ ଧ୍ୟାନପୂର୍ବକ ଦେଖନ୍ତୁ। ଯଦି ଏଥିରେ ଆପଣଙ୍କୁ କିଛି ବି ସନ୍ଦେହ ହୁଏ ତାହେଲେ ଦେଖନ୍ତୁ କାର୍ଡ ସ୍ଲଟରେ କିଛି ତୃଟି ରହିଛି କି କିମ୍ବା ସ୍ଲଟ ଢ଼ିଲା ରହିଛି କି କିମ୍ବା କୌଣସି ପ୍ରକାର ଗଡବଡ ହୋଇଛି କି। ଯଦି ଏପରି ହୋଇଥାଏ ତାହେଲେ ସେହି ଏଟିଏମରେ କେବେବି ନିଜ କାର୍ଡର ପ୍ରୟୋଗ କରନ୍ତୁନାହିଁ।

atmଏଟିଏମ କାର୍ଡ ସ୍ଲଟରେ କାର୍ଡ ଭର୍ତ୍ତି କରିବା ସମୟରେ ଦେଖନ୍ତୁ ସେଥିରେ ଜଳୁଥିବା ଲାଇଟ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଯଦି ସେଥିରେ ଗ୍ରୀନ ଲାଇଟ ଜଳୁଛି ତାହେଲେ ସେହି ଏଟିଏମ ସୁରକ୍ଷିତ ବୋଲି ଜାଣନ୍ତୁ। କିନ୍ତୁ ଯଦି ସେଥିରେ ଲାଲ କିମ୍ବା ଅନ୍ୟ କୌଣସି ଲାଇଟ ଜଳୁନାହିଁ ତାହେଲେ ଭୁଲରେ ବି ସେ ଏଟିଏମର ବ୍ୟବହାର କରନ୍ତୁନାହିଁ।

କୌଣସି ବି ଆକାଉଣ୍ଟର ଆକସେସ୍ ନେବା ପାଇଁ ହେଲେ ହ୍ୟାକର୍ସଙ୍କୁ ସେହି କାର୍ଡର ନମ୍ବର ଏବଂ ଏଟିଏମ ପିନ୍ ଥିବା ବହୁତ ଜରୁରୀ। ଏମିତିରେ ହ୍ୟାକର୍ସ ପିନ୍ ନମ୍ବରକୁ କୌଣସି ବି କ୍ୟାମେରାରୁ ଟ୍ରାକ କରି ପାରିବେ ଏବଂ ଏଥିରେ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ବି ଏଟିଏମରେ ନିଜର ପିନ୍ ନମ୍ବର ଏଣ୍ଟର କରିବେ ସେତେବେଳେ ତାକ ଅନ୍ୟ ହାତରେ ଲୁଚାଇ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.