ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହୁତି ଉଦ୍ୟମ। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଠିକା କର୍ମଚାରୀ ଦୀନବନ୍ଧୁ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଛି।

କର୍ମଚାରୀ ଜଣକ ୨୫ ବର୍ଷରୁ ଉର୍ଦ୍ଧ୍ୱ ହେବ କାମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ରେଗୁଲାର ହୋଇନାହିଁ। ବାରମ୍ବାର କୁଳପତିଙ୍କୁ ଅଭିଯୋଗ କରିଛନ୍ତି। ଆଜି ମଧ୍ୟ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ ଚାଲିଥିବାବେଳେ ଅଭିଯୋଗ ଉଠାଇଥିଲେ ।ହେଲେ କୁଳପତି ବିରକ୍ତି ପ୍ରକାଶ କରିଥିଲେ। ଫଳରେ ଦିନବନ୍ଧୁ ଆତ୍ମହୁତି ଉଦ୍ୟମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.