Below header

ନୂଆ ଠିକଣାରେ ଘର ବଦଳାଇଛନ୍ତି କି, ତେବେ ଏପରି ସହଜରେ ବଦଳାନ୍ତୁ ଆଡ୍ରେସ୍‌

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ ଅନେକ ପ୍ରକାର ସର୍ଭିସକୁ ଲୋକମାନଙ୍କ ସୁବିଧା ପାଇଁ ଉପଲବ୍ଧ କରାଇଛି। ଆପଣ ଏହିଠାରୁ ହିଁ ଆଧାର କାର୍ଡରେ ନିଜର ଆଡ୍ରେସ, ଫଟୋ, ନାମ ଆଦି ଚେଞ୍ଜ କରିପାରିବେ। ଏମିତି ତ ଆମେ ଆପଣଙ୍କୁ ଆଧାରରେ ନାମ ଏବଂ ଫଟୋ ଚେଞ୍ଜ କରିବା ବିଷୟରେ ପୂର୍ବରୁ ବି କହିସାରିଛୁ କିନ୍ତୁ ଆଜି ଆମେ ଆଣିଛୁ ଆପଣ ନିଜ ଆଧାରରେ ଆଡ୍ରେସ କେମିତି ଅପଡେଟ କରିବେ। ଯଦି ଆପଣ କୌଣସି ନୂଆ ଠିକଣାକୁ ଚାଲିଯାଇଛନ୍ତି କିମ୍ବା ଘର ସିଫ୍ଟ କରିଛନ୍ତି ଆଉ ଆପଣଙ୍କ ଆଧାରରେ ପୁରୁଣା ଆଡ୍ରେସ ରହିଛି ତାହେଲେ ଆପଣ ଅନଲାଇନ ଏହାକୁ ଅପଡେଟ କରିପାରିବେ। ଆପଣଙ୍କୁ ବାସ୍‌ କେବଳ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ତାପରେ କିଛି ଷ୍ଟେପ୍ସକୁ ଫଲୋ କରି ନୂଆ ଠିକଣାକୁ ଅପଡେଟ୍‌ କରାଇପାରିବେ।

ଆଧାର କାର୍ଡରେ ଆଡ୍ରେସକୁ କେମିତି କରିବେ ଅପଡେଟ

ଷ୍ଟେପ ୧ – ସର୍ବପ୍ରଥମେ ୟୁଆଇଡିଏଆଇର ୱେବସାଇଟକୁୁ ଯାଆନ୍ତୁ କିମ୍ବା ନିଜର ବ୍ରାଉଜରରେ http://uidai.gov.in/ ଟାଇପ୍‌ କରନ୍ତୁ।
ଷ୍ଟେପ ୨ – ୱେବସାଇଟର ଉପର ବାମ ପଟେ ଥିବା ଡ୍ରପ-ଡାଉନ ମେନ୍ୟୁରେ ମାଇଁ ଆଧାରକୁ ଚୟନ କରନ୍ତୁ।
ଷ୍ଟେପ ୩ – ଏହାପରେ ୱେବସାଇଟ୍‌ ଉପରେ ବାମ ଆଡକୁ ଡ୍ରପ-ଡାଉନ ମେନ୍ୟୁରେ Update Demographics Data Online ବିକଳ୍ପ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୪ – ଆପଣଙ୍କୁ ଲଗଇନ୍‌ କରିବାକୁ ହେବ ଯାହା ପାଇଁ ଆପଣଙ୍କୁ ନିଜ ଆଧାର କାର୍ଡ ନମ୍ବର ଦେବାକୁ ହେବ। ତାସହିତ କାପ୍ଚା ବି ଦେବାକୁ ହେବ।
ଷ୍ଟେପ ୫ – ଏବେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ ଯାହାକୁ ଆପଣ ଏଠାରେ ଏଣ୍ଟର କରିବାକୁ ହେବ।
ଷ୍ଟେପ ୬ – ଏହାପରେ ଆପଣଙ୍କୁ Update Aadhaar Online ଉପରେ କ୍ଲିକ କରିବାକୁ ହେବ। ଏହାପରେ ପେଜ୍‌ ଓପନ ହୋଇଯିବ ସେଥିରେ Proceed To Update Aadhaar ଉପରେ କ୍ଲିକ କରିବାକୁ ହେବ।
ଷ୍ଟେପ ୭ – ଏବେ ଆପଣଙ୍କୁ ସିଲେକ୍ଟ କରିବାକୁ ହେବ ଆପଣ କଣ ଅପଡେଟ କରିବାକୁ ଚାହୁଁଛନ୍ତି। ସେଥିମଧ୍ୟରୁ ଆପଣଙ୍କୁ ଆଡ୍ରେସ ସିଲେକ୍ଟ କରିବାକୁ ହେବ। ଏହାପରେ ପୁଣି ଥରେ Proceed To Update Aadhaar ଉପରେ କ୍ଲିକ କରିବାକୁ ହେବ।
ଷ୍ଟେପ ୮ – ଏହାପରେ ଆପଣଙ୍କୁ ନିଜର ନୂଆ ଆଡ୍ରେସ ଦେବାକୁ ହେବ ଏବଂ ତଳେ ଏହାକୁ ନେଇ ସମ୍ବନ୍ଧୀତ ଡକ୍ୟୁମେଣ୍ଟକୁ ମଧ୍ୟ ଅପଲୋଡ କରିବାକୁ ହେବ।
ଷ୍ଟେପ ୯ – ଏହାପରେ ଆପଣଙ୍କୁ Next ଉପରେ କ୍ଲିକ କରିବାକୁ ହେବ। ଆପଣଙ୍କୁ ନିଜ ଦ୍ୱାରା ଅପଡେଟ କରାଯାଇଥିବା ସମସ୍ତ ବିବରଣୀ ଦେଖାଯିବ ଆପଣ ତାକୁ ଯାଞ୍ଚ୍‌ କରନ୍ତୁ। ଏହାପରେ ୫୦ ଟଙ୍କାର ପେମେଣ୍ଟ କରିବାକୁ ହେବ।
ଷ୍ଟେପ ୧୦ – ଏହାପରେ ଆପଣଙ୍କ କାମ ହୋଇଯିବ ଏବଂ ଆପଣଙ୍କ ଆଧାର ଆଡ୍ରେସ୍‌ ଚେଞ୍ଜ୍‌ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.