କଣ ଆପଣ ବି ବଦଳାଇବାକୁ ଚାହୁଁଛନ୍ତି Telegramରେ ନିଜ ନମ୍ବର, ତେବେ ଏହି ଷ୍ଟେପ୍ସ ମିନିଟରେ କରିଦେବ ଆପଣଙ୍କ କାମ

କଣ ଆପଣ ଟେଲିଗ୍ରାମ୍‌ ୟୁଜ୍‌ କରୁଛନ୍ତି। ଆପଣ ବି ଟେଲିଗ୍ରାମରେ ମେସେଜ୍‌ କରୁଛନ୍ତି ତାହେଲେ ଆମର ଏ ଖବର ଆପଣଙ୍କ ପାଇଁ। ଆଜିକାଲି ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ୍‌ ୟୁଜର୍ସ ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍‌ ଆପ୍‌ ବ୍ୟବହାର କରୁଛନ୍ତି। ତେଣିକି ତାହା ହ୍ଵାଟ୍ସଆପ୍‌ ହେଉ କିମ୍ବା ଟେଲିଗ୍ରାମ। ଦୁଇଟି ଯାକ ପ୍ଲାଟଫର୍ମ ବହୁତ ପପୁଲାର। ଅନେକ ଥର ୟୁଜର୍ସଙ୍କୁ ନିଜର ନମ୍ବର ବଦଳାଇବାକୁ ପଡିଥାଏ। କିନ୍ତୁ ତାଙ୍କ ସାମ୍ନାରେ ଚ୍ୟାଳେଞ୍ଜ୍‌ ଭଳି ପରିସ୍ଥିତି ରହିଥାଏ ଯେ କେମିତି ନିଜର ନୂଆ ନମ୍ବର ଆପରେ ଅପଡେଟ୍‌ କରିବେ। ହ୍ଵାଟ୍ସଆପରେ ନମ୍ବର କେମିତି ଅପଡେଟ କରିବେ ଏହା ତ ବହୁତ ଲୋକ ଜାଣିଛନ୍ତି କିନ୍ତୁ ସମସ୍ୟା ଟେଲିଗ୍ରାମକୁ ନେଇ ହୋଇଥାଏ। ଏହି ଆପରେ ନମ୍ବର ଚେଞ୍ଜ୍‌ କରିବାର ତରିକା ସମସ୍ତଙ୍କୁ ଜଣାନଥାଏ। ତେଣୁ ଆଜି ଆମେ ଏ ଭିଡିଓରେ ଆଣିଛୁ ଟେଲିଗ୍ରାମରେ ନମ୍ବର ଅପଡେଟ କରିବାର ତରିକା। ତାହେଲେ ଆସନ୍ତୁ ଭିଡିଓକୁ ପୂରା ଦେଖି ଜାଣିବା କଣ ସେହି ଟ୍ରିକ।

telegramଯଦି ଆପଣ ନମ୍ବର ବଦଳାଇଛନ୍ତି ଏବଂ ସେହି ନମ୍ବରକୁ ମେସେଜିଙ୍ଗ ଆପରେ ଅପଡେଟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଷ୍ଟେପ୍ସକୁ ଫଲୋ କରନ୍ତୁ।

  • ସର୍ବପ୍ରଥମେ ଟେଲିଗ୍ରାମ ଆପ୍‌ ଓପନ କରନ୍ତୁ। ଏବେ ଉପର ବାମ ଆଡକୁ ଥିବା ମେନ୍ୟୁ ଅପ୍ସନକୁ ବାଛନ୍ତୁ। ଏହାପରେ ସେଟିଙ୍ଗସକୁ ଯାଆନ୍ତୁ।
  • ସେଟିଙ୍ଗସ୍‌ ଉପରେ କ୍ଲିକ କରିବା ପରେ ଯେଉଁ ପେଜ୍‌ ଖୋଲିବ ତାର ତଳେ ଆକାଉଣ୍ଟ ପାଖରେ ମୋବାଇଲ ନମ୍ବର ଦେଖାଯିବ।
  • ଆପଣଙ୍କୁ ମୋବାଇଲ ନମ୍ବର ଉପରେ କ୍ଲିକ କରିବାକୁ ହେବ। ମୋବାଇଲ ଉପରେ କ୍ଲିକ କରିବା ପରେ ହିଁ ଏକ ନୂଆ ପେଜ୍‌ ଖୋଲିଯିବା ଏଠାରେ ଚେଞ୍ଜ୍‌ ନମ୍ବର ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣଙ୍କ ସାମ୍ନାରେ ଏକ ମେସେଜ ପପଅପ୍‌ ହେବ। ସେଥିରେ ଆପଣଙ୍କୁ ଚେଞ୍ଜ୍‌ ଏବଂ କ୍ୟାନ୍ସଲର ଅପ୍ସନ ଦେଖାଯିବ। ଆପଣ ଚେଞ୍ଜ୍‌ ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ।
  • ଏବେ ଆପଣଙ୍କୁ ନୂଆ ନମ୍ବର ଦେବାର ଅପ୍ସନ ଦେଖାଯିବ। ନମ୍ବର ଦେବା ପରେ ଉପର ଡାହାଣ ପାଖରେ ଥିବା ଟିକ୍‌ ମାର୍କ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣଙ୍କ ଫୋନକୁ ଟେଲିଗ୍ରାମ୍‌ ତରଫରୁ ଏକ କନଫର୍ମେସନ୍‌ କୋଡ୍‌ ଆସିବ। ଏହି କୋଡକୁ ଦେବା ପରେ ହିଁ ଆପଣଙ୍କ ନମ୍ବର ଅପଡେଟ ହୋଇଯିବ।
  • ଆପଣ ଚାହିଁବେ ତ ନମ୍ବରକୁ ଡେସ୍ପଟପରୁ ବି ବଦଳାଇପାରିବେ।
  • ଏଥିପାଇଁ ପ୍ରଥମେ ଡେସ୍କଟପ୍‌ ଆପ୍‌ ଖୋଲନ୍ତୁ ଏବଂ ମେନ୍ୟୁ ଅପ୍ସନକୁ ଯାଇ ସେଟିଙ୍ଗ୍ସ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣ ପ୍ରୋଫାଇଲ ଏଡିଟ କରିବା ଅପ୍ସନ ଉପରେ କ୍ଲିକ କରି ଆଗକୁ ବଢ଼ନ୍ତୁ।
  • ଏବେ ଆପଣଙ୍କୁ ମୋବାଇଲ ନମ୍ବର ଫିଲ୍ଡ ଉପରେ କ୍ଲିକ କରିବାକୁ ହେବ।
  • ଏବେ ଆପଣଙ୍କ ସାମ୍ନାରେ ପ୍ରାଇଭେସୀ ପଲିସିର ମେସେଜ୍‌ ଆସିବ, ତାକୁ ଓକେ କରି ଆଗକୁ ବଢ଼ନ୍ତୁ।
  • ଲାଷ୍ଟ ଷ୍ଟେପରେ ନିଜର ନମ୍ବର ଏଣ୍ଟର କରି ଆଗକୁ ବଢ଼ନ୍ତୁ ଏବଂ ସବମିଟ୍‌ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କ ଫୋନକୁ ଟେଲିଗ୍ରାମ ତରଫରୁ ଏକ ମେସେଜ୍‌ ମିଳିବ, ତାକୁ ସବମିଟ କରିବା ପରେ ହିଁ ଆପଣଙ୍କର ନମ୍ବର ବଦଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.