ସରକାର ଦେଲେ ବଡ ସୁବିଧା, ଏବେ ମୋବାଇଲରେ ଡାଉନଲୋଡ୍‌ କରନ୍ତୁ ଭୋଟର କାର୍ଡ

ମତଦାତା ପରିଚୟ ପତ୍ର ବା ଭୋଟର ଆଇଡିର ଏବେ ଇଲେକଟ୍ରୋନିକ ଭର୍ସନ ଆରମ୍ଭ ହୋଇଛି। ଏବେ ଆପଣ ନିଜ ଭୋଟର କାର୍ଡକୁ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ କରିପାରିବେ। ନିର୍ବାଚନ ଆୟୋଗର ଅଧିକାରୀ ଜଣାଇଛନ୍ତି ଯେ ଇ-ଇଲେକଟର ଫଟୋ ପରିଚୟ ପତ୍ର ନିର୍ବାଚକ ଫଟୋ ପରିଚୟ ପତ୍ରର ଡିଜିଟାଲ ଭର୍ସନ। ତେଣୁ ଆପଣ ଡିଜିଟାଲ ଲକର ମାଧ୍ୟମରେ ଏହାକୁ ସୁରକ୍ଷିତ ରଖିପାରିବେ। ଏହାକୁ ପୋର୍ଟେବଲ ଡକ୍ୟୁମେଣ୍ଟ ଫର୍ମାଟ (ପିଡିଏଫ)ରେ ଡାଉନଲୋଡ୍‌ କରିପାରିବେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଧାର କାର୍ଡ, ପାନ କାର୍ଡ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ପୂର୍ବରୁ ହିଁ ଡିଜିଟାଲ ମୋଡରେ ଉପଲବ୍ଧ ରହିଛି। କିନ୍ତୁ ଏବେ ଭୋଟର କାର୍ଡକୁ ମଧ୍ୟ ଡିଜିଟାଲ ମୋଡରେ ଉପଲବ୍ଧ କରିଦିଆଯାଇଛି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି ଡାଉନଲୋଡ କରିବା ଏବଂ କଣ ଏହାର ତରିକା।

voterକିଛି ଜରୁରୀ କଥା

ମୋବାଇଲରେ ଭୋଟର କାର୍ଡ ଡାଉନଲୋଡ କରିବାର ସୁବିଧା ଦୁଇଟି ପର୍ଯ୍ୟାୟରେ ମିଳିବ। ପ୍ରଥମଟି ହେଉଛି ୨୫ ଜାନୁଆରୀରୁ ୩୧ ଜାନୁଆରୀ ଭିତରେ ନୂଆ ଭୋଟର୍ସ ମାନେ ଡିଜିଟାଲ ଭୋଟର କାର୍ଡକୁ ଡାଉନଲୋଡ୍‌ କରିପାରିବେ। ଏଥିପାଇଁ ଆପଣଙ୍କ ମୋବାଇଲ୍‌ ନମ୍ବର ନିର୍ବାଚନ ଆୟୋଗ ସହିତ ରେଜିଷ୍ଟର୍ଡ ହୋଇଥିବା ଆବଶ୍ୟକ।

ଦ୍ୱିତୀୟ ପର୍ଯ୍ୟାୟରେ ୧ ଫେବୃଆରୀ ଠାରୁ ସବୁ ଭୋଟର୍ସ ନିଜ ଭୋଟର ଆଇଡିକୁ ଡିଜିଟାଲୀ ଡାଉନଲୋଡ୍‌ କରିପାରିବେ। ଏଥିପରେ ମଧ୍ୟ ଆପଣଙ୍କ ନମ୍ବର ଇଲେକସନ୍‌ କମିଶନ ୱେବସାଇଟରେ ରେଜିଷ୍ଟର୍ଡ ରହିଥିବା ବାଧ୍ୟତାମୂଳକ କରାଯାଇଛି। ଯଦି ମୋବାଇଲ ନମ୍ବର ରେଜିଷ୍ଟର୍ଡ ହୋଇନାହିଁ ତାହେଲେ ଆପଣଙ୍କୁ ରେଜିଷ୍ଟର୍ଡ କରିବାକୁ ହେବ। ଏହି କାମ ଆପଣ ନିର୍ବାଚନ ଆୟୋଗ ୱେବସାଇଟକୁ ଯାଇ କରିପାରିବେ।

voterଭୋଟର କାର୍ଡର ଡିଜିଟାଲ କପିକୁ ଡାଉନଲୋଡ୍‌ କରିବା କାମ ଆପଣ ଦୁଇଟି ତରିକାରେ କରିପାରିବେ। ପ୍ରଥମଟି ହେଉଛି ମୋବାଇଲ୍‌ ଆପ୍‌ (voter helpline) ଏବଂ ଅନ୍ୟଟି ହେଉଛି ନିର୍ବାଚନ ଆୟୋଗ ୱେବସାଇଟ। ଯଦି ଫୋନରେ ଆପ୍‌ ନାହିଁ ତାହେଲେ ଡାଉନଲୋଡ୍‌ କରନ୍ତୁ ଏବଂ ଏହାପରେ ଇଲେକସନ୍‌ କମିଶନ୍‌ ଆୟୋଗ ୱେବସାଇଟକୁ ଯାଇ ମୋବାଇଲ୍‌ ନମ୍ବର କିମ୍ବା ଇ-ମେଲ ଆଇଡିରେ ଲଗଇନ୍‌ କରନ୍ତୁ।

ଲଗଇନ୍‌ କରିବା ପରେ ଆପଣଙ୍କୁ Download e-EPIC ବିକଳ୍ପ ଦେଖାଯିବ। ଏହାପରେ ମୋବାଇଲ ନମ୍ବର କିମ୍ବା ଭୋଟର କାର୍ଡ ନମ୍ବର ଏଣ୍ଟର କରି ପିଡିଏଫ ଜରିଆରେ ଆପଣ ଭୋଟର କାର୍ଡ ଡାଉନଲୋଡ୍‌ କରିପାରିବେ। ପିଡିଏଫ ଫାଇଲରେ ଏକ କ୍ୟୁଆର କୋଡ ମଧ୍ୟ ଦେଖାଇବ, ଯାହାକୁ ସ୍କାନ୍‌ କରି ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.