ଗୋଟିଏ କ୍ଲିକରେ ଫେସବୁକରେ ସେୟାର ହୋଇପାରିବ ହ୍ୱାଟ୍ସଆପ୍ ଷ୍ଟାଟସ୍ , ଏପରି ଅନ୍‌ କରନ୍ତୁ ସେଟିଙ୍ଗ୍‌

ଏହି ଫିଚର ସାହାଯ୍ୟରେ ଏଣିକି ଗୋଟିଏ କ୍ଲିକରେ ଫେସବୁକରେ ସେୟାର ହୋଇପାରିବ ହ୍ୱାଟ୍ସଆପ୍ ଷ୍ଟାଟସ୍ ।

ହ୍ୱାଟ୍ସଆପ୍ ନିଜ ପ୍ଲାଟଫର୍ମରେ ଯୋଡିଛି ଏକ ନୂଆ ଫିଚର । ଏହି ଫିଚର ସାହାଯ୍ୟରେ ଏଣିକି ଗୋଟିଏ କ୍ଲିକରେ ଫେସବୁକରେ ସେୟାର ହୋଇପାରିବ ହ୍ୱାଟ୍ସଆପ୍ ଷ୍ଟାଟସ୍ । ଦୁନିଆରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଂଷ୍ଟାଣ୍ଟ ମେସେଜିଂ ଆପ୍ ହେଉଛି ହ୍ଵାଟ୍ସଆପ୍‌। ଏହି ଆପ୍ ଜରିଆରେ ଲୋକେ ତାଙ୍କର ସାଙ୍ଗ ସାଥୀ ବନ୍ଧୁଙ୍କ ସହ ଯୋଡି ହୋଇ ରହିବା ସହ ଏହି ଆପ୍ ଦ୍ୱାରା ଅନେକ ଅଫିସ୍ କାମ ମଧ୍ୟ ହୋଇପାରୁଛି । ତେଣୁ ୟୁଜର୍ସଙ୍କୁ ଆଉ ଟିକେ ଭଲ ସର୍ଭିସ୍ ଦେବା ପାଇଁ ଆପ୍ ଡେଭଲପର ନୂଆ ନୂଆ ଫିଚର୍ସ ଅପଡେଟ୍ କରିଥାନ୍ତି । ସେହିପରି ହ୍ୱାଟ୍ସଆପରେ ଏପରି ଏକ ଫିଚର୍ସ ଯୋଡି ହୋଇଛି ଯାହା ସାହାଯ୍ୟରେ ହ୍ୱାଟ୍ସଆପ ଷ୍ଟେଟସକୁ ସିଧାସଳଖ ଫେସବୁକରେ ସେୟାର କରିହେବ ।

ମେଟା ହ୍ୱାଟ୍ସଆପ୍ ପ୍ଲାଟଫର୍ମକୁ ଫେସବୁକ୍ ସହ ଯୋଡିବା ଭଳି ଏକ ନୂଆ ଅପସନ୍ ଆଣିଛି । ଏହି ଫିଚର୍ସ ଇଂଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କଲାଭଳି ଅପସନ୍ ଅଟେ । ଏହି ଫିଚର ସାହାଯ୍ୟରେ ଆପଣ କାହାକୁ ବି ହ୍ଵାଟ୍ସଆପ ଷ୍ଟାଟସକୁ ଫେସବୁକରେ ରଖିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କ୍ଲିକ କରିବାକୁ ହେବ । ହ୍ଵାଟ୍ସଆପର ଏହି ଫିଚରକୁ ଗ୍ଲୋବାଲୀ ଲଞ୍ଚ୍‌ କରାଯାଇଛି । ଯାହା ଧିରେ ଧୀରେ ସବୁ ୟୁଜର୍ସଙ୍କ ପର୍ଯ୍ୟନ୍ତ ପହଁଚିବ । ତେବେ ଆସନ୍ତୁ ଜାଣିବା ଏହା କେମିତି କାମ କରିବ ।

ଇନଷ୍ଟାଣ୍ଟ ମେସେଜିଙ୍ଗ ପ୍ଲାଟଫର୍ମ ହ୍ଵାଟ୍ସଆପ ନୂଆ ଫିଚରକୁ ରିଲିଜ୍‌ କରିଛି, ଯାହା ହ୍ଵାଟ୍ସଆପ୍‌ ଷ୍ଟାଟସ ସହିତ ଏକ ନୂଆ ଅପ୍ସନ ଯୋଡିଛି । ତେବେ କହିରଖିବାକୁ ଚାହିଁବୁ ଯେ ହ୍ୱାଟ୍ସଆପର ନୂଆ ଫିଚର୍ ବର୍ତ୍ତମାନ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ଆଗକୁ ଏହି ଫିଚର୍ସକୁ ସମସ୍ତେ ବ୍ୟହହାର କରିବାର ସୁଯୋଗ ପାଇବେ । ଥରେ ଏହି ଫିଚର୍ସ ଆସିବା ପରେ ଉପଭୋକ୍ତାଙ୍କୁ ଏନାବେଲ୍ କରିବାକୁ ପଡିବ । ଏହାକୁ ଆକ୍ଟିଭେଟ୍ କରିବା ପରେ ଆପମଙ୍କୁ କିଛି ଷ୍ଟେପ୍ ଫଲୋ କରିବାକୁ ପଡିବ । ଏହା ପରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ସେୟାର କରିବାକୁ ପଡିବ । ଯେତେବେଳେ ଉପଭୋକ୍ତା ଷ୍ଟାଟସ୍ ସେୟାର କରିବେ ଆପଣଙ୍କ ପାଖକୁ ଫେସବୁକରେ ଷ୍ଟୋରୀ ପୋଷ୍ଟ କରିବା ପାଇଁ ଏକ ସେଟଅପ୍ ଅପସନ୍ ଆସିବ । ଏହାପରେ ଆପଣଙ୍କୁ ସେଟ୍ ଅଫ୍ ଉପରେ କ୍ଲିକ୍ କରିବାକୁ ପଡିବ । କ୍ଲିକ୍ କରିବା ପରେ ଆପଣ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫେସବୁକରେ ସେୟାର କରିପାରିବେ ।

ଏହିଭଳି ଭାବେ କମ୍ପାନୀ ୟୁଜର୍ସଙ୍କୁ ଏକ ସହଜ ତରିକା ଷ୍ଟାଟସ ସେୟାରିଙ୍ଗ ଫିଚର ଦେଇଛି । ଯଦିଓ ଏହି ଫିଚର ଡେଫଲ୍ଟ ରୂପେ ଅଫ୍‌ ରହିବ । ୟୁଜର୍ସ ନିଜ ଆବଶ୍ୟକ ହିସାବରେ ଏହାକୁ ଅନ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.