ସାଲେପୁର: ବରପଡା ବ୍ରିଜ୍ ଉପରେ ବଜ୍ରପାତ ନେଲା ଜୀବନ, ପ୍ରକୋପରେ ଫାଟିଛି ବ୍ରିଜର କିଛି ଅଂଶ

ଘରୁ ନେମାଳ କଣ୍ଟାପରିରୁ ସାଇକେଲ ଯୋଗେ ନିଶ୍ଚିତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ଆସୁଥିବା ବେଳେ ହଠାତ ବିଜୁଳି ମାରିଥିଲା। ଘଟଣା ସ୍ଥଳରେ ସୁଜେନ୍ଦୁଙ୍କର ମୃତ୍ୟୁ ହୋଇଥିଲା ।

ସାଲେପୁର(କେନ୍ୟୁଜ୍): କଟକ ଜିଲ୍ଲା ନିଶ୍ଚିତକୋଇଲି ବରପଡା ବ୍ରିଜ୍ ଉପରେ ବର୍ଷା ଘଡ ଘଡି ହେଲା ବେଳେ ସୁଜେନ୍ଦୁ ଶେଖର ସାହୁଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଘରୁ ନେମାଳ କଣ୍ଟାପରିରୁ ସାଇକେଲ ଯୋଗେ ନିଶ୍ଚିତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ଆସୁଥିବା ବେଳେ ହଠାତ ବିଜୁଳି ମାରିଥିଲା। ଘଟଣା ସ୍ଥଳରେ ସୁଜେନ୍ଦୁଙ୍କର ମୃତ୍ୟୁ ହୋଇଥିଲା ।

ଘଡ ଘଡିର ପ୍ରକୋପ ଏତେ ଜୋରରେ ଥିଲା ଯେ ବ୍ରିଜ଼ର କିଛି ଅଂଶ ଫାଟିଯାଇଥିଲା। ଏହା ପରେ ଶବକୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ନିଶ୍ଚିତକୋଇଲି ଗୋଷ୍ଠୀ କେନ୍ଦ୍ରକୁ ଅଣାଯାଇଥିଲା ।ସେଠି ଶବକୁ ନିଶ୍ଚିତକୋଇଲି ପୋଲିସ ଜବତ କରି କଟକ ବଡ଼ ମେଡିକାଲକୁ ବ୍ୟବଛେଦ ପାଇଁ ପଠେଇଥିଲା। ପରିବାର ଲୋକେ ସରକାରୀ ସାହାଯ୍ଯ ପାଇଁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.