Below header

ଅସହ୍ୟ ଗରମରେ ଅତିଷ୍ଠ ମହାପ୍ରଭୁ, କାଲିଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଖେଳିବେ ଚାପ

ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏନେଇ ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ୟ ଚାଲିଛି। ଚିତ୍ରକର ସେବକଙ୍କ ଦ୍ୱାରା ଠାକୁରଙ୍କ ସମସ୍ତ ଚନ୍ଦନ ଘର, ମନ୍ଦିର ରଙ୍ଗ କାର୍ଯ୍ୟ ଚାଲିଛି ।

ପୁରୀ(କେନ୍ୟୁଜ୍): ଦିନକ ପରେ ଅକ୍ଷୟ ତୃତୀୟା । ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏନେଇ ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ୟ ଚାଲିଛି। ଚିତ୍ରକର ସେବକଙ୍କ ଦ୍ୱାରା ଠାକୁରଙ୍କ ସମସ୍ତ ଚନ୍ଦନ ଘର, ମନ୍ଦିର ରଙ୍ଗ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସର୍ଦ୍ଦାରଙ୍କ ତତ୍ତ୍ୱାବଧାନରେ ମହାପ୍ରସାଦ, ଶ୍ରୀଫଳ, ଦୀପ ଓ ଧୂପ ଦେଇ ଦର୍ଜୀ କାର୍ଯ୍ୟର ଅନୁକୂଳ ହୋଇଛି ।

ମହାପ୍ରଭୁଙ୍କ ପାଇଁ ୧୭ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି, ୨ଟି ପାଲିଙ୍କି ଚାଳି ସହ ଗୋଟିଏ ଲେଖାଏଁ ତରାସ, ଖଣ୍ଡା, ଛୁରୀ ଓ ତିନୋଟି ରୂପା ଆଲଟ ଦର୍ଜୀ ସେବକ ତିଆରି କରିବେ । ଏଥିସହ ଚାନ୍ଦୁଆ, ପତାକା, ଧଳା ଚାପ ମଣ୍ଡଳୀ ଓ ନାଲି ଚାପ ମଣ୍ଡଳୀ ମଧ୍ୟ ତିଆରି କରାଯିବ । ଅକ୍ଷୟ ତୃତୀୟା ପୂର୍ବ ଦିନ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଣ୍ଡରା ଗାଁର ମା ଧ୍ୟାନଦେଇ ଠାକୁରାଣୀ ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ନନ୍ଦା ଭଦ୍ରା ଡଙ୍ଗା ପାଇଁ ଆବଶ୍ୟକ ଥିବା କପଡା, ସୁନା ବିଞ୍ଚଣା, ରୂପା ଆଲଟ, ଖଣ୍ଡା, ଛୁରୀ, ଚାନ୍ଦୁଆ, ହଡ଼ପମୁଣୀ, ଅଳଙ୍କାର ମୁଣି, ଧଳା ଛତୀ, କଳା ଛତୀ, ଓଲାଗ ଆଦି ଦାନ କରାଯାଇଛି ।

ଚନ୍ଦନ ଯାତ୍ରା ପୂର୍ବରୁ ଏସପି କନୱର ବିଶାଲ ସିଂହ ଅନ୍ୟ ପୋଲିସ ଅଧିକାରୀ ଓ ସେବାୟତଙ୍କ ସହ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ସମୀକ୍ଷା କରିଛନ୍ତି । ଚନ୍ଦନ ଯାତ୍ରା ସମୟରେ ୨ ଜଣ ଅତିରିକ୍ତ ଏସପି, ୩ ଡିଏସପି, ୭ ଜଣ ଇନ୍ସପେକ୍ଟର ,୨୫ ଜଣ ସବ୍‌ ଇନ୍ସପେକ୍ଟର ଓ ୮ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.