ଫେସବୁକରେ ରହିବେ ଅନଲାଇନ ହେଲେ ସମସ୍ତଙ୍କୁ ଦେଖାଇବ ଅଫଲାଇନ, ଜାଣନ୍ତୁ ଏହାର ଉପାୟ

କିଛି ଲୋକେ ଅଛନ୍ତି ଫେସବୁକରେ ଅନଲାଇନ ଦେଖିବା ମାତ୍ରେ ମେସେଜ କରିବା ଆରମ୍ଭ କରିଦିଅନ୍ତି । ଏହା ଲୋକଙ୍କୁ ଅଯଥା ଚିନ୍ତାରେ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଫେସବୁକରେ ଆପଣ ଅନଲାଇନ ରହିଥିଲେ ମଧ୍ୟ ସମସ୍ତଙ୍କୁ ଅଫଲାଇନ ଦେଖାଇବ ।

ଫେସବୁକ୍ ଏପରି ଏକ ସୋସିଆଲ ମିଡିଆ ଆପ୍‌ ଯେଉଁଥିରେ ପ୍ରାୟ ସମସ୍ତଙ୍କ ଆକାଉଣ୍ଟ ରହିଛି । ଏଥିରେ ପୋଷ୍ଟ ସେୟାର କରିବା, ଫଟୋ ସେୟାର କରିବା, ଭିଡିଓ ପୋଷ୍ଟ କରିବା ଆଦି ସେବା ରହିଛି । ଏହା ବ୍ୟତୀତ ବ୍ୟବହାରକାରୀ ମେସେଜ ଚାର୍ଟ କିମ୍ବା କଲ କରି କଥା ମଧ୍ୟ ହୋଇପାରିବେ । ତେବେ ଫେସବୁକରେ ଯିଏ ଅନଲାଇନ ଥାଆନ୍ତି, ସେମାନଙ୍କ ନାମ ନିକଟରେ ଏକ ସବୁଜ ରଙ୍ଗ ଦେଖାଯାଇଥାଏ । କିଛି ଲୋକେ ଅଛନ୍ତି ଫେସବୁକରେ ଅନଲାଇନ ଦେଖିବା ମାତ୍ରେ ମେସେଜ କରିବା ଆରମ୍ଭ କରିଦିଅନ୍ତି । ଏହା ଲୋକଙ୍କୁ ଅଯଥା ଚିନ୍ତାରେ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଫେସବୁକରେ ଆପଣ ଅନଲାଇନ ରହିଥିଲେ ମଧ୍ୟ ସମସ୍ତଙ୍କୁ ଅଫଲାଇନ ଦେଖାଇବ ।

-ପ୍ରଥମେ ଡେସ୍କଟପରେ ମେସେଂଜରକୁ ଯାଆନ୍ତୁ । ତାପରେ ଡାହାଣ ପାର୍ଶ୍ୱରେ ଥିବା ଆଇକନକୁ କ୍ଲିକ୍ କରନ୍ତୁ ।
-ଏହାପରେ ତିନୋଟି ଡଟ୍ ଉପରେ ଟ୍ୟାପ କରନ୍ତୁ ।
-ବର୍ତ୍ତମାନ ଆପଣଙ୍କ ନିକଟରେ ଚାର୍ଟ ସେଟିଙ୍ଗ ଖୋଲିଯିବ ।
-ଏଠାରେ ଥିବା ଆକ୍ଟିଭ ଷ୍ଟାଟସ ଟିକୁ ବନ୍ଦ କରନ୍ତୁ ।
-ଏଥିରେ ଆପଣଙ୍କୁ ଦେଖାଇବ ଯେ କେବଳ ସବୁଜ ରଙ୍ଗ ଦେଖାଇବା ବନ୍ଦ କରିବାକୁ ପଡିବ ନା କିଛି ନାମକୁ ବ୍ଲକ୍ କରିବାକୁ ପଡିବ ।
-ସିଲେକ୍ଟ କରିବା ପରେ ଆପଣଙ୍କୁ ‘ଓକେ’ ଉପରେ କ୍ଲିକ୍ କରିବାକୁ ପଡିବ ।

ମୋବାଇଲ ପାଇଁ ରହିଛିଅଲଗା ଉପାୟ

  • ଏଥିପାଇଁ ଆପଣଙ୍କୁ ଫେସବୁକ ମେସେଞ୍ଜର ଆପ ଖୋଲିବାକୁ ପଡିବ ।
  • ଏଥିପାଇଁ ଆପଣ ନିଜର ପ୍ରୋଫାଇଲ ଫଟୋ ଉପରେ ଟ୍ୟାପ କରିବାକୁ ପଡିବ ।
  • ଏଠାରେ ଆପଣଙ୍କୁ ଆକ୍ଟିଭ୍ ଷ୍ଟାଟସର ଅପସନ୍ ମିଳିବ ।
  • ଏଠାରେ ଆପଣ ନିଜ ହିସାବରେ ଟାଁଗଲ ଅଫ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.