ଅଜିତ ପାଓ୍ଵାର ତାଙ୍କ ବିଧାୟକଙ୍କ ସହ ଶିବସେନାରେ ଯୋଗଦେଲେ ସିନ୍ଧେ ସେନା ଛାଡିଦେବେ : ଶିବସେନା ମୁଖପାତ୍ର ସଂଜୟ ଶିରସତ

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ବରିଷ୍ଠ ନେତା ଅଜିତ ପାଓ୍ଵାର ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ଦିନିକିଆ ସମ୍ମିଳନୀରେ ମଧ୍ୟ ଶ୍ରୀ ପାଓ୍ଵାର ଯୋଗ ଦେଇ ନାହାଁନ୍ତି । ତେବେ ଏହାକୁ ଶ୍ରୀ ପାଓ୍ଵାର ନିଜର କାର୍ଯ୍ୟ ବ୍ୟସ୍ଥତା ବୋଲି କହିଛନ୍ତି ।

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ବରିଷ୍ଠ ନେତା ଅଜିତ ପାଓ୍ଵାର ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ଦିନିକିଆ ସମ୍ମିଳନୀରେ ମଧ୍ୟ ଶ୍ରୀ ପାଓ୍ଵାର ଯୋଗ ଦେଇ ନାହାଁନ୍ତି । ତେବେ ଏହାକୁ ଶ୍ରୀ ପାଓ୍ଵାର ନିଜର କାର୍ଯ୍ୟ ବ୍ୟସ୍ଥତା ବୋଲି କହିଛନ୍ତି ।

ହେଲେ ବିଜେପି ସହ ତାଙ୍କର ବଢ଼ୁଥିବା ଘନିଷ୍ଠତାକୁ ଦେଖିବା ପରେ ରାଜନୈତିକ ମହଲରେ ବଡ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ହେଲେ ଏପଟେ ଏକନାଥ ସିନ୍ଧେଙ୍କ ଶିବସେନା ଦଳର ମୁଖପାତ୍ର ସଂଜୟ ଶିରସତ କହିଛନ୍ତି ଯେ ଯଦି ଅଜିତ ପାଓ୍ଵାରଙ୍କ ସହ କିଛି ବିଧାୟକ ତାଙ୍କ ସରକାରରେ ମିଶନ୍ତି, ତେବେ ସେ ସରକାର ଛାଡିଦେବେ ।

ବିଧାୟକ ସଂଜୟ ଆହୁରି କହିଛନ୍ତି, ଅଜିତ ଏନସିପିରେ ଅଣନିଶ୍ୱାସ ଅନୁଭବ କରୁଛନ୍ତି । ସେ କେବେ ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ଗ୍ରହଣ କରୁନଥିଲେ କିମ୍ବା ଏନସିପିରେ ରହିବାକୁ ଚାହୁଁ ନଥିଲେ । ମୁଁ ଭାବୁଛି ଅଜିତ ପାଓ୍ଵାରଙ୍କୁ ଦଳରେ କିଛି କରିବାକୁ ମୁକ୍ତ ଭାବେ ଦିଆଯାଉ ନାହିଁ ।

ତେବେ ଯଦି ଶ୍ରୀ ପାଓ୍ଵାର ଶିବସେନାରେ ମିଶିବାକୁ ଚାହୁଁଛନ୍ତି, ତାଙ୍କୁ ସ୍ୱାଗତ କରାଯିବ । କିନ୍ତୁ ଯଦି ସେ ତାଙ୍କର ଅନୁଗତ ବିଧାୟକଙ୍କୁ ନେଇ ଦଳରେ ମିଶିବାକୁ ଚାହାଁନ୍ତି ତେବେ ସେ ସରକାରରେ ରହିବେ ନାହିଁ ବୋଲି ଅଜିତ ପାଓ୍ଵାର କହିଛନ୍ତି ।

ଶ୍ରୀସତ ଆହୁରି କହିଛନ୍ତି, ଏନସିପି କିପରି ଦଳକୁ ଠକିଥିଲେ ସେ ଦେଖିଛନ୍ତି । ତେଣୁ ତାଙ୍କ ଦଳ କେବେ ଏନସିପି ସହ କ୍ଷମତା ସେୟାର କରିବେ ନାହିଁ । ଲୋକେ ମଧ୍ୟ ତାଙ୍କୁ କଂଗ୍ରେସ –ଏନସିପି ସହ ଗ୍ରହଣ କରିବେ ନାହିଁ ।

୨୦୧୯ ରେ ପୁଅ ଲୋକସଭା ଆସନରେ ପରାଜୟ ହେବା ଠାରୁ ଅଜିତ ପାଓ୍ଵାର ସନ୍ତୁଷ୍ଟ ନାହାଁନ୍ତି ବୋଲି ଶ୍ରୀସତ କହିଥିଲେ । ବିଜେପି ପ୍ରତି ପାଓ୍ଵାରଙ୍କ ବଢ଼ୁଥିବା ସମ୍ପର୍କକୁ ଦେଖି ଶ୍ରୀସତଙ୍କ ଏହି ବକ୍ତବ୍ୟ ବିଜେପିକୁ ଏକ ବଡ଼ ସତର୍କତା ବୋଲି ଅନୁଭବ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.