Below header

ଇଣ୍ଟରନେଟ ସେବା କେମିତି ବନ୍ଦ କରନ୍ତି ସରକାର, ଜାଣନ୍ତୁ ପୂରା ପ୍ରକ୍ରିୟା

ଦେଶରେ କିଛିଦିନ ହେବ ନାଗରିକତା ସଂଶୋଧନ ଆଇନ ବିରୋଧରେ ତୀବ୍ର ବିରୋଧ ଲାଗି ରହିଛି । ଏହି କାରଣରୁ ଦେଶର ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଏକ ଜାତୀୟ ସଂସ୍ଥା ଦ୍ୱାରା ସଦ୍ୟ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ଭାରତର ସ୍ଥାନ ଇଣ୍ଟରନେଟ ସେବା ବନ୍ଦ କ୍ଷେତ୍ରରେ ସବୁଠୁ ଆଗରେ ଅଛି ।କିନ୍ତୁ ହୁଏତ ଆପଣ ଜାଣି ନଥିବେ ସରକାର ଏହି ବ୍ୟବସ୍ଥାକୁ ବନ୍ଦ କରିବା କେଉଁ ଉପାୟରେ ନେଇଥାନ୍ତି । ପ୍ରକୃତରେ ଏହା ଏକ ନିର୍ଦ୍ଧିଷ୍ଟ ନିୟମ ଅନୁଯାୟୀ ହିଁ ହୋଇଥାଏ । ଯାହା ଅନୁସାରେ ହିଁ ଏହାକୁ କିଛି ଦିନ ପାଇଁ ଅସ୍ଥାୟୀ ଭାବେ ବ୍ୟାଣ୍ଡ କରାଯାଇଥାଏ । ତେବେ ଆସନ୍ତୁ ଏହା ଉପରେ ଏକ ନଜର ପକାଇବା ।

internet

– ପ୍ରଥମେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଗୃହ ସଚିବ ମନ୍ତ୍ରାଳୟ ଇଣ୍ଟରନେଟ ବ୍ୟାନ କରିବା ପାଇଁ ଆଦେଶ ଦେଇଥାନ୍ତି ।

-ଏହି ଅର୍ଡର ଏସ୍ପି ବା ତଦ ଉପରିସ୍ଥ ଅଫିସରଙ୍କ ମାଧ୍ୟମରେ ହିଁ ପଠା ଯାଇଥାଏ । ପରେ ସେହି ଅଧିକାରୀ ଜଣଙ୍କ ସ୍ଥାନୀୟ ସର୍ଭିସ ପ୍ରୋଭାଇଡରଙ୍କୁ ଇଣ୍ଟରନେଟ ସର୍ଭିସ ବନ୍ଦ କରିବା ପାଇଁ ଆଦେଶ ଦେଇଥାନ୍ତି ।

-ଅର୍ଡରକୁ କୌଣସି କାର୍ଯ୍ୟକାରୀ ଦିବସରେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ତରଫରୁ ରୀଭ୍ୟୁ ପ୍ୟାନେଲ ନିକଟକୁ ପଠା ଯାଇଥାଏ । ଏହି ରିଭ୍ୟୁ ପ୍ୟାନେଲ ୫ ଦିନ ଦିନ ଭିତରେ ହିଁ ଏହାର ସମୀକ୍ଷା କରିଥାନ୍ତି ।

internet

-କେନ୍ଦ୍ର ସରକାରଙ୍କ ରିଭ୍ୟୁ ପ୍ୟାନେଲରେ କ୍ୟାବିନ ସେକ୍ରେଟେରୀ, ଲୋ ସେକ୍ରେଟେରୀ ବା ଟେଲିକମ୍ୟୁନିକେସନ ସେକ୍ରେଟେରୀ ସଦସ୍ୟ ଭାବେ ରହିଥାନ୍ତି ।

-ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ରିଭ୍ୟୁ ପ୍ୟାନେଲରେ ଚିଫ ସେକ୍ରେଟେରୀ, ସେକ୍ରେଟେରୀ ଓ ଅନ୍ୟ କେତେଜଣ ସେକ୍ରେଟାରୀ ସଦସ୍ୟ ଭାବେ ଥାନ୍ତି ।

-କୌଣସି ବିଶେଷ ବା ଜରୁରୀ ପରିସ୍ଥିତିରେ ହିଁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଗୃହ ସଚିବଙ୍କ ଅଧୀନରେ ଥିବା ଜଏଣ୍ଟ ସେକ୍ରେଟେରୀ ଇଣ୍ଟରନେଟ ବ୍ୟାନ କରିବା ପାଇଁ ଆଦେଶ ଦେଇପାରିବେ । କିନ୍ତୁ ଆଗାମୀ ୨୪ ଘଣ୍ଟା ଭିତରେ କେନ୍ଦ୍ର ବା ରାଜ୍ୟ ନିକଟରୁ ତାଙ୍କୁ ଏଥି ନିମନ୍ତେ ମଞ୍ଜୁରୀ ନେବାକୁ ପଡିବ ।

ଅନ୍ୟ ପକ୍ଷରେ ୨୦୧୭ ମସିହା ପୂର୍ବରୁ କୌଣସି ଜିଲ୍ଲାର ଡିଏମ ଇଣ୍ଟରନେଟ ବନ୍ଦ କରିବାର ଆଦେଶ ଦେଇ ପାରୁଥିଲେ । କିନ୍ତୁ ସେହି ବର୍ଷ ଏହି ନିୟମରେ କିଛିଟା ପରିବର୍ତ୍ତନ ଅଣାଯାଇଥିଲା । ତାପରଠୁ ରାଜ୍ୟ ତଥା କେନ୍ଦ୍ର ଏଥିରେ ସରକାରଙ୍କ ଗୃହ ସଚିବ ବା ତାଙ୍କ ଦ୍ୱାରା ଅଧିକୃତ କୌଣସି ଅଧିକାରୀଙ୍କ ନିକଟରେ ହିଁ ଇଣ୍ଟରନେଟ ବନ୍ଦ କରିବାର କ୍ଷମତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.