Below header

ସବୁଠୁ ଶାନଦାର ଫିଚରକୁ କଲା ଲଞ୍ଚ, ଥରେ କରିପାରିବେ ୬ ଫଟୋ ସେୟାର, ଥରେ ପଢ଼ନ୍ତୁ କେମିିତି

ଆଜିର ଦୁନିଆରେ ଲୋକମାନେ ଫଟୋ ସେୟାର କରିବା ପାଇଁ ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମର ବ୍ୟବହାର କରୁଛନ୍ତି। ସେହିପରି ଇନଷ୍ଟାଗ୍ରାମ ମଧ୍ୟ ନିଜର ୟୁଜର୍ସଙ୍କୁ ଉତ୍ତମ ଫିଲିଙ୍ଗସ୍‌ ଦେବା ପାଇଁ ଲଗାତାର ନୂଆ ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ ଇନଷ୍ଟାଗ୍ରାମ ନିଜର ୟୁଜର୍ସଙ୍କ ପାଇଁ ଲେ-ଆଉଟ୍‌ ଫିଚର ଲଞ୍ଚ କରିଛି। ଏହି ଫିଚର୍ସ ଜରିଆରେ ୟୁଜର୍ସ ଏକା ସାଥିରେ ଛଅଟି ଫଟୋ ସେୟାର କରିପାରିବେ। କମ୍ପାନୀର ସିଇଓ ଟ୍ଵିଟ୍‌ କରି ଏହା ବିଷୟରେ ଜଣାଇଛନ୍ତି। ତେବେ ଆସନ୍ତୁ ଜାଣିବା ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚର ବିଷୟରେ।

ଇନଷ୍ଟାଗ୍ରାମର ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ଏହା ସାଥିରେ ୬ ଫଟୋ ସେୟାର କରିପାରିବେ। ଏହାଛଡା ୟୁଜର୍ସଙ୍କୁ ଏହି ଫଟୋରେ ଫିଲଟର ବ୍ୟବହାର କରିବାକୁ ମଧ୍ୟ ଅପସନ୍‌ ମିଳିବ। ଅବଶ୍ୟ ୟୁଜର୍ସଙ୍କୁ ଏହି ଫିଚରକୁ ବ୍ୟବହାର କରିବ ପାଇଁ ଏକ ଆପ୍‌ ବ୍ୟବହାର କରିବାକୁ ପଡିବ।

instagramକେମିତି କରିବେ ଏହି ଫିଚରର ବ୍ୟବହାର

ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚରର ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଗ୍ୟାଲେରୀରେ ଫଟୋ ଚୟନ କରିବାକୁ ପଡିବ। ଏହାଛଡା ୟୁଜର୍ସ କ୍ୟାମେରା ଜରିଆରେ ମଧ୍ୟ ଫଟୋ କ୍ଲିକ କରିପାରିବେ। ଏହାପୂର୍ବରୁ ଏକା ସାଥିରେ ଛଅ ଫଟୋ ସେୟାର କରିବା ପାଇଁ ୟୁଜର୍ସଙ୍କୁ ଥାର୍ଡ ପାର୍ଟିର ଆବଶ୍ୟକ ପଡୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.