ସରକାରୀ ଚାକିରୀରେ ନିଯୁକ୍ତି ଚାହୁଁଛନ୍ତି କି? ତୁରନ୍ତ କରନ୍ତୁ ଆବେଦନ

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ବିଭାଗରେ ସରକାରୀ ଚାକିରୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଆପଣମାନେ ଏହି ସରକାରୀ ଚାକିରୀ ପାଇଁ ଘରେ ବସି ମଧ୍ୟ ଅନଲାଇନ୍‌ ଆବେଦନ କରିପାରିବେ। ଏହି ସମସ୍ତ ଚାକିରୀରେ ଆବେଦନ କରିବା ପାଇଁ ଆପଣମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ଅନୁସାରେ ଚାକିରୀ ଚୟନ କରିପାରିବେ। ଏପରି ନୁହେଁ ସରକାରୀ ଚାକିରୀ କେବଳ ପୋଷ୍ଟ ଗ୍ରାଜୁଏଟ୍‌ ବା ଡିପ୍ଳୋମା ଛାତ୍ର-ଛାତ୍ରୀମାନଙ୍କ ପାଇଁ ଜାରି କରାଯାଇଛି। ସରକାରୀ ଚାକିରୀ ୮ମ ଏବଂ ୧୦ମ ପାସ୍‌ କରିଥିବା ଛାତ୍ର-ଛାତ୍ରୀମାନଙ୍କ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ଗ୍ରାଜୁଏଟ୍‌ ଅପ୍ରୋଟିସ୍‌ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପାର୍ଥୀମାନେ ଆବେଦନ କରିପାରିବେ।

job-ଉତ୍ତରପ୍ରଦେଶ ପୋଲିସ ରିକ୍ରୁଟମେଣ୍ଟ ଆଣ୍ଡ ପ୍ରମୋସନ ବୋର୍ଡ (UPPRPB) ଲକ୍ଷ୍ନୌ ଉତ୍ତରପ୍ରଦେଶ ରିଜର୍ଭ ପୋଲିସ ଏବଂ ରିଜର୍ଭ ପ୍ରାଦେଶିକ ଆର୍ମ୍ଡ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ପ୍ରମାଣପତ୍ର ଯାଞ୍ଚ କରିବା ସହ ଶାରୀରିକ ପରୀକ୍ଷାର ଆଡମିଟ୍‌ କାର୍ଡ ନିଜର ଅଧିକାରିକ େଓ୍ଵବସାଇଡରେ ଜାରି କରିଛି। ଉତ୍ତରପ୍ରଦେଶ ଲୋକସେବା ଆୟୋଗ ବ୍ଲକ ଏଜୁକେସନ ଅଫିସର ଉକ୍ତ ପଦବୀ ପାଇଁ ସର୍ଟ ନୋଟିସ ଜାରି କରିଛି। ଏହାବ୍ୟତୀତ ହିମାଚଳ ପ୍ରଦେଶ ଲୋକସେବା ଆୟୋଗରେ ମଧ୍ୟ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପାର୍ଥୀମାନେ ଆବେଦନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.