WWE ଷ୍ଟାର୍‌ ଲାନାଙ୍କୁ ହତ୍ୟା ଧମକ, ସ୍ୱାମୀଙ୍କୁ ଛାଡ଼ି ବୟଫ୍ରେଣ୍ଡ୍‌ ସହ ସମ୍ପର୍କ ରଖିବା କାରଣ କି?

WWE ରେ ଏବେ ରେସଲର ଲାନା, ତାଙ୍କ ସ୍ୱାମୀ ରୁସେବ ଓ ବୟଫ୍ରେଣ୍ଡ ବବି ଲେସ୍‌ଲେଙ୍କ ମଧ୍ୟରେ ଚାଲିଥିବା ତ୍ରିକୋଣୀୟ ପ୍ରେମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଲାନାଙ୍କୁ ହତ୍ୟା ଧମକ ଆସିଥିବା ସେ ଅଭିଯୋଗ କରିଛନ୍ତି।

୩୪ ବର୍ଷୀୟ ଆମେରିକା ରେସଲର ଲାନାଙ୍କ କହିବାନୁସାରେ WWE RAWରେ ଲେସ୍‌ଲେଙ୍କ ସହ ବେଡ୍‌ ସେୟାର କରିବା ପରେ ତାଙ୍କ ନିକଟକୁ ବାରମ୍ବାର ଧମକ ପୂର୍ଣ୍ଣ କଲ୍‌ ଆସୁଛି। ତାଙ୍କୁ ହତ୍ୟା କରିବାକୁ ଯୋଜନା ଚାଲିଥିବା କହିଛନ୍ତି ଲାନା। ଏନେଇ ଏଫ୍‌ବିଆଇରେ ଜଣାଇବା ପରେ ତାଙ୍କୁ ସୁରକ୍ଷା ମିଳିଛି।

 

View this post on Instagram

 

#Congratulate us !!!! ⬇️ Because we are #ENGAGED!!!! @revolve #revolveme @camilacoelhocollection #camilacoelhocollection

A post shared by CJ Perry (@thelanawwe) on

ହ୍ଵାଟ୍ସ ଆପ୍‌, ଇନ୍‌ଷ୍ଟାଗ୍ରାମ୍‌, ଟ୍ଵିଟର ଏମିତିକି ଇମେଲ୍‌ରେ ମଧ୍ୟ ତାଙ୍କୁ ଧମକପୂର୍ଣ୍ଣ ମେସେଜ୍‌ ଆସୁଛି। ଲୋକମାନେ ତାଙ୍କ ସହ ପଶୁ ଭଳି ବ୍ୟବହାର କରୁଛନ୍ତି। ଲୋକମାନେ କାହାକୁ ଧମକ ଦେବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର ବୋଲି ଲାନା କହିଛନ୍ତି।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଲାନା ରିଂ ମଧ୍ୟରେ ସ୍ୱାମୀଙ୍କ ସାମ୍ନାରେ ବୟଫ୍ରେଣ୍ଡକୁ କିସ୍‌ କରିଥିଲେ। ଏବେ ଉଭୟେ ଛାଡ଼ପତ୍ର ପାଇଁ ନିଜ ସହମତି ଦେଇ ସାରିଛନ୍ତି। ତେବେ ସ୍ୱାମୀଙ୍କୁ ଛାଡ଼ିବା କାରଣରୁ ତାଙ୍କୁ ଏଭଳି ହତ୍ୟା ଧମକ ମିଳୁଥିବା ସେ ସନ୍ଦେହ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.