Below header

ଆମେରିକାରେ ୭ ମାସର ଶିଶୁ ହେଲେ ମେୟର, ପାଟିରୁ ଲାଳ ଗଡ଼ୁଥିବା ବେଳେ ନେଲେ ଶପଥ!

ଜଣେ ସବୁଠାରୁ କମ୍‌ ବୟସର ମେୟର କେତେ ବର୍ଷର ହୋଇପାରେ? ଅତି କମ୍‌ରେ ୨୫ରୁ ୩୦ ବର୍ଷ। କିନ୍ତୁ ଆମେରିକାର ଟେକ୍ସସ୍‌ ସହରରେ ଜଣେ ୭ ମାସର ଶିଶୁ ମେୟର ହୋଇପାରିଛି। ଶିଶୁଟିର ନାଁ ‘ଓି୍ଵଲିୟମ୍‌ ଚାର୍ଲସ ଚାର୍ଲି ମେକାମିଲିୟନ୍‌’। ତାଙ୍କୁ ହ୍ଵାଇଟ୍‌ ହଲ୍‌ର ମେୟର କରାଯାଇଛି।

ଏହି ଶିଶୁ ଆମେରିକା ଇତିହାସରେ ସବୁଠାରୁ କମ୍‌ ବୟସର ମେୟର ହେବାର ସୌଭାଗ୍ୟ ଲାଭ କରିଛି। ହ୍ଵାଇଟ୍‌ ହଲ୍‌ କମ୍ୟୁନିଟ୍‌ ସେଣ୍ଟରରେ ୧୫୦ ଲୋକଙ୍କ ଗହଣରେ ଆୟୋଜିତ ଉଦ୍‌ଘାଟନ ସମାରୋହରେ ନୂଆ ମେୟର ଚାର୍ଲି ସମସ୍ତଙ୍କ ହୃଦୟ ଜିଣିନେଇଥିଲେ। ଏହି ଅବସରରେ ଚାର୍ଲି ଏକ ବ୍ଲାକ୍‌ ଟକ୍ସିଡୋ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

child12

ମେୟର ଚାର୍ଲିଙ୍କ ନିର୍ବାଚନ ଅକ୍ଟୋବରରେ ହୋଇଥିଲା। ସେ ଏହି ରବିବାର ଗ୍ରାଇମ୍ସ କାଉଣ୍ଟିର ଲୋକଙ୍କ ସେବା କରିବା ପାଇଁ ଶପଥ ନେଇଛନ୍ତି। ଚାର୍ଲିଙ୍କ ମା’, ବାପା ଚୈଡ୍‌ ଓ ନେନ୍‌ସୀ ତାଙ୍କ ସହିତ ପୋଡିୟମ୍‌ରେ ଛିଡ଼ା ହୋଇଥିଲେ। ସମସ୍ତେ ‘ମେକ୍‌ ଆମେରିକା କାଇଁଡ୍‌ ଅଗେନ୍‌’ ନାରା ଦେଇଥିଲେ।

କହି ରଖୁଛୁ କି, ଏଥିରେ ଏକ ଅନୁଦାନ ସଞ୍ଚୟ ଏଜେନ୍ସି ସାଥ୍‌ ଦେଇଥିଲା। ପ୍ରକୃତ କଥା ହେଲା, Whitehall Volunteer Fire Department BBQ Fundraiser ନାମକ ଏଜେନ୍ସି ପ୍ରତ୍ୟେକ ବର୍ଷ ମେୟର ପଦ ପାଇଁ ନାଁ ଡାକ କରିଥାଏ। ଚଳିତବର୍ଷ ସବୁଠାରୁ କମ୍‌ ବୟସର ଶିଶୁ ଚାର୍ଲିଙ୍କର ନାଁ ଡାକ ଅଧିକ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ମେୟର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.