ଏପରି ଜାଣନ୍ତୁ ଆପଣଙ୍କ ପକେଟରେ ଥିବା ଦୁଇ ହଜାର ଟଙ୍କିଆ ନୋଟ ଅସଲି ନା ନକଲି

ସାବଧାନ, ଏବେ ବଜାରରେ ବଢ଼ି ବଢ଼ି ଚାଲିଛି ନକଲି ନୋଟ କାରବାର। ତେଣୁ ଆପଣଙ୍କୁ ଏହା ଜାଣିବା ବେଶ ଆବଶ୍ୟକ ଯେ ଆପଣଙ୍କ ପକେଟରେ ଥିବା ଦୁଇ ହଜାର ଟଙ୍କିଆ ନୋଟ ନକଲି ନା ଅସଲି। କାହିଁକିନା ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୫.୪୫ କୋଟି ଟଙ୍କାରୁ ଅଧିକ ନକଲି ନୋଟ ଧରାପଡିଛି। ଏଥିରେ ୮୭୯୮ଟି ଦୁଇହଜାର ଟଙ୍କିଆ ନକଲି ନୋଟ ଥିବା ଜଣାପଡିଛି। ତେଣୁ ଏମିତି ପରିସ୍ଥିତିରେ ଆପଣଙ୍କୁ ବେଶ୍‌ ସତର୍କରେ ରହିବା ଆବଶ୍ୟକ। ଏବଂ ନକଲି ଅସଲି ନୋଟ ଚିହ୍ନିବାର ଉପାୟ ଜାଣିଥିବା ବେଶ୍‌ ଆବଶ୍ୟକ। ଆପଣଙ୍କୁ ଏ ଭିଡିଓରେ ଆଜି ଆମେ ଜଣାଇବୁ କିଛି ଟିପ୍ସ, ଯାହା ଆପଣଙ୍କୁ ନକଲି ଅସଲି ନୋଟ ଚିହ୍ନିବାରେ ସାହାଯ୍ୟ କରିବ।

  • ନୋଟରେ ବାମ ପଟେ ଦେବନଗରୀରେ ନୋଟର ଦାମ ଲେଖାହୋଇଥିବ।
  • ନୋଟ ମଝିରେ ମହାତ୍ମା ଗାନ୍ଧିଙ୍କ ଫଟୋ ରହିଥିବ।
  • ଆରବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟର ସିକ୍ୟୁରିଟୀ ଥ୍ରେଡରେ ତିନିଟି ଶବ୍ଦ ଲେଖା ହୋଇଥିବ-ଭାରତ, 2000 ଏବଂ ଆରବିଆଇ।
  • ନୋଟକୁ ସାମାନ୍ୟ ତେରଛେଇଲେ ସିକ୍ୟୁରିଟୀ ଥ୍ରେଡର ରଙ୍ଗ ସବୁଜରୁ ନାଲିରେ ବଦଳିଯିବ।
  • ମହାତ୍ମାଗାନ୍ଧୀ ସିରିଜର ନୂଆ ନୋଟରେ ଆରବିଆଇ ଗର୍ଭନରଙ୍କ ହସ୍ତାକ୍ଷର ରହିଥାଏ। ଏହାସହିତ ଗ୍ୟାରେଣ୍ଟୀ କ୍ଲଜ ବି ରହିଥାଏ।
  • ନୋଟ ଉପରେ ଏକ ନମ୍ବର ପ୍ୟାନେଲ ରହିଥାଏ, ଯେଉଁଥିରେ ଛୋଟରୁ ବଡ ଆକାରରେ ସଂଖ୍ୟା ଲେଖା ହୋଇଥାଏ।
  • ଆରବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟର ଏକ ନିର୍ଦ୍ଧିଷ୍ଟ ସାଇଜ୍‌ ରହିଥାଏ। ୨୦୦୦ ଟଙ୍କିଆ ନୋଟର ସାଇଜ 66×166 ଏମଏମ ରହିଥାଏ।

2000ଏବେ ଆପଣ ଭାବୁଥିବ ଏସବୁ ଦ୍ୱାରା ତ ଜାଣିହେବ କିନ୍ତୁ ଯିଏ ଦୃଷ୍ଟିହୀନ ସେ କେମିତି ଜାଣିବେ କେଉଁ ନୋଟ ନକଲି ଆଉ କେଉଁ ନୋଟ ଅସଲି। ତେବେ ଦୃଷ୍ଟିହୀନ ବି ବହୁତ ସହଜରେ ନକଲି ଓ ଅସଲି ନୋଟ ଜାଣିପାରିବେ।

  • ଦୃଷ୍ଟିହୀନ ମାନେ ମଧ୍ୟ ନୋଟକୁ ଚିହ୍ନିପାରିବେ। ନୋଟର ଆଗ ଭାଗରେ ବାମ ଏବଂ ଡାହାଣ ପଟେ ସାତଟି ଲାଇନ୍‌ ରହିଛି।
    ଆୟତକାର ଆକୃତିରେ ଅକ୍ଷରରେ ନୋଟର ଦାମ ଲେଖା ହୋଇଥାଏ।
  • ନୋଟରେ ମହାତ୍ମା ଗାନ୍ଧୀଙ୍କ ଆକୃତି ଏବଂ ଅକ୍ଷରରେ ଲେଖା ହୋଇଥିବା ଦାମ ସାମାନ୍ୟ ଉଠିଲା ଭଳି ରହିଥାଏ।
    ଏହାସହିତ ନୋଟରେ ଅଶୋକ ସ୍ତମ୍ଭର ଆକୃତି ମଧ୍ୟ ଉଠିଲା ଭଳି ରହିଥାଏ।

ଯଦି ଆପଣଙ୍କୁ ନୋଟ ଚିହ୍ନିବାରେ କୌଣସି ସମସ୍ୟା ହେଉଛି ତାହେଲେ ଆପଣ paisaboltahai.rbi.org.in ୱେବସାଇଟକୁ ଯାଇ ନୋଟର ସମ୍ପୂର୍ଣ୍ଣ ବିବରଣୀ ଫଟୋ ଏବଂ ଗ୍ରାଫିକ୍ସ ସାହାଯ୍ୟରେ ବୁଝିପାରିବେ। ଏହି ୱେବସାଇଟରେ ନୋଟର ସମସ୍ତ ଫିଚର୍ସ ଏବଂ ବିବରଣୀ ଆପଣଙ୍କୁ ଅତି ସହଜରେ ମିଳିଯିବ।

Leave A Reply

Your email address will not be published.