କରୋନା ଭାଇରସକୁ ନେଇ ଆଲର୍ଟ କରିଥାଏ ଏହି ମୋବାଇଲ ଆପ, ଜାଣନ୍ତୁ କିପରି କରେ କାମ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଭାରତରେ ପହଞ୍ଚି ସାରିଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୯ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି ଯେଉଁଥିରୁ ୩ ଜଣ ଲୋକ ଏବେ ବିପଦମୁକ୍ତ ଅଛନ୍ତି ଏବଂ ବାକି ୨୬ ଜଣ ଲୋକଙ୍କର ଚିକିତ୍ସା ଚାଲିଛି । କରୋନା ଭାଇରସରୁ ବଞ୍ଚିବା ପାଇଁ ଏବେ ସବୁ ଦେଶ ସତର୍କ ହୋଇ ଅଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ କରୋନାରୁ ବଞ୍ଚିବା ପାଇଁ ଦକ୍ଷିଣ କୋରିଆ ଏକ ମୋବାଇଲ ଆପ ଲଞ୍ଚ କରିଛି ଯାହା ଲୋକଙ୍କୁ କରୋନା ଭାଇରସ ବିଷୟରେ ଆଲର୍ଟ କରିବ । ତାହେଲେ ଆସନ୍ତୁ ଜାଣିବା କେମିତି କାମ କରେ ଏହି ଆପ ।

corona virus

Corona 100m

ସାଉଥ କୋରିଆର ସରକାର Corona 100m ନାମକ ଏକ ମୋବାଇଲ ଆପ ଲଞ୍ଚ କରିଛି ଯାହାକି ଲୋକମାନଙ୍କୁ ୧୦୦ ମିଟର ଦୂରରୁ ହିଁ କରୋନା ଭାଇରସ ବିଷୟରେ ଆଲର୍ଟ କରିବାପାଇଁ ସକ୍ଷମ ରହିବ । ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ଼ କରିପାରିବେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଆପ କିପରି କାମ କରିଥାଏ ? ତେବେ ଏଠାରେ କହିରଖିବାକୁ ଚାହିଁବୁ ଯେ Corona 100m ନାମକ ଏହି ଆପ ଲୋକେସନ ହିସାବରେ ଆଲର୍ଟ ଜାରି କରିଥାଏ । ଉଦାହରଣବଶତଃ ଯଦି କୌଣସି ଅଂଚଳରେ କରୋନାଭାଇରସରେ ସଂକ୍ରମିତ ରୋଗୀ ମିଳିଛି ତେବେ ସେହି ଅଞ୍ଚଳରେ ପହଂଚିବା ପୂର୍ବରୁ ଏହି ଆପ ଆପଣଙ୍କୁ ଆଲର୍ଟ କରିଦେବ ।

coronavirus.app

ପ୍ରତି ଘଂଟାରେ ହେଉଛି ୧୦୦୦ରୁ ଅଧିକ ଡାଉନଲୋଡ଼

ଏହି ଆପ କରୋନାଭାଇରସକୁ ଆଲର୍ଟ କରିବା ପାଇଁ coronavirus.app ଭଳି ଗ୍ଲୋବାଲ ୱେବସାଇଟରୁ ଡାଟା ସଂଗ୍ରହ କରିଥାଏ । ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପକୁ ପ୍ରତି ଘଂଟାରେ ୨୦,୦୦୦ ଲୋକ ଡାଉନଲୋଡ଼ କରୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୦ ଲକ୍ଷ ଲୋକ ଡାଉନଲୋଡ଼ କରି ସାରିଛନ୍ତି । ଯଦିଓ କରୋନା ଭାଇରସକୁ ଆଲର୍ଟ କରୁଥିବା ଭଳି ଆପ ପ୍ରସ୍ତୁତ କରିଥିବା ସାଉଥ କୋରିଆ ଦୁନିଆର ପ୍ରଥମ ଦେଶ ନୁହେଁ ଏହା ପୂର୍ବରୁ ଚୀନ ଓ ଜାପାନ ମଧ୍ୟ ଏହିଭଳି ଆପ ଲଞ୍ଚ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.