Below header

୭ ଜାନୁଆରୀରେ ସ୍ୱଦେଶୀ କମ୍ପାନୀ LAVA ଲଞ୍ଚ କରିବ ନୂଆ ସ୍ମାର୍ଟଫୋନ, ଜାରି ହେଲା ଟିଜର୍‌

ମାଇକ୍ରୋମ୍ୟାକ୍ସ ପରେ ଏବେ ସ୍ୱଦେଶୀ ସ୍ମାର୍ଟଫୋନ ମେକର LAVA ମଧ୍ୟ ଭାରୀତୀୟ ସ୍ମାର୍ଟଫୋନ ମାର୍କେଟରେ ଜୋରଦାର୍‌ ଉପାୟରେ ମେଡ ଇନ୍‌ ଇଣ୍ଡିଆ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ପ୍ରସ୍ତୁତି ଜାରି ରଖିଛି। LAVA କହିବାନୁଯାୟୀ, ଆସନ୍ତା ୭ ଜାନୁଆରୀ ୨୦୨୧ ରେ କମ୍ପାନୀ ମେଡ୍‌ ଇନ ଇଣ୍ଡିଆ ସ୍ମାର୍ଟଫୋନ ଲଞ୍ଚ କରିବ। ଏହି ଫୋନ୍‌ ୭ ଜାନୁଆରୀ ଅପରାହ୍ନ ୧୨ ଟାରେ ଆରମ୍ଭ ହେବ। ଏହି ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ ଲାଭାର ଫେସବୁକ୍‌ ଏବଂ ୟୁଟ୍ୟୁବ ଚ୍ୟାନେଲରେ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଏକ ଭିଡିଓ ଟିଜର୍‌ ମଧ୍ୟ ଜାରି କରାଯାଇଛି।

lava phoneLAVA ବର୍ତ୍ତମାନ ଏହାର ଆଗାମୀ ସ୍ମାର୍ଟଫୋନ୍ ବିଶ୍ୱକୁ ଦେଖାଇବା ପାଇଁ ପ୍ରାଉଡ୍‌ ଇଣ୍ଡିଆନ ହ୍ୟାସଟ୍ୟାଗ ମଧ୍ୟ ଲଞ୍ଚ କରିଛି। ଏନେଇ ଲାଭା ଇଣ୍ଡିଆର ପ୍ରେସିଡେଣ୍ଟ ଏବଂ ବିଜନେସ୍‌ ହେଡ୍‌ ସୁନିଲ ରୈନା କହିଛନ୍ତି, ‘ଲାଇଭ୍‌ େଓ୍ଵବକାଷ୍ଟ ଜରିଆରେ ଇତିହାସ ତିଆରି ହେଉଛି । ମୁଁ ପ୍ରତିଜ୍ଞା କରୁଛି, ଯାହା ଆସିବାକୁ ଯାଉଛି ତାହା ଗର୍ବର ସହ ଆପଣଙ୍କୁ ଭାରତୀୟ ବୋଲି ଅନୁଭବ କରାଇବ ।

ସୂଚନା ମୁତାବକ ମାଇକ୍ରୋମ୍ୟାକ୍ସର ଫାଉଣ୍ଡର ରାହୁଲ ଶର୍ମାଙ୍କ ଭଳି ଲାଭା ଇଣ୍ଡିଆର ପ୍ରେସିଡେଣ୍ଟ ମଧ୍ୟ ଏକ ଭିଡିଓ ଟ୍ଵିଟ କରିଛନ୍ତି । ଏହି ଭିଡିଓରେ ରାହୁଲ ଶର୍ମାଙ୍କ ଭଳି ଲାଭାର ପ୍ରେସିଡେଣ୍ଟ ଚୀନ୍‌ ସ୍ମାର୍ଟଫୋନ କିମ୍ବା ଚୀନ୍‌ ବିଷୟରେ ଉଲ୍ଲେଖ କରିନାହାନ୍ତି। କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ଟିଜର୍‌ ରେ ବର୍ତ୍ତମାନ ଫୋନର ଫିଚିର୍ସ ବିଷୟରେ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.